fbpx
BJD
BJD SKY
BJD SKY

ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସେକ୍ସ ବା ଯୌନ ଆଗ୍ରହ କାହିଁକି ବୃଦ୍ଧି ପାଇଥାଏ?

ଓଡିଶା ଭାସ୍କର: ବର୍ତ୍ତମାନ ଶୀତ ଋତୁ ଜାରି ରହିଛି। ଏହି ସମୟରେ ଆପଣଙ୍କ ମଧ୍ୟରେ ଦେଖାଦେଉଥିବା ପରିବର୍ତ୍ତନକୁ ଆପଣ ଠିକ୍ ଅନୁଭବ କରିପାରୁଥିବେ। କିନ୍ତୁ ଏହି ପରିବର୍ତ୍ତନ ଅନ୍ୟ ଋତୁ ଅପେକ୍ଷା ଶୀତ ଋତୁରେ କାହିଁକି ଅଧିକ ହୋଇଥାଏ। ଏଠାରେ କହିବା କଥା ହେଉଛି ଯେ, ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସେକ୍ସ ବା ଯୌନ ଆଗ୍ରହ କାହିଁକି ବୃଦ୍ଧି ପାଇଥାଏ? ତେବେ ଏଭଳି ଆଗ୍ରହ ବଢିବା ଫଳରେ ଆପଣ କାହାରି ନା କାହାରି ସହ ସେକ୍ସ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। କିନ୍ତୁ ଏହା ପଛରେ ଥିବା କାରଣକୁ ଜାଣିବା ପାଇଁ କେବେ ଚେଷ୍ଟା କରିଛନ୍ତି କି?

ଶୀତ ଦିନେ ଯୌନ ଆଗ୍ରହ ବୃଦ୍ଧି ପାଇବା ପଛରେ କିଛି ବୈଜ୍ଞାନିକ କାରଣ ସବୁ ରହିଛି। ଏହି ଶୀତ ଦିନେ କେବଳ ପୁରୁଷଙ୍କର ନୁହେଁ, ବରଂ ଉଭୟେ ପୁରୁଷ ଓ ମହିଳାଙ୍କ ଆଗ୍ରହତା ବଢିଥାଏ। ତେଣୁ ଏହି ଦିନମାନଙ୍କରେ ଦମ୍ପତିମାନେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ଇଚ୍ଛା କରନ୍ତି। ଆମ ସମସ୍ତଙ୍କୁ ଏକଥା ଜଣା ଯେ, ଶୀତ ଋତୁରେ ଦିନ ଛୋଟ ଏବଂ ରାତି ଲମ୍ବା ହୋଇଥାଏ। ଏହି କାରଣରୁ ଅଧିକ ମେଲାଟୋନିନ୍ ହରମୋନ୍ ଆମ ଶରୀରରେ ନିର୍ଗତ ହୁଏ। ଯାହା ନିଦକୁ ପ୍ରୋତ୍ସାହିତ କରିଥାଏ। ଅନ୍ୟପଟେ ଥଣ୍ଡା ହେତୁ ଆମେ ଦୀର୍ଘ ସମୟ ପର୍ୟ୍ୟନ୍ତ ମୋଟା ଘୋଡେ଼ଇବାରେ ଘୋଡ଼ି ହୋଇ ଶୋଇ ରହିଥାଉ। ଏହି କାରଣରୁ ଟେଷ୍ଟୋଷ୍ଟେରନ୍ ହରମୋନ୍, ଯାହା ଯୌନ ଇଚ୍ଛା ସୃଷ୍ଟି କରେ, ତାହାର ସ୍ତର ଉଚ୍ଚ ହୋଇଯାଏ। ତେବେ ସାଧାରଣତଃ ଏହି ହରମୋନର ବୃଦ୍ଧି ହିଁ ଆପଣଙ୍କ ଯୌନ ଇଚ୍ଛା ଶକ୍ତିକୁ ବୃଦ୍ଧି କରିଥାଏ। ସେହିପରି ଶୀତଦିନେ ନିର୍ଗତ ହୋଇଥିବା ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବନାକୁ ଉତ୍ସାହିତ କରିଥାଏ। ଯାହା ପାର୍ଟନରଙ୍କ ମଧ୍ୟରେ ଆପଣଙ୍କ ଘନିଷ୍ଠତା ବଢାଇଥାଏ। ଶୀତଦିନେ ପୁରୁଷମାନଙ୍କରେ ଡୋପାମାଇନ୍ ନିର୍ଗତ ହେଉଥିବା ବେଳେ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ନିର୍ଗତ ହୁଏ।

ଅନ୍ୟପଟେ ସାଧାରଣ କଥା ହେଉଛି ଯେ, ଶୀତଦିନେ ଲୋକମାନେ ବାହାରକୁ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଥଣ୍ଡା କାରଣରୁ ସେମାନେ ଘରେ ଅଧିକ ସମୟ ଶୋଇବାରେ ବିତାଇଥାନ୍ତି। ଫଳରେ ଏକୁଟିଆ ଓ ଫାଙ୍କା ଥିବାରୁ ସେକ୍ସ କରିବାକୁ ମନ ହୋଇଥାଏ। ତେଣୁ ଶୀତ ଦିନେ ଅଧିକ ସମୟ ଶୋଇ ନ ରହି ବାହାରକୁ ବୁଲାବୁଲି କରିବାକୁ ଯାଆନ୍ତୁ। ନଚେତ କିଛି ଭଲ କାମରେ ନିଜକୁ ନିୟୋଜିତ କରିକି ରଖନ୍ତୁ । ସକାଳ ବେଳା ମର୍ନିଙ୍ଗ ୱାକରେ ଯାଆନ୍ତୁ ଓ କିଛି ଏକ୍ସସରସାଇଜ କରନ୍ତୁ। ଏଭଳି କରିବା ଦ୍ୱାରା ସେକ୍ସ ପ୍ରତି ଆଗ୍ରହ ହ୍ରାସ ପାଇଥାଏ।

Get real time updates directly on you device, subscribe now.