fbpx

ପଦ୍ମଶ୍ରୀ ପୁରସ୍କାର ପ୍ରତ୍ୟାଖାନ କରିଥିଲେ ଗୀତ ମେହଟା, ଜାଣନ୍ତୁ କ’ଣ ରହିଥିଲା କାରଣ ?

AAKASH

ଭୁବନେଶ୍ୱର: ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହଟ୍ଟାଙ୍କର ଶନିବାର ରାତିରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତା ଏକାଧାରରେ ଜଣେ ଲେଖିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ଓ ସାମ୍ବାଦିକା ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ଏହି ଦକ୍ଷତା ପାଇଁ ଭାରତ ସରକାର ୨୦୧୯ ମସିହାରେ ଗୀତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

ତେବେ ଗୀତା ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବଳେ ସାମାନ୍ୟ ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା । କାରଣ ଗୀତା ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭଉଣୀ ହୋଇଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ଥିଲେ । ଗୀତାଙ୍କ ଏହି ନିଷ୍ପତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ କି ସ୍ୱାଧିନ ଭାବରେ ନିଷ୍ପତି ନେବାର ସମ୍ପୁର୍ଣ୍ଣ ଅଧିକାର ଗୀତାଙ୍କର ରହିଛି ।

ତେବେ ଗୀତା ଏହି ପୁରସ୍କାର ଗ୍ରହଣ ନକରିବା ସମ୍ପର୍କରେ କହିଥିଲେ ଯେ, “ମୁଁ ଗଭୀର ଭାବରେ ଗୌରବାନ୍ୱିତ ଯେ ଭାରତ ସରକାର ମୋତେ ପଦ୍ମଶ୍ରୀ ଯୋଗ୍ୟ ବୋଲି ଭାବିଛନ୍ତି, କିନ୍ତୁ ବହୁତ ଦୁଃଖର ସହ ମୁଁ ଅନୁଭବ କରୁଛି ଯେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁରସ୍କାର ମିଳିବାର ସମୟ ଭୁଲ ଉଦାହରଣ ଦେଇପାରେ, ଯାହା ଉଭୟ ସରକାରଙ୍କୁ ଏବଂ ମୋତେ ଅସୁବିଧାରେ ପକାଇ ପାରେ, ଯେଉଁଥି ପାଇଁ ମୁଁ ବହୁତ ଦୁଃଖିତ ଅନୁଭବ କରିବି।’

ସାହିତ୍ୟ ଏବଂ କଳା କ୍ଷେତ୍ରକୁ ଗୀତାଙ୍କୁ ଅବଦାନ ପାଇଁ ତାଙ୍କୁ ବିଦେଶୀ ବର୍ଗରେ ପଦ୍ମଶ୍ରୀ ପ୍ରଦାନ କରିବାକୁ ଘୋଷଣା କେନ୍ଦ୍ର ସରକାର କରିଥିଲେ । ଏହି ପୁରସ୍କାର ପ୍ରଦାନ କରିବା ପୁର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୀତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସ୍ୱାମୀ ସୋନୀ ମେହଟାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୀଥିଲେ, ଏବଂ ଗୀତାଙ୍କ ସହିତ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ ।

Get real time updates directly on you device, subscribe now.