fbpx

କିଏ ଠିକ୍ ? ପୋଲିସ ନା ନେତା ମନ୍ତ୍ରୀ….ଦ୍ୱନ୍ଦରେ ରାଜ୍ୟବାସୀ

ଭୁବନେଶ୍ୱର : ପୁଲିସ ଗୁଳିରେ ମନ୍ତ୍ରୀଙ୍କ ମୃତ୍ୟୁ ଆଉ ଏବେ ପୁଲିସ ଅଧିକାରୀ ଏବଂ ବିଧାୟକ ମୁହାଁମୁହିଁ ହେବା ଘଟଣା ରାଜ୍ୟ ରାଜନୀତିରେ ଏକ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିଛି । କିଏ ଭୁଲ ଓ କିଏ ଠିକ୍ ତାହାକୁ ନେଇ ରାଜ୍ୟବାସୀ ଏବେ ଦ୍ୱନ୍ଦରେ ପଡିଛନ୍ତି । ଏଭଳି ପରିସ୍ଥିତିରେ ଏବେ ଉଭୟ ଶାସକ ଓ ବିରୋଧୀ ଦଳ ବିଜେପିି ଓ ବିଜେଡି ରାଜରାସ୍ତାକୁ ଓହ୍ଲାଛନ୍ତି ।

ମହିଳା ଅଧିକାରୀଙ୍କୁ ଧକ୍କା ମରା ହେବା ଘଟଣାକୁ ନେଇ ବିଜେଡି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଅପରାଗ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ବିଜେପି ରାଜରାସ୍ତାରେ କମ୍ପନ କରୁଛି । ଏଭଳି ପରିସ୍ଥିତିରେ ବିଧାୟକ ଜୟନାରାୟଣ ମିଶ୍ର ବିଜେଡି ବିରୋଧରେ ସଂଘାତିକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୋତେ ହତ୍ୟା କରିବା ପାଇଁ ବିଜେଡି ଚକ୍ରାନ୍ତ କରୁଛି । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି।

ସେପଟେ ବିଜେଡି ନେତା ଅରୂପ ପଟ୍ଟନାୟକ ନାଁ ନ ନେଇ ସିଧାସଳଖ ଜୟନାରାୟଣ ମିଶ୍ରଙ୍କୁ ଟାଗେର୍ଟ କରିଛନ୍ତି । ଧକ୍କା ମାରିଲେ ଯେଉଁ ଦଫା ଲାଗିବ ତାହା ଜାମିନ ବୀହିନ । ସେ ମୋ ହାବୁଡରେ ପଡିନାହାଁନ୍ତି । ଏବେ ମୋ ହାବୁଡରେ ପଡିଲେ ତାଙ୍କର କ’ଣ ଅବସ୍ଥା ହେବ ସେ ନିଜେ ଜାଣିଛନ୍ତି । ଗୋଟେ ଚାପୁଡା ପଡିବ ସେ ଲୋକ ସେଇଠି ଶୋଇପଡିବ । ସେ ଲୋକ ନାଁ ରେ ନନ୍ ବେଲେବୁଲ ମାମଲା ରହିଛି, କେମିତି ଭୁଲିଗଲା ବୋଳି ଅରୂପ ପଟ୍ଟନାୟକ କହିଛନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ତୁରନ୍ତ ଗିରଫ କରିବା, ଜଣେ ମହିଳା ଆଇଆଇସିଙ୍କୁ ଆକ୍ରମଣ କରିଥିବାରୁ ବିଜେପି ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା, ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଇବାକୁ ଦାବି କରିଛି ବିଜେଡି ।

ସୂଚନାଯୋଗ୍ୟ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ପକ୍ଷରୁ ଗତକାଲି ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିଜେପି ସମ୍ବଲପୁର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଥିଲା। ଏଥି ପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଆଇଆଇସି ଅନୀତା ପ୍ରଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ। ଦିନ ପ୍ରାୟ ୧୨ଟା ୪୫ରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ବିଜେପିର ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଥିଲା। ଆନ୍ଦୋଳନକାରୀମାନେ ସରକାର ଓ ପୋଲିସ ବିରୋଧରେ ଶ୍ଲୋଗାନ ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବୈଠକ କରିଥିଲେ।

ଏହା ପରେ ବିଜେପିର କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ବିରୋଧ କରିଥିଲା। ମହିଳା କର୍ମୀମାନେ ପୋଲିସ ସାମ୍ନାକୁ ଆସିଥିଲେ। ଏହା ଦେଖି କିଛି ମହିଳା ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିଲି। ପ୍ରାୟ ୨ଟାରେ ଜୟନାରାୟଣ ମିଶ୍ର ବେରିକେଡ ନିକଟକୁ ପହଞ୍ଚି ବିନା କାରଣରେ ଆଇଆଇସି ଅନୀତା ପ୍ରଧାନଙ୍କୁ ଖରାପ ଭାଷାରେ ଗାଳି ଦେବା ସହ ଧକ୍କା ଦେଇଥିଲେ। ଚାପୁଡା ମାରିବାକୁ ଧମକ ମଧ୍ୟ ଦେଇଥିଲେ। ଏନେଇ ଆଇଆଇସି ଅନୀତା ପ୍ରଧାନ ଜୟନାରାୟଣଙ୍କ ବିରୋଧରେ ସମ୍ବଲପୁର ଟାଉନଥାନାରେ ଅଭିଯୋଗ କରିଛନ୍ତି ।

ଏହି ଘଟଣାପରେ ଜୟନାରାୟଣ ସିଧା ଯାଇ ସମ୍ବଲପୁର ସର୍କିଟ ହାଉସରେ ପହଞ୍ଚିଥିଲେ । ବିଜେଡି ମହିଳାକର୍ମୀ ଘେରଉ କର ଜୟନାରାୟଣ ମିଶ୍ର ମୁର୍ଦ୍ଦାବାଦ, ବିଜେପିର ଗୁଣ୍ଡାଗିରି ଚଳିବ ନାହିଁ ଭଳି ନାରା ଦେଇଥିଲେ। ଫଳରେ ସର୍କିଟ ହାଉସର ପଛପଟ ଗେଟ ଦେଇ ଜୟନାରାୟଣ ପଳେଇ ଯାଇଥିଲେ ।

Get real time updates directly on you device, subscribe now.