fbpx

ଆତଙ୍କବାଦୀଙ୍କୁ ମସଜିଦ ମନା: ଜାଣନ୍ତୁ ପାକିସ୍ତାନର ଏପରି ନିଷ୍ପତ୍ତି ନେବା ପଛର କାରଣ

ଇସଲାମାବାଦ: ପାକିସ୍ତାନରେ ଆତଙ୍କବାଦୀମାନେ ଆଉ ମସଜିଦରେ ନମାଜ ପଢ଼ି ପାରିବେ ନାହିଁ। ଆତଙ୍କବାଦୀଙ୍କୁ ଘରେ ହିଁ ସଲାତୁଲ-ଫଜ୍ର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ନିକାହ ବା ବିବାହ ଉତ୍ସବରେ ଯୋଗଦେବାକୁ ମଧ୍ୟ ବାରଣ କରାଯାଇଛି। ତେବେ ମାଲିକଙ୍କର ଏପରି ନିର୍ଦ୍ଦେଶ କାରଣରୁ ଆତଙ୍କବାଦୀଙ୍କ ମଧ୍ୟରେ ନିରାଶା ଦେଖାଦେଇଛି ।

ପାକିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆକ୍ରମଣରେ ଭୟଭୀତ ହୋଇ ଆତଙ୍କବାଦୀ ସଂଗଠନମାନେ ଆତଙ୍କବାଦୀଙ୍କୁ ମସଜିଦରେ ନମାଜ ପାଠକୁ ବାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପ୍ରମୁଖ ଆତଙ୍କବାଦୀଙ୍କୁ କୌଣସି ମସଜିଦକୁ ଯେକୌଣସି ସମୟରେ ନମାଜ ପଢ଼ିବା ପାଇଁ ନ ଯାଆନ୍ତୁ ବୋଲି କୁହାଯାଇଛି । ତେବେ ଅଜ୍ଞାତ ବନ୍ଧୁକଧାରୀମାନେ ମଧ୍ୟ ସେମାନଙ୍କୁ ମସଜିଦରେ ଟାର୍ଗେଟ କରୁଛନ୍ତି ବୋଲି ସୂଚନା ମିଳିଛି। ଏହା ବ୍ୟତୀତ ନିଜ ଘରେ ସକାଳର ନମାଜ ପାଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆତଙ୍କବାଦୀ ସଂଗଠନ ସେମାନଙ୍କର ପ୍ରମୁଖ ଆତଙ୍କବାଦୀଙ୍କୁ କୌଣସି ବିବାହ ଉତ୍ସବ ଆଦିରେ ଯୋଗ ନଦେବା ପାଇଁ ମଧ୍ୟ ଅନୁରେରାଧ କରିଛନ୍ତି । ସେମାନେ ସେଠାରେ ବିପଦର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା ଥିବା କହିଛନ୍ତି। ତେବେ ଏହି ନିର୍ଦ୍ଦେଶଗୁଡ଼ିକ କାରଣରୁ ଆତଙ୍କବାଦୀଙ୍କ ମଧ୍ୟରେ ନିରାଶା ବ୍ୟାପିବାରେ ଲାଗିଛି । କାରଣ ଯେତେବେଳେ ସେମାନେ ସର୍ବସାଧାରଣ ସ୍ଥାନକୁ ଯାଆନ୍ତି, ସେମାନେ ନିଜକୁ ଅନ୍ୟମାନଙ୍କ ତୁଳନାରେ ବଡ଼ ବୋଲି ଭାବନ୍ତି । ଏପରିକି ପାକିସ୍ତାନରେ ମଧ୍ୟ ପ୍ରମୁଖ ଆତଙ୍କବାଦୀଙ୍କୁ ଗୁରୁତ୍ୱ ଦିଆଯାଏ । ଏଭଳି ପରିସ୍ଥିତିରେ ସେମାନେ ସର୍ବସାଧାରଣ ସ୍ଥାନକୁ ନଯିବା କାରଣରୁ ନିରାଶ ଓ ଅସନ୍ତୋଷ ଅନୁଭବ କରୁଛନ୍ତି ।

Get real time updates directly on you device, subscribe now.