ପିଇ ଜାଣିଲେ ଔଷଧ ଭଳି କାମ କରେ RUM, ଜାଣନ୍ତୁ ଏହାର କାରଣ କ’ଣ?

କାହିଁକି ରମ୍‌କୁ ଔଷଧ କହନ୍ତି ଲୋକ, ଆସନ୍ତୁ ଜାଣିବା କାହିଁକି ଏଭଳି କୁହାଯାଏ ଏବଂ ଏହି ଘଟଣାରେ କେତେ ସତ୍ୟତା ରହିଛି?

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଲୋକମାନେ ରମକୁ ଔଷଧ ଭାବରେ ଦେଖନ୍ତି। ଏହା ସହିତ ଆମେ ଆପଣଙ୍କୁ କହିବୁ ଯେ ମଦ ଆମ ଶରୀରକୁ ଯିବା ପରେ ଏହା ଆମ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ।

ବାସ୍ତବରେ ରମ୍ ବିଷୟରେ ଅନେକ ସମୟରେ କୁହାଯାଏ ଯେ ଯଦି ଏହାକୁ ଗରମ ପାଣି ସହିତ ସେବନ କରାଯାଏ ତେବେ ଏହା ଅନେକ ରୋଗରୁ ରକ୍ଷା ପାଇବାର ଔଷଧ ଭଳି କାମ କରିଥାଏ। ଆସନ୍ତୁ ଜାଣିବା କାହିଁକି ଏଭଳି କୁହାଯାଏ ଏବଂ ଏହି ଘଟଣାରେ କେତେ ସତ୍ୟତା ରହିଛି।

ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ଦୂର କରିଥାଏ ରମ୍: ଯଦି ଆପଣ ଅତ୍ୟଧିକ ମଦ୍ୟପାନ କରନ୍ତି ତେବେ ତାହା କେବେ ବି ଶରୀର ପାଇଁ ଲାଭଦାୟକ ହୋଇପାରିବ ନାହିଁ।

ରମ୍ ବିଷୟରେ କହିବାକୁ ଗଲେ ଏହାର ପ୍ରଭାବ ଗରମ ହେବା ସହ ଏଥିରେ ମାଇକ୍ରୋବିୟଲ ଗୁଣ ମଧ୍ୟ ରହିଥାଏ ଯାହା ଶରୀରରେ ଥିବା ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆକୁ ଦୂର କରିଥାଏ।

ଏହା ବ୍ୟତୀତ ରମ୍ ବିଷୟରେ ମଧ୍ୟ ଦାବି କରାଯାଏ ଯେ ଯଦି ଏହାକୁ ସୀମିତ ମାତ୍ରାରେ ସେବନ କରାଯାଏ ତେବେ ଏହା ଆପଣଙ୍କ ରକ୍ତକୁ ମୋଟା ହେବାରୁ ରୋକିଥାଏ।

ହାର୍ଟ ଆଟାକ୍ ଆଶଙ୍କାକୁ କରିଥାଏ କମ୍: ଏହା ଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ। ସେହିପରି ମାଂସପେଶୀରେ ଯନ୍ତ୍ରଣା ହେଲେ ରମ୍ ମଧ୍ୟ ଏଥିରୁ ଆରାମ ଦେଇଥାଏ।

ତେବେ ଏପରି ହୋଇଥାଏ କାରଣ ରମ୍ ରେ ଥିବା ଆଲକୋହଲର ମାତ୍ରା ଶରୀରକୁ ଯିବା ମାତ୍ରେ ସ୍ନାୟୁ ପ୍ରଣାଳୀକୁ ମନ୍ଥର କରିଦିଏ।

ଏହି କାରଣରୁ ଯନ୍ତ୍ରଣା ସଂକେତ ଧୀରେ ଧୀରେ ମସ୍ତିଷ୍କରେ ପହଞ୍ଚିଥାଏ ଏବଂ ମଣିଷ ଅନୁଭବ କରେ ଯେ ରମ୍ ପିଇବା ଦ୍ୱାରା ତାଙ୍କ ଯନ୍ତ୍ରଣା ଦୂର ହୋଇଯାଏ।

ବି.ଦ୍ର: ମଦ୍ୟପାନ ସ୍ୱସ୍ଥ୍ୟ ପ୍ରତି ହାନି କାରକ। ଏହି ଖବର ଦ୍ୱାରା ଆମେ ମଦ୍ୟପାନକୁ ପ୍ରୋତ୍ସାହିତ କରୁନାହୁଁ।