fbpx

୩ଟି ଅପରାଧିକ ଆଇନ ବିଲକୁ କାହିଁକି ପ୍ରତ୍ୟାହାର କରିନେଲେ ମୋଦୀ ସରକାର: କ’ଣ ରହିଛି ଏହା ପଛର କାରଣ

Advertisement

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଥିବା ୩ଟି ଅପରାଧିକ ଆଇନ ବିଲକୁ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସଂସଦୀୟ ଷ୍ଟାଣ୍ଡିଂ କମିଟିରର ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ରିଟିଶ ଯୁଗର ୩ଟି ବିଲ ‘ଦି ଇଣ୍ଡିଆନ ପେନାଲ କୋଡ’, ‘କୋଡ ଅଫ୍ କ୍ରିମିନାଲ ପ୍ରୋସିଜିଓର’ ଓ ‘ଦି ଇଣ୍ଡିଆନ ଇଭିଡେନ୍ସ ଆକ୍ଟ’ ପରିବର୍ତ୍ତେ ଯଥାକ୍ରମେ ୩ଟି ନୂଆ ଆଇନ୍ ବିଲ୍ ‘ଭାରତୀୟ ନ୍ୟାୟ ସଂହିତା ବିଲ ୨୦୨୩’, ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ ୨୦୨୩’, ‘ଭାରତୀୟ ସାକ୍ଷ୍ୟ ବିଲ ୨୦୨୩’ ଅଗଷ୍ଟ ମାସ ୧୧ ତାରିଖରେ ମୌସୁମୀ ଅଧିବେଶନରେ ଲୋକସଭାରେ ଆଗତ କରାଯାଇଥିଲା ।

ପ୍ୟାନେଲରେ ରିପୋର୍ଟରେ କୁହାଯାଇଛି, ଏହି ସଂହିତାରେ ‘ମାନସିକ ‘ରୋଗୀ’ ଶବ୍ଦ ଯେଉଁଠି ବି ରହିଛି ତାହାକୁ ‘ବିକୃତ ମସ୍ତିଷ୍କ’କୁ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଥିବା ନେଇ କମିଟି ସୁପାରିଶ କରିଛି । ପରୀକ୍ଷଣ ସମୟରେ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଏପରି ସ୍ଥିତିରେ ସେ ଅସୁସ୍ଥ ରହିଥିବା ନେଇ ଅଭିଯୁକ୍ତ ଦେଖାଇ ପାରିବେ । ସେ ନିଶା ସେବନ ନକରି ଅପରାଧ ଘଟାଇଥିଲେ ମଧ୍ୟ ଅପରାଧ କରିବା ସମୟରେ ସେ ମଦ ବା ନିଶାଯୁକ୍ତ ମେଡିସିନ ସେବନ କରିଥିଲେ ବୋଲି ଦେଖାଇ ପାରିବ । ତେଣୁ ତାଙ୍କ ଉପରେ ମାମଲା ଚାଲିପାରିବ ନାହିଁ ବୋଲି ଅଭିଯୁକ୍ତ କହିପାରିବେ ବୋଲି ରିପୋର୍ଟରେ କୁହାଯାଇଛି ।

ସୂତ୍ର ମୁତାବକ, କେନ୍ଦ୍ର ସରକାର କମିଟିର ପ୍ରସ୍ତାବକୁ ଗ୍ରହଣ କରିନେଇଛନ୍ତି । ବିଏନଏସ ୨୦୨୩ରେ ଆଇପିସିର ଧାରା ୩୭୭କୁ ପୁଣି ଥରେ ଲାଗୁ କରାଯାଇଛି । ପୁରୁଷ, ମହିଳା ଓ ତୃତୀୟ ଲିଙ୍ଗୀଙ୍କ ମଧ୍ୟରେ ଅସହମତିରେ ଯୌନ ସମ୍ବନ୍ଧକୁ ଅପରାଧ ଭାବେ ଗ୍ରହଣ କରିବାକୁ କେନ୍ଦ୍ର ସରକାର ଖାରଜ କରିଦେଇଛନ୍ତି । ତେବେ ବିବାହର ପବିତ୍ରତାକୁ ସୁରକ୍ଷା ଦେବା ପାଇଁ ଏହି ବ୍ୟବସ୍ଥା ବଳବତ୍ତର ରଖିବାର ଆବଶ୍ୟକତା ରହିଥିବା ନେଇ କମିଟି ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାର ଅସହମତ ଥିବା ସୂତ୍ରରୁ ଜଣାପଡ଼ିଛି । ପୁଣି ଥରେ ନୂଆ ବିଲ ପ୍ରସ୍ତୁତ କଲେ ସଂସଦରେ ଇଣ୍ଡିଆ ମହାମେଣ୍ଟର ଦଳମାନେ ଏହାକୁ ବିରୋଧ କରିପାରନ୍ତି । ପୂର୍ବରୁ ବିରୋଧୀ ଦଳମାନେ ୩ଟି ବିଲ ସହିତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଇସି (ନିଯୁକ୍ତି), ସେବାର ସର୍ତ୍ତ ଓ କାର୍ଯ୍ୟାଳୟର ଅବଧି) ବିଲକୁ ସଂସଦରେ ବିରୋଧ କରିଥିଲେ ।

Get real time updates directly on you device, subscribe now.