fbpx
BJD SKY
BJD SKY

(Video) ବାଲେଶ୍ୱରରେ କାହିଁକି ପ୍ରାର୍ଥୀ ଦେଇନି BJD? ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଏହି ନେତାଙ୍କୁ ଅପେକ୍ଷା କରିଛି ବିଜେଡି

BJD

ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ତାଲିକା ଘୋଷଣା କରୀୁଛନ୍ତି ରାଜନୈତିକ ଦଳ । ବିଭିନ୍ନ ଦଳରୁ କିଏ ଲଢିବେ ନିର୍ବାଚନ, ସେଥିପାଇଁ ଆସନ ବାଣ୍ଟି ଦେଇଛନ୍ତି ଦଳର ସୁପ୍ରିମୋ । ଦ୍ୱିତୀୟ ପର୍ୟ୍ୟାୟରେ ୨୭ଟି ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ଦଳ ନିଜର ପ୍ରାର୍ଥୀ ମାନଙ୍କ ନାଁ ଘୋଷଣା କରିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୩ଟି ପର୍ଯ୍ୟାୟରେ ମୋଟ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ବାଲେଶ୍ୱରରୁ କିଏ ଲଢିବେ, ସେ ନେଇ ଘୋଷଣା ହୋଇନାହିଁ । ତେଣୁ ଏବେ ପ୍ରଶ୍ନ ଉଠିଛି ବାଲେଶ୍ୱରରେ ବିଜେପିର ମଙ୍ଗ ଧରିଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ କିଏ ଆମନା ସାମନା କରିବ?

ରାଜ୍ୟର ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୩ଟି ପର୍ୟ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଆସନରେ ଏବେ ମଧ୍ୟ ପ୍ରାର୍ଥୀ ଚୟନ ବାକି ରହିଛି । ଆଉ ଏହି ଆସନଟି ହେଉଛି ବାଲେଶ୍ୱର । କେବଳ ବାଲେଶ୍ୱର ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ । ୨୦୧୯ରେ ବିଜୟ ପରେ ଏଥର ମଧ୍ୟ ବିଜେପି ବାଲେଶ୍ୱର ଲୋକସଭା ଆସନରୁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ ଭାବେ ରିପିଟ୍ କରିଛି । ହେଲେ ବିଜେଡି କିନ୍ତୁ ବାଲେଶ୍ୱର ଆସନରେ ଦଳୀୟ ପ୍ରାର୍ଥୀ କିଏ ହେବେ ସେ ନେଇ କାର୍ଡ ଖୋଲିନି। ଯାହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ତେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ପାଇଁ ବିଜେଡି ବାଲେଶ୍ୱର ଲୋକସଭା ଆସନକୁ ଖାଲି ରଖିଥିବା ଚର୍ଚ୍ଚା ହେଉଛି। ନବଜ୍ୟୋତି ପଟ୍ଟନାୟକ ଖୁବଶୀଘ୍ର ବିଜେଡିରେ ସାମିଲ ହେବାର ସମ୍ଭାବନା ଥିବାରୁ ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି।

୨୦୧୯ ନିର୍ବାଚନରେ ମଧ୍ୟ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇଥିଲେ । ୧ ଲକ୍ଷ ୭୯ ହଜାର ୪୦୩ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ବିଜେଡିର ପରବର୍ତ୍ତୀ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ସ୍ପଷ୍ଟ ହୋଇଯିବ ।

ଯଦି ୨୦୧୯ ସାଧାରଣ ନିର୍ବାଚନକୁ ଦେଖିବା, ତେବେ ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପରାସ୍ତ ହୋଇଥିଲା । ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ୧୨ ହଜାର ୯୫୬ ଭୋଟରେ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ରବୀନ୍ଦ୍ରଙ୍କୁ ୪ ଲକ୍ଷ ୭୦ ହଜାର ୯୦୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ପ୍ରତାପ ୪ ଲକ୍ଷ ୮୩ ହଜାର ୮୫୮ ଭୋଟ୍ ପାଇ ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.