fbpx

କରବାଚୌଥ ଲାଗି ପତିଙ୍କ ସହ ସପିଂ ପରେ ଭିଣୋଇ ସହ ଫେରାର, ପତ୍ନୀଙ୍କୁ ଫେରାଇ ଆଣିବାକୁ ଥାନାରେ ଗୁହାରି କଲେ ପତି

Advertisement

ନୂଆଦିଲ୍ଲୀ: ଆଜି କରବାଚୌଥ । ମହିଳାମାନେ ଆଜି ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ମିରଟରୁ ଆଜି ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଏହି ବ୍ରତ ରଖିବା ଲାଗି ନିଜ ପତିଙ୍କ ସହ ସପିଂ କରିବା ପରେ ନିଜ ଭିଣୋଇ ସହ ଫେରାର ହୋଇଯାଇଛନ୍ତି । ଏବେ ପତି ଓ ତାଙ୍କ ଭଉଣୀ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପତି କହିଛନ୍ତି ଯଦି ତାଙ୍କ ପତ୍ନୀ ତତ୍କାଳ ଫେରି ନ ଆସିଲା ତେବେ ସେ ତାକୁ ଅଭିଶାପ ଦେବାକୁ ଓଲଟା ବ୍ରତ ରଖିବେ ।

ମହିଳା ଜଣକ ନିଜ ସହ ୧୬ ମାସର ଛୁଆକୁ ମଧ୍ୟ ନେଇଯାଇଛନ୍ତି । ପୀଡିତ ପତି ପୋଲିସ ନିକଟରେ ନିବେଦନ କରିଛନ୍ତି କି ପତ୍ନୀ ନ ମିଳିଲେ ନାହିଁ ତାଙ୍କୁ ତାଙ୍କ ଛୁଆକୁ ଫେରାଇ ଦିଆଯାଉ । ଅଶୋକ ନାମକ ଏହି ବ୍ୟକ୍ତି ନିଜ ପତ୍ନୀ ଓ ପିଲା ସହ ମିରଟ ଜାନିପୁରରେ ରହୁଥିଲେ । କରବାଚୌଥ ଥିବାରୁ ସେ ନିଜ ପତ୍ନୀଙ୍କୁ ଧରି ସପିଂ କରାଇଥିଲେ । କିନ୍ତୁ କରବାଚୌଥ ବ୍ରତ ରଖିବା ପୂର୍ବରୁ ପତ୍ନୀ ନିଜ ଭିଣୋଇ ସହ ଫେରାର ହୋଇଯାଇଛି ।
ପତ୍ନୀ ଏପରି ଭିଣୋଇ ସହ ଫେରାର ହୋଇଯିବାପରେ ପତିଙ୍କ ଅବସ୍ଥା ଖରାପ ହୋଇଯାଇଛି । ସେ ଅଭିଯୋଗ କରିଛନ୍ତି ଏହି ମାମଲାକୁ ନେଇ ସେ ବହୁଥର ଥାନାକୁ ଯାଇଛନ୍ତି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ପତି କହିଛନ୍ତି ଭିଣୋଇ ତାଙ୍କ ପତ୍ନୀଙ୍କୁ ଫସାଇ ନେଇଯାଇଛନ୍ତି । ସେ କହିଛନ୍ତି ତାଙ୍କ ବାହାଘରକୁ ୪ ବର୍ଷ ହୋଇଗଲାଣି । ପତ୍ନୀ ଏପରି କାମ କରିବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ବୋଲି କହିଛନ୍ତି । ପୁଣି କରବାଚୌଥ ଭଳି ଦିନରେ ପତ୍ନୀ ଏଭଳି କାମ କରିବା ଦ୍ୱାରା ସେ ବହୁତ ଭାଙ୍ଗି ପଡିଛନ୍ତି ।
ଏହି ମାମଲାରେ ମିରଟ ପୋଲିସ ମହିଳା ଓ ତାଙ୍କ ଭିଣୋଇଙ୍କ ସନ୍ଧାନ କରିବା ଆରମ୍ଭ କରିଦେଇଛି । ପୋଲିସ କହିଛି ପତି-ପତ୍ନୀଙ୍କୁ ସାମ୍‌ନାସାମ୍ନି ବସାଇ ମାମଲାର ସମାଧାନ କରିବାକୁ ଚେଷ୍ଟା କରାଯିବ ।

Get real time updates directly on you device, subscribe now.