fbpx

ମହିଳା ସଂରକ୍ଷଣ ବିଲକୁ କାହିଁକି ଲାଗିଲା ୯ ବର୍ଷ? କାରଣ କହିଲେ ସୀତାରମଣ

ନୂଆଦିଲ୍ଲୀ : ଗୁରୁବାର ଦିନ ରାଜ୍ୟସଭା “ନାରୀ ଶକ୍ତି ବନ୍ଦନ ବିଲ’କୁ ମଞ୍ଜୁରୀ ଦେଇଛି । ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ଉପରେ ଅନେକ ପ୍ରଶ୍ନ ଉଠାଯାଇଥିଲା । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟି ଗୋଟି କରି ପ୍ରଶ୍ନର ଉତ୍ତର ଦେଇଛନ୍ତି । ବିପକ୍ଷ ଦଳ ମହିଳା ସଂରକ୍ଷଣଙ୍କୁ ପ୍ରଶ୍ନ କରିଥିଲେ ଯେ, ୯ ବର୍ଷ କାହିଁକୁ ଲାଗିଲା । ଏହାର ଉତ୍ତରରେ ସୀତାରମଣ ମୋଦୀଙ୍କ ଦ୍ୱାରା ମହିଳାଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ଗୁଡିକୁ କହିଥିଲେ ।

କେନ୍ଦ୍ରୀୟ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ, ଆମେ ଏହି ଦିନରେ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରିଛୁ । ଏହା ସହିତ ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରୁ ମହିଳାମାନଙ୍କୁ ଶକ୍ତ କରିଛୁ । ଶୌଚାଳୟ ଦେବା, ବ୍ୟାଙ୍କରେ ଖାତା ଖୋଲିବା, ଗ୍ୟାସ ଯøାଗାଇବା ଭଳି କାମ କରିଛନ୍ତି । ସୀତାରମଣ ରାଜ୍ୟସଭାରେ କହିଛନ୍ତି ଯେ, ମହିଳାଙ୍କ ସହ ଜଡିତ କୌଣସି ପ୍ରସଙ୍ଗରେ ଆମେ ରାଜନୀତି କରୁନାହୁଁ ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ଏକ ବିଶ୍ୱାସର ବିଷୟ ଅଟେ, ସେଥିପାଇଁ ଆମେ ଯାହା କହୁଛୁ ତାହା ହିଁ କରିଥାଉ । ସେ ଧାରା ୩୭୦, ତ୍ରିପଲ ତଲାକ ହେଉ ଅଥବା ଏବେ ମହିଳା ସଂରକ୍ଷଣ ବିଲ ହେଉ ।

Get real time updates directly on you device, subscribe now.