fbpx

Bedରେ ସ୍ତ୍ରୀ ସହ ପଡ଼ୋଶୀକୁ ଦେଖିବା ପରେ…ସ୍ୱାମୀ ବଖାଣିଲେ

ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ପରେ ସ୍ତ୍ରୀକୁ ପଡ଼ୋଶୀ ସହ ପ୍ରେମ ହୋଇଗଲା । ସ୍ୱାମୀକୁ ଧୋକା ଦେଇ ପଡ଼ୋଶୀ ସହ ରାତି ରାତି ମିଶିବାକୁ ଯାଉଥିଲେ ସ୍ତ୍ରୀ । ଆଉ ଏହି କଥାକୁ ସବୁ ରେକର୍ଡ କରିଦେଲା ଘରେ ଲାଗିଥିବା ସିସିଟିଭି । ପରେ ସ୍ୱାମୀ ଦେଖିଲେ ବେଡ୍ରେ ପଡ଼ୋଶୀ ସହ ରହିଛି ନିଜ ସ୍ତ୍ରୀ । ଆଉ ତାପରେ…

ସ୍ତ୍ରୀ ନିକଟରୁ ଏଭଳି ଧୋକା ଖାଇବା ପରେ ସ୍ୱାମୀ ଶେଆର୍ କଲେ ତାଙ୍କ ଦୁଃଖ କାହାଣୀ । ସ୍ୱାମୀ କହିଛନ୍ତି ଯେ ସ୍ତ୍ରୀର ଏଭଳି ପରକୀୟ ପ୍ରେମ ପାଇଁ ସେ ମୋଟେ କ୍ଷମା ଦେବାକୁ ଚାହୁନଥିଲେ । କିନ୍ତୁ ଯେବେ ଏ ସମ୍ପର୍କରେ ଆଲୋଚନା ହେଲା ସ୍ତ୍ରୀ ଯେଉଁ ଉତ୍ତର ଦେଲେ ସେ ନିଜେ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହୋଇଗଲେ । ସ୍ତ୍ରୀ ଏମିତି କାମ କରିବ ବୋଲି କଳ୍ପନା ସୁଦ୍ଧା କରିପାରୁନଥିଲେ ସ୍ୱାମୀ । କାରଣ ପଡ଼ୋଶୀରେ ରହୁଥିବା ବ୍ୟକ୍ତି ଜଣଙ୍କ ସ୍ୱାମୀର ବନ୍ଧୁ ହିଁ ଥିଲେ ଆଉ ସେ ମଧ୍ୟ ବିବାହିତ । ତେବେ ସ୍ୱାମୀ ଜଣଙ୍କ କହିଛନ୍ତି ଯେ ଏକ ରାତିରେ ସେ ଘରେ ଶୋଇବାବେଳେ ବଡ଼ ଆଶ୍ଚର୍ଯ୍ୟଜନକ ଶବ୍ଦ ଶୁଣିଥିଲେ । ସେ ଏଥିରେ ଭୟଭୀତ ହୋଇଯାଇଥିଲେ । ଘରେ ଚୋରି ହେଉଛି ବୋଲି ସେ ଭାବି ନେଇଥିଲେ । କିନ୍ତୁ ସେ ସିସିଟିଭି ଫୁଟେଜ୍ ଦେଖିବା ପରେ ହୋସ୍ ଉଡ଼ି ଯାଇଥିଲା । ପଡ଼ୋଶୀ ସହ ନିଜ ସ୍ତ୍ରୀ କିସ୍ କରୁଥିବା ସେ ଦେଖିବାକୁ ପାଇଥିଲେ । ଏଥିରେ ଭାଙ୍ଗି ପଡ଼ିଲେ ସ୍ୱାମୀ । କିନ୍ତୁ ପରେ ସ୍ତ୍ରୀ ସହ ଆଲୋଚନା ବେଳେ ସେ ଭାବିଥିଲେ ସ୍ତ୍ରୀ ତାଙ୍କୁ କ୍ଷମା ମାଗିବେ । କିନ୍ତୁ ସେଭଳି ହେଲାନି । ବରଂ ସ୍ତ୍ରୀ କହିଲେ ଯେ ସେ ପଡ଼ୋଶୀଙ୍କୁ ହିଁ ପ୍ରେମ କରୁଛନ୍ତି ଏବଂ ସ୍ୱାମୀକୁ ଛାଡ଼ିଦେବାକୁ ଚାହୁଛନ୍ତି । ଏଥିସହ ସ୍ତ୍ରୀ ଆହୁରି କହିଲେ ଯେ ଯେଉଁ ରାତିର ଘଟଣା ସିସିଟିଭି କ୍ୟାମେରାରେ ସେ ଦେଖିଛନ୍ତି ସେହି ରାତିରେ ସେ ନିଶାରେ ଥିଲେ ଓ ପଡ଼ୋଶୀ ସହ ସମୟ ବିତାଇଥିଲେ । ଏପରିକି ଏଭଳି ପ୍ରେମ ଅନେକ ମାସ ଧରି ଚାଲିଛି ବୋଲି ମଧ୍ୟ ସ୍ତ୍ରୀ ସ୍ୱୀକାର କରିନେଇଥିଲେ ।

kiss

ସେପଟେ ସ୍ୱାମୀ କହିଛନ୍ତି ଯେ ସେମାନଙ୍କ ବିବାହକୁ ୭ ବର୍ଷ ହୋଇଗଲାଣି । ସେମାନଙ୍କ ଦାମ୍ପତ୍ୟ ଜୀବନ ଭଳରେ ଚାଲିଥିଳା । କିନ୍ତୁ ଏହି ଧୋକା ପରେ ଜୀବନ ବର୍ବାଦ ହୋଇଗଲାଣି । ସେ ଯାହା ହେଉ ପଡ଼ୋଶୀ ସହ ପ୍ରେମ ଆଫାୟର୍ସ ପାଇଁ ସ୍ତ୍ରୀ କିନ୍ତୁ ସ୍ୱାମୀଙ୍କୁ ହିଁ ଦୋଷୀ ବୋଲି କହିଛନ୍ତି । ବିବାହ ପରେ ସ୍ୱାମୀ ପୂରା ବଦଳି ଯାଇଛନ୍ତି ଏବଂ ପୂର୍ବ ଭଳି ତାଙ୍କୁ ପ୍ରେମ କରୁନାହାନ୍ତି ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି । ହେଲେ ଏତେବଡ଼ ଧୋକା ପରେ ସ୍ତ୍ରୀକୁ ବହୁତ ପ୍ରେମ କରୁଥିବା କହିଛନ୍ତି ସ୍ୱାମୀ ଜଣଙ୍କ । ସେ କହିଛନ୍ତି ଯେ ମୋର ଦୁଇଟି ଛୋଟ ସନ୍ତାନ ଅଛନ୍ତି । ମୋ ହୃଦୟ ଭାଙ୍ଗି ଯାଇଛି ଓ ଜାଣିପାରୁନି ଆଗକୁ ବଞ୍ଚିବି କେମିତି । ଏଭଳି ଘଟଣାକୁ ନେଇ ଲୋକେ ନାହିଁ ନଥିବା କମେଣ୍ଟ କରୁଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଯେ ଏହା ଆପଣଙ୍କ ଭୁଲ୍ ନୁହେଁ, କିନ୍ତୁ ଉଭୟ ସ୍ୱାମୀ-ସ୍ତ୍ରୀ ନିଜ କଥା ପରସ୍ପରକୁ ଭଲ ଭାବେ ଶେଆର୍ କରିବା ଦରକାର ଏବଂ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.