fbpx

IND vs ENG ଶେଷ ଟେଷ୍ଟରେ କାହାକୁ ମିଳିବ ସୁଯୋଗ? କ’ଣ ରହିବ ଭାରତର Playing-11

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଛି ଟିମ ଇଣ୍ଡିଆ । ସିରିଜର ୪ଟି ଟେଷ୍ଟରୁ ୩-୧ରେ ସିରିଜ ହାତେଇ ସାରିଥିବା ବେଳେ ଭାରତ ଏହାକୁ ୪-୧ରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି । ସେପଟେ ସମ୍ମାନ ବଞ୍ଚାଇବା ପାଇଁ ଇଂଲଣ୍ଡ ମଧ୍ୟ ଏହି ମ୍ୟାଚ ହାତେଇବା ପାଇଁ ଚେଷ୍ଟା କରିବ । ଭାରତକୁ ଏହି ମ୍ୟାଚରେ କିଛି ହରାଇବାକୁ ନାହିଁ, କିନ୍ତୁ ମ୍ୟାଚରେ ବିଜୟୀ ହୋଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚାହିଁବ । ତେବେ ଏହି ମ୍ୟାଚରେ ଭାରତୀୟ ଦଳକୁ କମବ୍ୟାକ କରୁଛନ୍ତି ଉପଅଧିନାୟକ ଜଶପ୍ରୀତ ବୁମରାହ । ତେବେ ଆସନ୍ତୁ ନଜର ପକାଇବା କ’ଣ ହୋଇପାରେ ଭାରତର ପ୍ଲେଇଙ୍ଗ-୧୧ ।

ଟେଷ୍ଟ ସିରିଜକୁ ଭାରତ ହାତେଇ ସାରିଥିବା ବେଳେ ଶେଷ ମ୍ୟାଚରେ କିଛିଟା ପରିବର୍ତ୍ତନ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ତେବେ ଏହି ମ୍ୟାଚରେ ପ୍ରଥମ ପରିବର୍ତ୍ତନ ରହିବେ ଉପ-ଅଧିନାୟକ ଜଶପ୍ରୀତ ବୁମରାହ । ଚତୁର୍ଥ ମ୍ୟାଚ ବିଶ୍ରାମ ନେବା ପରେ ପଞ୍ଚମ ମ୍ୟାଚରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେଣୁ ସେ ଦଳରେ ସ୍ଥାନ ପାଇବା ସୁନିଶ୍ଚିତ । ବୁମରାହଙ୍କ ପ୍ରତ୍ୟାବର୍ତ୍ତନରେ ଆକାଶଦୀପ କିମ୍ବା ମହମ୍ମଦ ସିରାଜଙ୍କୁ ବାଦ୍ ଦିଆ ଯାଇପାରେ । ଶେଷ ମ୍ୟାଚରେ ୩ଟି ଫାଷ୍ଟ ବୋଲରଙ୍କୁ ନେଇ ମଧ୍ୟ ରୋହିତ ସେନା ମଇଦାନକୁ ଓହ୍ଲାଇପାରନ୍ତି । କାରଣ ଚତୁର୍ଥ ମ୍ୟାଚରେ ଆକାଶଦୀପଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲା । ତେଣୁ ଏହି ମ୍ୟାଚରେ କୁଳଦୀପଙ୍କୁ ବିଶ୍ରାମ ଦେଇ ବୁମରାହଙ୍କୁ ତାଙ୍କ ସ୍ଥାନରେ ସୁଯୋଗ ମିଳିପାରେ ।

ଅନ୍ୟ ପକ୍ଷରେ ଏହି ମ୍ୟାଚରୁ ରଜତ ପାଟିଦାର ମଧ୍ୟ ବାଦ୍ ପଡ଼ିପାରନ୍ତି । ଶେଷ ଟେଷ୍ଟରେ ରଜତଙ୍କ ସ୍ଥାନରେ ଦେବଦତ୍ତ ପାଡିକ୍କଲଙ୍କୁ ଦଳରେ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ରଜତ ପାଟିଦାର ବାରମ୍ବାର ରନ୍ କରିବାରେ ବିଫଳ ହେଉଛନ୍ତି । ଏହାବ୍ୟତୀତ ଇଂଲଣ୍ଡ ବିପକ୍ଷ ଏହି ସିରିଜରେ ୪ଟି ମ୍ୟାଚ ଖେଳା ଯାଇଥିବା ବେଳେ ୪ଜଣ ଖେଳାଳି ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି । ତେଣୁ ପଞ୍ଚମ ମ୍ୟାଚରେ ଦେବଦତ୍ତଙ୍କୁ ପ୍ଲେଇଙ୍ଗ-୧୧ ରେ ସ୍ଥାନ ମିଳିପାରେ । ବାକି ଅନ୍ୟ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ଖୁବ କମ୍ ରହିଛି ।

ଭାରତର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧:- ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ରଜତ ପାଟିଦାର/ଦେବଦତ୍ତ ପାଡିକ୍କଲ, ସରଫରାଜ ଖାନ୍, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ/କୁଳଦୀପ ଯାଦବ, ଆକାଶଦୀପ ।

Get real time updates directly on you device, subscribe now.