fbpx
BJD
BJD SKY
BJD SKY

କାହିଁକି ପାଳି ଘୋଷଣା କଲେ ରୋହିତ: ମ୍ୟାଚ ବିଜୟ ପରେ ପ୍ରେସମିଟରେ ଏ ନେଇ କହିଲେ ଭାରତର ଅଧିନାୟକ

ମୋହାଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସହ ଅଧିନାୟକ ପଦର ଅଭିଯାନ ଆରମ୍ଭ କରିଛନ୍ତି ରୋହିତ ଶର୍ମା । ମୋହାଲୀରେ ଭାରତ ହାସଲ କରିଛି ଏକ ମହାବିଜୟ । ଗୋଟିଏ ଇନିଂସ ଏବଂ ୨୨୨ରନରେ ଶ୍ରୀଲଙ୍କାକୁ ମାତ ଦେଇଛି ଟିମ ଇଣ୍ଡିଆ । ଏହି ବିଜୟର ସୁପର ହିରୋ ଥିଲେ ଷ୍ଟାର ଅଲରାଉଣ୍ଡର ସାର ରବିନ୍ଦ୍ର ଜାଡେଜା । ୧୭୫ ରନର ଦମଦାର ପାରି ସହିତ ୯ ୱିକେଟ ହାସଲ କରି ଭାରତକୁ ବିଜୟ ଉପହାର ଦେଇଛନ୍ତି ଜାଡୁ । କିନ୍ତୁ ମ୍ୟାଚର ଦ୍ୱିତୀୟ ଦିନରେ ଜାଡେଜା ନିଜ ଦ୍ୱିଶତକରୁ ମାତ୍ର ୨୫ ରନ ଦୂରରେ ଥିବା ବେଳେ ଅଧିନାୟକ ରୋହିତ ପାଳି ଘୋଷଣା କରି ଦେଇଥିଲେ । ଯାହାକୁ ନେଇ ଆରମ୍ଭ ହୋଇଛି ଅନେକ ଚର୍ଚ୍ଚା । କିନ୍ତୁ ମ୍ୟାଚ ପରେ ପ୍ରେସ ମିଟରେ ଏହି ବଡ ପ୍ରଶ୍ନର ଉତ୍ତର ରକିଛନ୍ତି ହିଟମ୍ୟାନ ରୋହିତ ।

India vs Sri Lanka: Ravindra Jadeja hits second Test hundred to help hosts  post strong total - Sports NewsJadeja_Batting

ମ୍ୟାଚ ବିଜୟ ପରେ ପ୍ରେସ ମିଟରେ ଏ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି ରୋହିତ ଶର୍ମା । ପାଳି ଘୋଷଣା କରିବା କେବଳ ଟିମର ନୁହେଁ ଜାଡେଜାଙ୍କର ମଧ୍ୟ ନିଷ୍ପତ୍ତି ଥିଲା ବୋଲି କହିଥିଲେ କ୍ୟାପଟେନ ରୋହିତ । ଏହା ସହିତ ଜାଡେଜାଙ୍କୁ ହଟାଇ ଜୟନ୍ତ ଯାଦବଙ୍କୁ ବୋଲିଂ ଦେବା ଉପରେ ମଧ୍ୟ କହିଥିଲେ ହିଟମ୍ୟାନ । ଜୟନ୍ତଙ୍କୁ ସୁଯୋଗ ଦେବା ପାଇଁ ଏମିତି କରାଯାଇଥିଲା ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । ତେବେ ଜାଡେଜାଙ୍କ ଏହି ଅଲରାଉଣ୍ଡ ପ୍ରଦର୍ଶନକୁ ନେଇ ରୋହିତ ଜାଡେଜାଙ୍କର ଖୁବ ପ୍ରଶଂସା କରିଛନ୍ତି ।

Ravindra Jadeja scalps nine wickets as India crush Sri Lanka in Mohali Test  | Cricket - Hindustan Times

Indian TeamJadeja Getty

ଦ୍ୱିତୀୟ ଦିନରେ ଦମଦାର ପାଳି ଖେଳୁଥିଲେ ଜାଡେଜା । କିନ୍ତୁ ସେ ଯେତେବେଳେ ୧୭୫ ରନରେ ପହଞ୍ଚିଥିଲେ ରୋହିତ ପାଳି ଘୋଷଣା କରିଥିଲେ । ଏହାପରେ ରୋହିତ ଏବଂ କୋଚ ରହୁଲ ଦ୍ରବାିଡଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କାରଣ ଏହା ପୂର୍ବରୁ ମଧ୍ୟ ଏଭଳିୁ ଏକ ଘଟରା ଦେଖିବାକୁ ମିଳି ସାରିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗୋଟିଏ ମ୍ୟାଚରେ ୧୯୪ ରନ କରି ଅପରାଜିତ ଥିବା ବେଳେ ପାଳି ଘୋଷଣା କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର ଘଟରା ହେଉଛି ସେହି ମ୍ୟାଚରେ ନେତୃତ୍ୱ ନେଉଥିଲେ ବର୍ତ୍ତମାନାର କୋଚ ରାହୁଲ ଦ୍ରାବିଡ । ତେବେ ଏହିସବୁ ଆଲୋଚନା ଉପରେ ଜାଡେଜା ସ୍ପଷ୍ଟ କରିଛନ୍ତି ଯେ, ପାଳି ଘୋଷଣା କରିବାର ନିଷ୍ପତ୍ତି ସେ ନିଜେ ହିଁ ନେଇଥିଲେ । ଯରାହାର ଫାଇଦା ଉଠାଇଥିଲେ ଟିମ ଇଣ୍ଡିଆର ବୋଲର ।

Get real time updates directly on you device, subscribe now.