fbpx

କାହିଁକି ଅଶୁଭ ହୋଇଥାଏ ଦକ୍ଷିଣମୁଖୀ ଘର? ଜାଣନ୍ତୁ କିପରି ଦୂର ହେବ ଏହି ସମସ୍ୟା

ନୂଆଦିଲ୍ଲୀ: ଘର ତିଆରି କରିବା ପାଇଁ ଯୋଜନା କରୁଥିବା ଲୋକମାନେ ଅନେକ କିଛି କଥା ଉପରେ ଧ୍ୟାନ ଦେଇଥାନ୍ତି । ବାସ୍ତୁ ଶାସ୍ତ୍ରରୁ ଆରମ୍ଭ କରି ଘରର ଦ୍ୱାରମୁହଁର ଦିଗ ପର୍ଯ୍ୟନ୍ତ ବିଭିନ୍ନ ଜିନିଷ ଉପରେ ବିଚାର କରାଯାଏ । ତେବେ ଆପଣ ଧ୍ୟାନ ଦେଇଥିବେ ଯେ, କୌଣସି ଘରର ମୁଖ୍ୟଦ୍ୱାର ଦକ୍ଷିଣ ଦିଗରେ ରହି ନଥାଏ । ଏହା ପଛରେ ଏକ ମହାନ ରହସ୍ୟ ରହିଛି, କାରଣ ବାସ୍ତୁଶାସ୍ତ୍ରରେ ଦକ୍ଷିଣମୁଖୀ ଘରକୁ ଅଶୁଭ ବୋଲି କୁହାଯାଏ । ଦକ୍ଷିଣ ଦ୍ୱାରକୁ ପ୍ରଭୁ ଯମରାଜଙ୍କ ଦ୍ୱାର ବୋଲି ବିଚାର କରାଯାଏ ।

ତେବେ ଯଦି ଆପଣଙ୍କ ଘର ଯଦି ପ୍ରସ୍ତୁତ ହୋଇସାରିଛି, ତେବେ ସାବଧାନ ହୋଇଯାଆନ୍ତୁ । ଦକ୍ଷିଣମୁଖୀ ଘର ଯୋଗୁଁ ଆପଣଙ୍କ ମାନସିକ ଏବଂ ଶାରୀରିକ ଉଭୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋପାରେ । ଦକ୍ଷିଣମୁଖୀ ଘର ନକରାତ୍ମକ ପ୍ରଭାବ ପଡୁଥିବା କୁହାଯାଏ, ଯାହାଦ୍ୱାରା ଆର୍ଥିକ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ । ଏହାବ୍ୟତୀତ ଦକ୍ଷିଣମୁଖୀ ଘରେ ବାସ୍ତୁଦୋଷ ଲାଗେ । ଫଳରେ ଘରର ସମସ୍ତ ସଦସ୍ୟଙ୍କ ଜୀବନରେ ସମସ୍ୟା ଘେରି ରହିବ ।

ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଯଦି ନିମ୍ବଗଛ ଥାଏ, ତେବେ ଏହା ପ୍ରଭାବରେ ଦକ୍ଷିଣମୁଖୀ ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ । ସେହିପରି ପକ୍ଷିଣମୁଖୀ ଯଦି ଘରର ଦ୍ୱାର ଥାଏ, ତେବେ ଏହା ସାମନାରେ ଏକ ବଡ ଆଇନା ଲଗାଇ ଦିଅନ୍ତୁ । ଏହାଦ୍ୱାରା ଘରକୁ ଆସିଥିବା ନକରାତ୍ମକ ଶକ୍ତି ଦୂରରେ ରହିଥାଏ । ଏହାବ୍ୟତୀତ ଦକ୍ଷିଣମୁଖୀ ଦୋଷକୁ ଦୂର କରିବା ପାଇଁ ଦ୍ୱାର ସମ୍ମୁଖରେ ଅଶୀର୍ବାଦ ମୁଦ୍ରାରେ ମହାବୀର ହନୁମାନଙ୍କର ଏକ ମୂର୍ତ୍ତି ବା ଫଟୋ ରଖିପାରିବେ । ଦକ୍ଷିଣମୁଖୀର ମୁଖ୍ୟ ଦ୍ୱାରକୁ ଲାଲ ରଙ୍ଗ କରିବା ସହ ସେଠାରେ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ସ୍ଥାପିତ କରିପାରିବେ କିମ୍ବା ପ୍ରଭୁ ଗଣେଶଙ୍କର ଦୁଇ ପ୍ରତିମା ମଧ୍ୟ ଲଗାଇପାରିବେ । ତେବେ ମୂର୍ତ୍ତିଙ୍କ ମୁଖ ଘର ଆଡକୁ ରହିବା ଆବଶ୍ୟକ ଏବଂ ପିଠିର ଦର୍ଶନ ନ ହେବା ଉଚିତ ।

Get real time updates directly on you device, subscribe now.