fbpx

କ’ଣ କହୁଛି ‘ଶରଦବାଣୀ’…ଏବେ କିଏ ହେବେ ର ‘ବିଶ୍ୱସ୍ତ ଚେହେରା’? କହିଲେ ପୱାର

ପୁଣେ: ଅଜିତ ପୱାରଙ୍କ ସହ ବିବାଦ ପରେ ଏକ ବଡ ବୟାନ ଦେଇଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପୱାର । ଅଜିତଙ୍କ ପରେ ପାର୍ଟିର ‘ବିଶ୍ୱସନୀୟ ଚେହେରା’ କିଏ ହେବେ, ସେ ନେଇ ଉତ୍ତର ରଖିଛନ୍ତି ପାର୍ଟି ମୁଖ୍ୟ । ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ତାଙ୍କୁ ପଚରା ଯାଇଥିଲା ଯେ ଭବିଷ୍ୟତରେ ପାର୍ଟିର ନେତୃତ୍ୱ କିଏ ନେବେ? କାହାକୁ ପାର୍ଟିର ବିଶ୍ୱସନୀୟ ପ୍ରତିନିଧିରେ ଦେକିବାକୁ ପାଇବେ ଜନତା? ଏହି ପ୍ରଶ୍ନର ଉତ୍ତରରେ ସେ ନିଜ ହାତ ଟେକି କହିଛନ୍ତି ‘ଶରଦ ପୱାର…’ ।

ନିଜ ରାଜନୈତିକ କୌଶଳ ଏବଂ ଅଭିଜ୍ଞତା ପାଇଁ ପରିଚିତ ଶରଦ ପୱାରଙ୍କ ଏହି ପ୍ରତିକ୍ରିୟାକୁ ନେଇ ସନ୍ଦେହର କୌଣସି କାରଣ ନାହିଁ । କାରଣ ଏହି ଭୂମିକା ପାଇଁ ନିଜେ ପ୍ରାର୍ଥି ହେବା ନେଇ ସଂକେତ ଦେଇଛନ୍ତି । ଏନସିପିର ୮ ଜଣ ସଦସ୍ୟଙ୍କ ସହ ଅଜିତ ପୱାର ମହାରାଷ୍ଟ୍ର ସରକାରରେ ଯୋଗ ଦେବା ପରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଶରଦ ପୱାର । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଅଜିତ ପୱାର । ତେବେ ଅଜିତଙ୍କର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଏନସିପି ମୁଖ୍ୟ । ସେ କହିଛନ୍ତି ଯେ, ଏନସିପି ଅଜିତଙ୍କ ଏହି କାର୍ଯ୍ୟକୁ ସମର୍ଥନ କରୁନାହିଁ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ତେବେ ଆଜିର ଏହି ଘଟଣା ଅନେକ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ, କିନ୍ତୁ ଏହା ମୋ ପାଇଁ ଅସାମାନ୍ୟ ନୁହେଁ । ୧୯୮୦ ମସିହାରେ ମଧ୍ୟ ମୁଁ ଏମିତି ଏକ ସମସ୍ୟା ଘେରରେ ଫସିଥିଲି । ସେହି ସମୟରେ ପାର୍ଟିର ସମସ୍ତ ନେତା ମୋ ହାତ ଛାଡି ଦେଇଥିଲେ ।

ଏହି ଘଟଣା ବର୍ତ୍ତମାନ ମହାରାଷ୍ଟ୍ରରେ ଏକ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ଏହାବ୍ୟତୀତ ଅଜିତ ପୱାରଙ୍କ ଏହି ନିଷ୍ପତ୍ତି ଦଳ ଭିତରେ ଏକ ବିଭାଜନ ମଧ୍ୟ ସୃଷ୍ଟି କରିଛି । ତେବେ ଶରଦ ପାୱାର ଦଳର ସଦସ୍ୟ ତଥା ସମର୍ଥକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ ଏନସିପିକୁ ମଜବୁତ କରିବାକୁ ଏବଂ ଆଗାମୀ ନିର୍ବାଚନରେ ସରକାର ବିରୋଧରେ ଏକଜୁଟ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସଂକଳ୍ପବଦ୍ଧ। ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଶରଦ ପାୱାର ଏବଂ ଏନସିପି ଉପରେ ଏହି ନଜର ରହିଛି ଯେ ସେମାନେ ଏହି ଆଭ୍ୟନ୍ତରୀଣ ଆହ୍ୱାନର ମୁକାବିଲା କରିବେ ଏବଂ ମିଳିତ ବିରୋଧୀ ଦଳ ମଧ୍ୟରେ ନିଜକୁ ସ୍ଥାନିତ କରିବେ।

Get real time updates directly on you device, subscribe now.