fbpx

(Video) ପୁଣି ଦୁର୍ଗାପୂଜାରେ ମହାବାତ୍ୟା ! ସର୍ବଦା ଅକ୍ଟୋବରେ କାହିଁକି ହୁଏ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ଭୁବନେଶ୍ବର(ଓଡିଶା ଭାସ୍କର): ଅକ୍ଟୋବର ମାସ ଆସିଲେ ଲୋକେ ଯେତିକି ଖୁସି ହୁଅନ୍ତୁ ତାହାଠାରୁ ଅଧିକ ଭୟ କରିଥାନ୍ତି । ଏହି ମାସରେ ମା ଜଗତଜନନୀ ଧରାବତରଣ କରୁଥିବା ବେଳେ ପୂଜା ସମୟରେ ଅନେକ ବାତ୍ୟାର ସାମ୍ନା କରିଛନ୍ତି ଓଡିଶାବାସୀ । ଅକ୍ଟୋବର ମାସରେ ଲଘୁଚାପ ସୃଷ୍ଟି ହେଲେ ମଧ୍ୟ ଲୋକେ ଭାବନ୍ତି ଏହା ବାତ୍ୟାର ରୂପ ନେବ । ତେବେ ଆପଣ ଜାଣିଛନ୍ତି କି ପ୍ରତ୍ୟେକ ଥର ଦୁର୍ଗାପୂଜାରେ କାହିଁକି ହୁଏ ବାତ୍ୟା ? ପ୍ରଥମଥର କରି 1999 ମସିହାରେ ଓଡିଶା ଦେଖିଥିଲା ଭୟଙ୍କର ମହାବାତ୍ୟା । ଏହାପରେ 2013 ମସିହାରେ ତାଣ୍ଡବ ରଚିଥିଲା ଫାଇଲିନ୍ । ଏହାର ପରବର୍ତ୍ତି ବର୍ଷ 2014 ମସିହାରେ ହୋଇଥିଲା ବାତ୍ୟା ହୁଡହୁଡ । ଅନ୍ୟପଟେ 2018 ମସିହାରେ ଦାନା ବାନ୍ଧିଥିଲା ତିତଲି । 2019ରେ ଫନି ଏବଂ 2020 ମସିହାରେ 5ଟି ବାତ୍ୟା ହୋଇଥିଲା । ଅମ୍ଫାନ, ୟଶ, ଗୁଲାବ, ବୁଲବୁଲ ଏବଂ ଜଓ୍ବାଦ ।

1999 ମହାବାତ୍ୟା ଶୁଣିଲେ ଆଜି ମଧ୍ୟ ଲୋକେ ଭୟ କରିଥାନ୍ତି । ଅନେକ ଲୋକ ପ୍ରାଣ ହରାଇଥିବା ବାଳେ ଅନେକ ଜନଜୀବନ ମଧ୍ୟ ଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ କାହିଁକି ଏହି ମାସରେ ହିଁ ବାତ୍ୟା । ତେବେ ଏକ ରିପୋର୍ଟ ଅନୁସାରେ, ଅକ୍ଟୋବର ମାସ ବାତ୍ୟା ପାଇଁ ଅନୁକୂଳ ହୋଇଥାଏ । ଏକଥା ଭାରତୀୟ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ସ୍ପଷ୍ଟ କରିଛନ୍ତି । ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଥିବା ବେଳେ ସ୍ଥଳଭାଗ ଛୁଏଁ ବାତ୍ୟା । ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ ଅକ୍ଟୋବର ମାସରେ ଲେଉଟିଥାଏ । ସେଥିପାଇଁ ଏହି ମାସରେ ବାତ୍ୟା ଆସିଥାଏ । ଯେତେବେଳେ ସମୁଦ୍ରର ଉପରିଭାଗର ତାପମାତ୍ରା ଅଧିକ ରହିଥାଏ, ସମୁଦ୍ର ଭିତରର ପବନର ବେହ ସମାନ୍ତରାଳ ନରହି ପରିବର୍ତ୍ତନ ହୋଇଥାଏ । ଯାହା ଫଳରେ ଝଡର ଆଶଙ୍କା ଦେଖାଯାଇଥାଏ । ପ୍ରଥମେ ଲଘୁଚାପ ହେବା ପରେ ଏହା କ୍ରମଶଃ ବାତ୍ୟାର ରୂପ ନେଇଥାଏ ।

Get real time updates directly on you device, subscribe now.