ସମ୍ପର୍କୀୟ ଦିଅର ପ୍ରେମରେ ପଡ଼ି ସ୍ୱାମୀକୁ କରେଣ୍ଟ ଦେଇ ମାରିଦେଲା ସ୍ତ୍ରୀ
ସମ୍ପର୍କୀୟ ଦିଅର ପ୍ରେମରେ ଉବୁଟୁବୁ ଭାଉଜ।
ନୂଆଦିଲ୍ଲୀ: ସ୍ତ୍ରୀକୁ ଭଲ ଲାଗିଲାନି ସ୍ୱାମୀ ପ୍ରେମ। ଦିଅର ପ୍ରେମ ମିଠା ଲାଗିବାରୁ ସ୍ୱାମୀକୁ କରେଣ୍ଟ ଦେଇ ମାରିଦେଲା ପତ୍ନୀ। ପ୍ରଥମେ ଖାଇବାରେ ମିଶାଇ ନିଦ ମେଡିସିନ୍ ଦେଲା, ପରେ କରେଣ୍ଟ ଦେଇ ହତ୍ୟା କରିବା ପରେ ନାଟକ ରଚିଲା।
ଏପରିକି ପୋଲିସକୁ ମଧ୍ୟ ଭୂଆଁ ବୁଲାଇଲା। ସ୍ୱାମୀ କରେଣ୍ଟ ଖାଇଛନ୍ତି ବୋଲି ଶ୍ୱଶୁର ଘରକୁ ନିଜେ ଜଣାଇବା ସହ ସ୍ୱାମୀକୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରିଥିଲା ସ୍ତ୍ରୀ।
ଯେପରି ତାଙ୍କ ଉପରକୁ ସନ୍ଦେହ ଆସିବନି। ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ହ୍ୱାଟ୍ସଆପ୍ ଚାର୍ଟ ସବୁ କିଛି ପର୍ଦ୍ଦାଫାସ କରିଦେଲା।
ସ୍ୱାମୀକୁ ହତ୍ୟା: ଦିଲ୍ଲୀର ଦ୍ୱାରକାରେ କରେଣ୍ଟ ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟ ଦିଅରକୁ ଗିରଫ କରିଛି।
ସୂଚନାନୂସାରେ, ସମ୍ପର୍କୀୟ ଦିଅର ଓ ସ୍ତ୍ରୀ ମିଶି ପ୍ରଥମେ ବ୍ୟକ୍ତିଙ୍କୁ ରାତ୍ରି ଭୋଜନରେ ମିଶାଇ ନିଦ ମେଡିଶିନ ଦେଇଥିଲେ। ପରେ ତାଙ୍କୁ ବିଦ୍ୟୁତ ଆଘାତ ଦେଇଥିଲେ।
ଫଳରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ଯେପରି କେହି ଅଭିଯୁକ୍ତମାନଙ୍କ ଉପରେ ସନ୍ଦେହ ନକରିବେ ସେଥିପାଇଁ ସେମାନେ ବ୍ୟକ୍ତି ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଚାର୍ଟ ଖୋଲିଲା ସତ: ପୋଲିସର ସୂଚନାନୂସାରେ, ମୃତ କରଣଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ଅଣାଯାଇଥିଲା। ଏବଂ ହସ୍ପିଟାଲରେ ଡାକ୍ତର ତାଙ୍କର ମୃତ୍ୟୁର କାରଣ ବିଦ୍ୟୁତ ଆଘାତ ବୋଲି କହିଥିଲେ।
ହେଲେ ଘଟଣା ଘଟିବାର ପରଦିନ କରଣଙ୍କ ସାନ ଭାଇ କୁନାଲ ଦେବ ପୋଲିସ ସହିତ ଯୋଗାଯୋଗ କରିଥିଲେ। ଏବଂ ତାଙ୍କ ଭାଇଙ୍କ ମୃତ୍ୟୁର କାରଣ ବିଦ୍ୟୁତ ଆଘାତ ନୁହେଁ ବରଂ ଆଉ କିଛି ବୋଲି ସେ ସନ୍ଦେହ ପ୍ରକାଶ କରିଥିଲେ।
ଦେବ ପୋଲିସକୁ କହିଥିଲେ ଯେ ସେ ତାଙ୍କ ଭାଉଜ ଏବଂ ତାଙ୍କ ଭାଇଙ୍କର ଜଣେ ସମ୍ପର୍କୀୟଙ୍କ ମଧ୍ୟରେ ହୋଇଥିବା ଏକ କଥାବାର୍ତ୍ତାର ଚାର୍ଟ ପାଇଛନ୍ତି। ଯେଉଁଥିରେ ସେମାନେ ତାଙ୍କ ଭାଇଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ।
କିପରି କଲେ ହତ୍ୟା: ଚାଟ୍ ରୁ ଜଣାପଡିଥିଲା ଯେ ଦୁହେଁ ପ୍ରେମ ସମ୍ପର୍କରେ ଥିଲେ। ଯାହା ଯୋଗୁଁ ସେମାନେ କରଣଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।
ସେମାନେ ତାଙ୍କୁ ରାତ୍ରୀ ଭୋଜନରେ ୧୫ ଟି ନିଦ ବଟିକା ଦେଇଥିଲେ ଏବଂ ତାଙ୍କ ଅଚେତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଜଣାପଡିଥିଲା ଯେ,ଦୁହେଁ ଅଭିଯୁକ୍ତ ଗୁଗୁଲରେ ନିଦ ମେଡିସିନ୍ ଦେଇ ମୃତ୍ୟୁର ସମୟ ଖୋଜିଥିଲେ।
ହତ୍ୟାକାରୀ ଗିରଫ: ପରେ ସତ ସାମ୍ନାକୁ ଆସିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୦୩ ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଚାଲିଛି।
ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ହେପାଜତକୁ ନେଇଛି। ପଚରାଉଚରା ସମୟରେ ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ପ୍ରେମିକ ସହିତ ମିଶି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।
ତାଙ୍କ କହିବା ଅନୁଯାୟୀ, କରୱା ଚୌଥର ଗୋଟିଏ ଦିନ ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କୁ ଚାପୁଡ଼ା ମାରି ଦୁର୍ବ୍ୟବହାର କରିଥିଲେ। ଏପରିକି ପ୍ରାୟତଃ ତାଙ୍କଠାରୁ ଟଙ୍କା ମାଗୁଥିଲେ, ଯାହା ତାଙ୍କୁ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଉଥିଲା। ତେଣୁ ସେ ତାଙ୍କ ସ୍ୱାମୀକୁ ବାଟରୁ ହଟାଇବାକୁ ଯୋଜନା କରିଥିଲେ।