fbpx

କର୍ଣ୍ଣାଟକରେ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀ କାହିଁକି ଖୁସି?

କୋଲକାତା: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ଏକ ବଡ ସଙ୍କେତ। ସେ କହିଛନ୍ତି ଯେ ବିଜେପିର ପତନ ଆରମ୍ଭ ହୋଇଛି। ମମତା କହିଛନ୍ତି ଯେ ବର୍ତ୍ତମାନ ବୁଝିଯିବା ଉଚିତ୍ ଯେ ଦେଶରୁ ବିଜେପି ସତ୍ତା ବିଦାୟ ନେବା ସମୟ ଆସିଛି । କର୍ଣ୍ଣାଟକରେ କଂଗ୍ରେସର ବିଜୟ ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି ଯେ ବିଜୟ ପ୍ରାର୍ଥୀ ଏବଂ ସେମାନଙ୍କୁ ଭୋଟ୍ ଦେଇଥିବା ଭୋଟରଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଆଗାମୀ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି ଯେ ସେଠାରେ ମଧ୍ୟ ବିଜେପିର ପରାଜୟ ନିଶ୍ଚିତ। ଦକ୍ଷିଣ ଭାରତରେ ବିଜେପିର ଯେଉଁଭଳି ସ୍ଥିତି ଆଗାମୀ ନିର୍ବାଚନରେ ୧୦୦ଟି ସିଟ୍ ହାସଲ କରିବା ସେମାନଙ୍କ ପାଇଁ ସମ୍ଭବ ନୁହେଁ ।

ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ କର୍ଣ୍ଣାଟକବାସୀଙ୍କୁ ବିଜେପିର ପରାଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମମତା କହିଛନ୍ତି ଯେ ‘ପରିବର୍ତ୍ତନ ସପକ୍ଷରେ ନିର୍ଣ୍ଣାୟକ ଆଦେଶ ପାଇଁ ମୁଁ କର୍ଣ୍ଣାଟକର ଲୋକଙ୍କୁ ନମସ୍କାର କରୁଛି’। ନିଷ୍ଠୁର କ୍ଷମତାସୀନ ଦଳର ପରାଜୟ ହୋଇଛି। ଏଥିପାଇଁ ମୁଁ ଆଗାମୀ ନିର୍ବାଚନରେ ଲୋକମାନଙ୍କୁ ନିବେଦନ କରୁଛି ଯେ ବିଜେପିକୁ ଭୋଟ୍ ଦିଅନ୍ତୁ ନାହିଁ। ମମତା ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ, କୌଣସି କେନ୍ଦ୍ରୀୟ ଶକ୍ତି ବା ତାକତ୍ ଗଣତାନ୍ତ୍ରିକ ଇଚ୍ଛାକୁ ଦମନ କରି ପାରିବ ନାହିଁ । କର୍ଣ୍ଣାଟକରେ ବିଜେପିର ପରାଜୟ ଏହାର ପ୍ରମାଣ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରୁ ଅଯୋଗ୍ୟ ହେବା ପରେ ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମାନ ଦୂରତା ବଜାୟ ରଖିବେ ବୋଲି ମମତା ବନାର୍ଜୀ କହିଥିଲେ । କିନ୍ତୁ କଂଗ୍ରେସର ବିଜୟ ଏବଂ ବିଜେପିର ପରାଜୟକୁ ନେଇ ମମତା ବାନାର୍ଜୀ ମୁହଁ ଖୋଲିଛନ୍ତି । ଗତ ମାସରେ ଜେଡିୟୁ ମୁଖ୍ୟ ତଥା ବିହାର ସିଏମ ନୀତୀଶ କୁମାରଙ୍କ ସହ ମମତା ମଧ୍ୟ ଏକ ବୈଠକ ହେବା ପରେ ମମତା ବାନାର୍ଜୀ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ ଯେ ସେ କଂଗ୍ରେସ ସମେତ ମିଳିତ ବିରୋଧର ଅଂଶ ହେବେ, ଯାହା ୨୦୨୪ ରେ ବିଜେପିକୁ ଚ୍ୟାଲେଞ୍ଜ କରିବ। କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପରାଜୟକୁ ନେଇ ବାନାର୍ଜୀଙ୍କ ମନ୍ତବ୍ୟ କେବଳ ବଡ଼ ଆକ୍ରମଣ ନୁହେଁ ବରଂ କଂଗ୍ରେସ ପ୍ରତି ପରୋକ୍ଷ ସମର୍ଥନ ଭାବରେ ମଧ୍ୟ ବିବେଚନା କରାଯାଉଛି।

Get real time updates directly on you device, subscribe now.