fbpx

ପୋଲାଣ୍ଡ କାହିଁକି ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କୁ ବିନା ଭିସାରେ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଉଛି? ପଢ଼ନ୍ତୁ ବିସ୍ତୃତରେ

ନୂଆଦିଲ୍ଲୀ: ୧୯୩୯ ମସିହାରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥିଲା । ଯୁଦ୍ଧରେ ଲଢ଼େଇ କରି ଦେଶର ପ୍ରାୟତଃ ସମସ୍ତ ପୁରୁଷ ପ୍ରାଣ ହରାଥଇଥିବା ବେଳେ କେବଳ ମହିଳା ଏବଂ ଶିଶୁମାନେ ରହିଯାଇଥିଲେ । ଏହାପରେ ମହିଳା ମାନେ ପ୍ରାଣ ବିକଳରେ ପୋଲାଣ୍ଡ୍ ଛାଡିଦେଇଥିଲେ ଏବଂ ଜାହାଜ ଜରିଆରେ ଅଜଣା ଦେଶକୁ ବାହାରି ଯାଇଥିଲେ । ଭୋକ ଉପାସରେ ଅନେକ ଦୂର ଅତିକ୍ରମ ପରେ ବି କୌଣସି ଦେଶ ତାଙ୍କୁ ଆଶ୍ରୟ ଦେଇ ନ ଥିଲେ।

ପରବର୍ତ୍ତୀ ସମୟରେ ଏହି ମହିଳାମାନେ ଉକ୍ତ ଜାହାଜ ଜରିଆରେ ଭାରତକୁ ଚାଲି ଆସିଥିଲେ । ଜାହାଜଟି ଗୁଜୁରାଟର ଜାମନଗର ଉପକୂଳରେ ଅଟକି ଥିଲା । ସେଠାରେ ଥିବା ରାଜା ଜାମ ଦିଗଜୟ ସିଂ ଜାଡେଜାଜୀ ସେମାନଙ୍କର ଦୟନୀୟ ଅବସ୍ଥା ଦେଖି ତାଙ୍କୁ ଆଶ୍ରୟ ଦେଇଥିଲେ। କେବଳ ଆଶ୍ରୟ ଦେଇନଥିଲେ, ବରଂ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ। ପାଠପଢା ସହ ଯୁଦ୍ଧ ଶିକ୍ଷା ବି ଦେବାର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ସହିତ ପୋଲାଣ୍ଡକୁ ପଠାଇଥିଲେ। ସେମାନେ ଜାମନଗର ଆର୍ମିର ପ୍ରଶିକ୍ଷଣ ଦ୍ୱାରା ନିଜ ଦେଶକୁ ପୁନଃ ପ୍ରତିଷ୍ଠା କରିପାରିଥିଲେ।

ପୋଲାଣ୍ଡର ଲୋକଙ୍କ ସମ୍ବିଧାନ ଅନୁଯାୟୀ ଜାମ ଦିଗବିଜୟ ସିଂ ଜୀ ସେମାନଙ୍କ ପାଇଁ ଏକ ଦେବତୁଲ୍ୟ। ଏହି କାରଣରୁ ଆଜି ମଧ୍ୟ ଜାମ ଦିଗବିଜୟ ସିଂ ଜୀ ଙ୍କୁ ସାକ୍ଷୀ ଭାବରେ ମାନି ସେଠାକାର ନେତାମାନେ ସଂସଦରେ ଶପଥ ନେଇଥାନ୍ତି। ତେଣୁ ପୋଲାଣ୍ଡ କେବେ ବି ଜାମ ସାହେବଙ୍କ କାର୍ୟ୍ୟକୁ ଭୁଲି ନାହିଁ କି ଗୁଜୁରାଟକୁ ମଧ୍ୟ ଭୁଲିବନାହିଁ।

ବର୍ତ୍ତମାନ ଯେତେବେଳେ ୟୁକ୍ରେନରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରପେ ପୋଲାଣ୍ଡ୍ କେବଳ ଭାରତୀୟ ଲୋକଙ୍କୁ ବିନା ଭିସାରେ ପ୍ରବେଶ କରିବାକୁ ଅନୁମତି ଦେଇନାହିଁ ବରଂ ରହିବା ଖାଇବା ପାଇଁ ହୋଟେଲର ବ୍ୟବସ୍ଥା ମଧ୍ୟ କରିଛି ।

 

Get real time updates directly on you device, subscribe now.