fbpx

କିଏ ନେବ ଏ ସମ୍ପତ୍ତି, ଅରବପତି ୱାରେନଙ୍କ ଖୁଲାସା

Advertisement

ଓଡିଶା ଭାସ୍କର: ଦୁନିଆର ପ୍ରସିଦ୍ଧ ନିବେଶକ ଓ ବର୍କଶାୟର ହୈଥବେ କମ୍ପାନୀର ମାଲିକ ୱାରେନ ବଫେଟଙ୍କ ସମ୍ପତ୍ତି କାହା ନାଁରେ ହେବ । ବଫେଟଙ୍କ ମୃତ୍ୟୁ ପରେ ଏ ତାଙ୍କର ସମ୍ପତ୍ତିର ମାଲିକ କିଏ ହେବ ତାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ ନିଜେ ୱାରେନ ବଫେଟ ଖୁଲାସା କରିଛନ୍ତି । ୱାରେନଙ୍କୁ ଏବେ ୯୩ ବର୍ଷ ହୋଇ ସାରିଛି ଓ ସେ ବିଶ୍ୱର ସବୁଠୁ ଧନୀ ଲୋକଙ୍କ ତାଲିକାରେ ମଧ୍ୟ ନିଜ ନାମକୁ ସାମିଲ କରିଛନ୍ତି । ଏବେ ସେ ଖୁଲାସା କରି କହିଛନ୍ତି ଯେ ତାଙ୍କର ମୃତ୍ୟୁ ପରେ ତାଙ୍କର କୋଟି କୋଟି ଟଙ୍କାର ନେଟୱର୍ଥ କାହାର ହେବ ।

ୱାରେନ କହିଛନ୍ତି ଯେ, ତାଙ୍କର ମୃତ୍ୟୁ ପରେ ବିଲ ଆଣ୍ଡ ମେଲିଣ୍ଡା ଗେଟସ୍‌କୁ ଦାନରେ ଦିଆଯାଉଥିବା ସମ୍ପତ୍ତିକୁ ବନ୍ଦ କରି ଦିଆଯିବ । ତାହାସହ ତାଙ୍କର ସମ୍ପତ୍ତି ତାଙ୍କ ତିନି ସନ୍ତାନଙ୍କ ଦ୍ୱାରା ତିଆରି ହେବାକୁ ଥିବା ଟ୍ରଷ୍ଟକୁ ଯିବ, ଯାହାକୁ ପରୋପକାର କାର୍ଯ୍ୟରେ ବ୍ୟବହାର କରାଯିବ । ଏହାର ସମସ୍ତ ଦାୟିତ୍ୱ ତାଙ୍କ ସନ୍ତାନଙ୍କ ହାତରେ ହିଁ ନ୍ୟସ୍ତ ରହିବ । ପ୍ରକାଶଥାଉ ଯେ, ୱାରେନ ବଫେଟଙ୍କ ବର୍କଶାୟର ହୈଥବେ ଗ୍ରୁପର ମୂଲ୍ୟ ପ୍ରାୟ ୮୮୦ ଅରବ ଡଲାର ଅଟେ । ଯାହା କାର ଇନସ୍ୟୁରେନ୍ସଠୁ ଆରମ୍ଭ କରି ଅନେକ ପ୍ରକାର ବ୍ୟବସାୟ କରିଥାଏ । ବଫେଟ ନିଜେ ଏହାର ଚେୟାରମ୍ୟାନ ଓ ଚିଫ ଆକଜିକ୍ୟୁଟିଭ ଭାବରେ କାର୍ଯ୍ୟ ତୁଲାଉଛନ୍ତି । ତାଙ୍କ ପାଖରେ କମ୍ପାନୀର ମୋଟ ୧୪.୫ ପ୍ରତିଶତ ସେୟାର ରହିଛି । ୨୦୦୬ ମସିହାରେ ୱାରେନ ଏହାର ଅଧା ସେୟାରକୁ ଦାନ କରି ଦେଇଥିଲେ ।

Get real time updates directly on you device, subscribe now.