fbpx

IPL Qualifier-1: Dot Ball ଜାଗାରେ ‘ଗଛ’ର ଚିହ୍ନ କାହିଁକି? BCCIର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଚେନ୍ନାଇର ଚିପାକ୍ ଷ୍ଟାଡିୟମରେ ଆରମ୍ଭ ଖେଳାଯାଉଛି ଆଇପିଏଲର ପ୍ରଥମ କ୍ୱାଲିଫାୟାର ମ୍ୟାଚ । ଚେନ୍ନାଇ ଏବଂ ଗୁଜୁରାଟ ମଧ୍ୟରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏହି ମ୍ୟାଚରେ ଏକ ଅଜବ ଦୃଶ୍ୟୃ ଦେଖିବାକୁ ମିଳିଛି । ଗୁଜୁରାଟ ଟାଇଟନ୍ସ ବୋଲିଂ କରୁଥିବା ବେଳେ ଓଭରର ପ୍ରତ୍ୟେକ ଡଟ୍ ବଲକୁ ଗଛର ଚିହ୍ନରେ ଦର୍ଶଯାଉଥିବା ଦେଖାଯାଇଛି । ମ୍ୟାଚ ସ୍କୋରକାର୍ଡରେ ଗଛର ଚିହ୍ନ ଦେଖି ଅନେକ ଫ୍ୟାନ୍ସ ଦ୍ୱନଦ୍ୱରେ ପଡି ଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ପ୍ରଶ୍ନର ଝଡ ସୃଷ୍ଟି ହୋଇଛି । ବର୍ତ୍ତମାନ ଏହି ପ୍ରଶ୍ନର ସଠିକ୍ ଉତ୍ତର ସାମନାକୁ ଆସିଛି ।

ଚେନ୍ନାଇ-ଗୁଜୁରାଟ ମଧ୍ୟରେ ଖେଳାଯାଉଥିବା ପ୍ରଥମ କ୍ୱାଲିଫାୟାରରେ ଏହି ଅଜବ ପରିବର୍ତ୍ତନ କରିବାକୁ ନଷ୍ପତ୍ତି ନେଇଛି ବିସିସିଆଇ । ତେବେ ଏହା ପଛରେ ରହିଛି ବିସିସିଆଇର ଏକ ବଡ ଉଦ୍ଦେଶ୍ୟ । ପ୍ରକୃତିକୁ ସୌନ୍ଦର୍ଯ୍ୟରେ ଭରି ଦେବା ପାଇଁ ବିସିସିଆଇ ଏଭଳି ଏକ ନିଷ୍ପତ୍ତି ନେଇଛି । ଯେଉଁଥିପାଇଁ ଏବେ ବିଭିନ୍ନ ମହଲରୁ ଭାରତୀୟ କ୍ରିକେଟ ବୋର୍ଡକୁ ସଲାମ କରାଯାଉଛି । ବିସିସିଆଇ ପ୍ରକୃତିକୁ ସବୁଜିମାରେ ଭରି ଦେବା ପାଇଁ ଏକ ନୂଆ ଏବଂ ମହତ୍ ଅଭିଯାନ ଆରମ୍ଭ କରିଛି । ପ୍ଲେ-ଅଫ ମ୍ୟାଚର ପ୍ରତ୍ୟେକ ଡଟ୍ ବଲ୍ ପାଇଁ ୫୦୦ଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ତେଣୁ ପ୍ଲେ-ଅଫର ଚାରୋଟି ଯାକ ମ୍ୟାଚରେ ଡଟ୍ ବଲ୍ ସ୍ଥାନରେ ଏହି ଗଛର ଚିହ୍ନ ଦେଖିବାକୁ ମିଳିବ । କ୍ୱାଲିଫାୟାର-୧, କ୍ୱାଲିଫାୟାର-୨ ସହ ଏଲିମିନେଟର ଏବଂ ଫାଇନାଲ ମ୍ୟାଚରେ ମଧ୍ୟ ଏହି ଅଭିଯାନ ଜାରି ରକିବ ବିସିସିଆଇ ।

Explained: Why Green Tree Symbols Have Replaced Dot Ball On IPL 2023  Scorecards

ସ୍କ୍ରିନରେ ଦେଖାଯାଉଥିବା ଏହି ଗଛର ଇମୋଜିକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଭାରତୀୟ କ୍ରିକେଟ ବୋର୍ଡ ଏଭଳି ଏକ ଉଚ୍ଚ ଚିନ୍ତାଧାରା ଏବଂ ମହତ୍ ଉଦ୍ଦେଶ୍ୟ ପାଇଁ ଏବେ ସବୁଆଡେ ପ୍ରଶଂସା ସାଉଁଟିବାରେ ଲାଗିଛି । ବିଭିନ୍ନ ମହଲରୁ ବିସିସିଆଇକୁ ଏହି ନିଷ୍ପତ୍ତି ପାଇଁ ପ୍ରଶଂସା କରୁଛନ୍ତି । ତେବେ ୪ଟି ମ୍ୟାଚରେ ଯେତେ ଡଟ୍ ବଲ୍ ଖେଳାଯିବ, ସେହି ଅନୁସାରେ ପ୍ରତ୍ୟେକ ବଲ୍ ପାଇଁ ୫୦୦ ଲେଖାଏଁ ଗଛ ଲଗାଇବ ବୋର୍ଡ ।

Get real time updates directly on you device, subscribe now.