fbpx
BSKY SKY
BSKY SKY

(Video) ସଜ ହେଉଛି ମଇଦାନ: ନିର୍ବାଚନରେ କାହାକୁ ସାରଥୀ କରିବ BJP? ଟାର୍ଗେଟରେ ଏହି ନେତାଙ୍କ ନାଁ

BSKY

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଚା’ ଖଟିରେ ଆରମ୍ଭ ହୋଇଛି ଖଟଚମଟ । ବିଜେଡି-ବିଜେପି ଲଢେଇ ନିର୍ବାଚନର ମାହୋଲକୁ ଆହୁରି ସରଗରମ କରିଦେଇଛି । ତେବେ ଆଜି ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି । ତେବେ କେଉଁ ନେତାଙ୍କ ନାଁରେ ଏହି ମୋହର ମାରିବ ବିଜେପି? ସେ ନେଇ ଏବେ ଆଲୋଚନା, ପର୍ଯ୍ୟାଲୋଚନା ଜାରି ରହିଛି । ନିର୍ବାଚନ ଯୁଦ୍ଧ ପାଖେଇ ଆସୁଥିବା ବେଳେ ଏବେ ବିଜେପି ଦଳର ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରୁଛି । ବାଛି ବିଚାରି ସମସ୍ତ ଆସନରେ ଟାଣୁଆ ନେତାଙ୍କୁ ଟିକେଟ ଦେଉଛି ବିଜେପି । ତେବେ ତୃତୀୟ ପର୍ଯ୍ୟାୟ ତାଲିକାରେ କିଏ ହେବେ ବିଜେପିର ସାରଥୀ?

ତୃତୀୟ ପର୍ଯ୍ୟାୟ ତାଲିକାରେ କାହାକୁ ଟିକେଟ ଦେବ, ତାହା ବିଜେପି ଫାଇନାଲ କରିସାରିଛି । କିଏ ଟିକେଟ ପାଇବେ ତାହା କମିଟି ବୈଠକରେ ନିଷ୍ପତ୍ତି ହୋଇ ସାରିଛି । ତେବେ ଏହି ତାଲିକାରେ ସବୁାଂରୁ ଅଧିକ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁ । କେଉଁଠି ମିଳିବ ଟିକେଟ ଏବଂ କେଉଁ ପ୍ରାର୍ଥୀ ଭାବରେ ସେ ଲଢିବେ ୨୦୨୪ ନିର୍ବାଚନ ? ଏ ପ୍ରଶ୍ନରେ ଘାଣ୍ଟି ହେଉଛି ସାରା ଓଡ଼ିଶା । ଅନୁଭବ ମହାନ୍ତି ଏବଂ ଅରିନ୍ଦମ ରାୟଙ୍କ ଭଳି ବିଜେଡିରୁ ଆସିଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ମିଳିବ ଟିକେଟ । ତେବେ ଏହାରି ଭିତରେ ବିଜେପିରୁ କାହାକୁ ଟିକେଟ ମିଳିବ ସେ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । ଯେଉଁ ତାଲିକାରେ ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ଦିଲ୍ଲୀର ରାୟ କାଳୁ ଖଣ୍ଡାୟତରାୟ ଏବଂ ପ୍ରଶାନ୍ତ ଜଗଦେବ ।

ଆଜି ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବାକି ଥିବା ୩୫ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୨୦ଟି ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ବିଜେପି । ବାକି ୨୦ ତାରିଖ ପୂର୍ବରୁ ଘୋଷଣା ହେବ ବୋଲି କହିଛନ୍ତି ନିର୍ବାଚନ ପ୍ରଭାରୀ ବଜୟ ପାଲ ସିଂ ତୋମାର । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିପାରେ । କାରଣ ଅନେକ ନିର୍ବାଚନ ମଣ୍ଡଳୀରେ ଉଭୟ ଦଳ ଶକ୍ତିଶାଳୀ ପ୍ରାର୍ଥୀଙ୍କୁ ରାଜନୀତି ରଣକ୍ଷେତ୍ରରେ ଓହ୍ଲାଇଛନ୍ତି । ତେବେ ବିଜେପି ମଧ୍ୟ ସେହି ପ୍ରାର୍ଥୀ ମାନଙ୍କୁ ଟିକେଟ ଦେବ ଯେଉଁମାନେ ବିଜେଡିି ସହ ଜୋରଦାର ଟକ୍କର କରିପାରିବେ । ସେମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ଦିଲ୍ଲୀର ରାୟ କାଳୁ ଖଣ୍ଡାୟତରାୟ ଏବଂ ପ୍ରଶାନ୍ତ ଜଗଦେବଙ୍କୁ ମିଳିପାରେ ଟିକେଟ । ହେଲେ କେଉଁ ଆସନରୁ ସେମାନଙ୍କୁ ଟିକେଟ ମିଳିବ ତାହା ଜଣାପଡ଼ି ନାହିଁ ।

ସୂଚନା ଅନୁସାରେ ବିଜେପି ପ୍ରଥମ ଦଳ ଭାବରେ ରାଜ୍ୟରେ ଟିକେଟ୍ ଘୋଷଣା କରିଥିଲା । ଦୁଇଟି ପର୍ୟ୍ୟାୟରେ ୨୧ ଲୋକସଭା ଓ ଗୋଟିଏ ପର୍ୟ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଏବେ ବି ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ସେହିପରି ବିଜେଡି ଏ ପର୍ୟ୍ୟନ୍ତ ୨୦ ଲୋକସଭା ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ଟିକେଟ୍ ରେସ୍ ଏହି ଦୁଇ ଦଳ ଅପେକ୍ଷା ପଛରେ ପଡ଼ିଯାଇଛି। କଂଗ୍ରେସ ଏପର୍ୟ୍ୟନ୍ତ ମାତ୍ର ୮ଟି ଲୋକସଭା ଓ ୪୭ ବିଧାନସଭା ସିଟ୍ରେ ପ୍ରାର୍ଥୀ ଘୋଷଣା କରିଛି।

Get real time updates directly on you device, subscribe now.