fbpx

ଆଦିତ୍ୟଙ୍କ ମୃତ୍ୟୁ ପଛରେ କାହାର ହାତ? ଜାଣନ୍ତୁ କ’ଣ ଉତ୍ତର ଦେଲେ ଆଦିତ୍ୟଙ୍କ ବାପା

ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): ସମାଜସେବା ଆଦିତ୍ୟ ଦାସଙ୍କ ମୃତ୍ୟୁକୁ ଅନେକ ଦିନ ବିତିଯାଇଥିଲେ ବି ଆଜିଯାଏଁ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ଜଣାପଡିଲା ନାହିଁ । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବା ବେଳେ ଘଟଣାଟି ଆଜି ଏକ ଭିନ୍ନ ମୋଡ ନେଇଛି । ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ବାପା । ସେ କହିଛନ୍ତି ଯେ, ‘ ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡି ବା ମହିଳାଙ୍କ ହାତ ଥାଇପାରେ । ସାଇକୋ ଲେଡି ଜଣକ ଆଦିତ୍ୟଙ୍କୁ ବାହାହେବାକୁ ଚାହୁଁଥିଲେ । ସେ ଆଦିତ୍ୟଙ୍କୁ ଏକ ବର୍ଷ ହେବ ଏକ ତରଫା ପ୍ରେମ କରୁଥିଲେ । ୨୦ ଦିନ ହେଲା ଏହି ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛୁ ବୋଲି ଆଦିତ୍ୟଙ୍କ ପିତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.