fbpx

ଛେରାପହଁରା ପାଇଁ କାହିଁକି ଆସିଲେନି ଗଜପତି? ଜାଣନ୍ତୁ

ପୁରୀ, ୫ା୬(ଓଡ଼ିଶା ଭାସ୍କର): ଆଜି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କିନ୍ତୁ ଏହି ଶୁଭ କାର୍ଯ୍ୟରେ ସ୍ନାନ ମଣ୍ଡପକୁ ସେବା ପାଇଁ ଗଜପତି ମହାରାଜ ଆସିନଥିଲେ । ମହାରାଜଙ୍କ ପ୍ରତିନିଧି ଭାବେ ମୁଦିରଥ ଛେରାପହଁରା କାର୍ଯ୍ୟ ତୁଲାଇଥିଲେ । ହେଲେ କାହିଁକି ଗଜପତି ମହାରାଜା ଛେରାପହଁରା ପାଇଁ ଆସିନଥିଲେ । ଏହି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖ କହିଛନ୍ତି ଯେ ସରକାରଙ୍କ ଲକଡାଉନ ନିୟମ ବଳବତ୍ତର ଥିବାରୁ ସେ ଯୋଗ ଦେଇପାରିଲେ ନାହିଁ । ୭ରୁ ଅଧିକ ଲୋକଙ୍କ ମନ୍ଦିର ବାହାରେ ଏକାଠି ହେବାକୁ ଅନୁମତି ନାହିଁ । ଏହାସହ ୬୫ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ବାହାରିବାକୁ ମଧ୍ୟ ମନା କରାଯାଇଛି । ତେଣୁ ସେ ସ୍ନାନ ମଣ୍ଡପକୁ ଛେରାପହଁରା ପାଇଁ ଯାଇପାରିଲେ ନାହିଁ ।
ଏହାସହ ଛେରାପହଁରା କରିନପାରିବା ତାଙ୍କ ସମୟରେ ଇତିହାସରେ ଏହା ଦ୍ୱିତୀୟଥର । କାରଣ ଥରେ ୧୯୭୬ମସିହାରେ ଆମେରିକାରେ ସେ ଏଲଏଲମ ପଢ଼ିବା ସମୟରେ ଆସି ପାରିନଥିଲେ । ସେହିପରି ଆଜି କରୋନା କଟକଣା ପାଇଁ ଯୋଗ ଦେଇପାରି ନାହାନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.