fbpx

ହିଂସକ ହେଲେ ଆଇଏଏସ! ପତ୍ନୀଙ୍କୁ କାରରୁ ଦେଲେ ଧକ୍କା, ଥାନାରେ ମାମଲା ରୁଜୁ

Advertisement

ପାଟନା: ବିହାର ମୁଜାଫରପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଶିବହର ଡିଏମ ଆର ସଜ୍ଜନଙ୍କ ବିରୋଧରେ ତାଙ୍କ ପତ୍ନୀ ଯୌତୁକ ନିର୍ଯ୍ୟାତନା ତଥା ପାରିବାରିକ ହିଂସା ଅଭିଯୋଗରେ ଥାନାରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏଫଆଇଆରରେ ଯୌତୁକ ଅଧିନିୟମର ଧାରା ୪୯୮ଏ, ୨୭୯, ୩୩୭, ୩୩୮ ଆଇପିସି ଅନୁଯାୟୀ ମାମଲା ରୁଜୁ କରିଛି।

ଡିଏମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଗତ ମାର୍ଚ୍ଚ ମାସରୁ ଡିଏମ ଆର ସଜ୍ଜନ ତାଙ୍କ ଉଚ୍ଚ ପଦବୀର ଅପବ୍ୟବହାର କରିଆସୁଛନ୍ତି। ସେ ତାଙ୍କୁ ଅନେକ ଥର ମାଡ଼ ମାରିଛନ୍ତି ଏବଂ ତାଙ୍କ ମା ମଧ୍ୟ ଏନେଇ ବିହାର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି  । କିନ୍ତୁ ସଜ୍ଜନ ତାଙ୍କ ପଦବୀର ବ୍ୟବହାର କରି ଏଥିରୁ ବର୍ତ୍ତିଯାଉଥିଲେ ।

ଏହା ପରେ, ଜୁନ୍ ୧୬ ରେ ପୁଣି ଥରେ, ତାଙ୍କ ଆଇଏଏସ୍ ସ୍ୱାମୀ ତାଙ୍କୁ ମାରପିଟ କରିଥିଲେ, ଯାହକୁ ନେଇ ସେ ଆଦର୍ଶ ନଗର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଡିଏମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବିବାଦ ପରେ ସେ ଉଭୟ ପିଲାଙ୍କ ସହ ନିଜ ପାଇଁ ରକ୍ଷଣାବେକ୍ଷଣ ମାମଲା ମଧ୍ୟ ଦାଖଲ କରିଥିଲେ । ସେ କହିଛନ୍ତି ଡିଏମ ତାଙ୍କ ତିନି ବର୍ଷର ଝିଅକୁ ନିଜ ପାଖକୁ ନେଇଯାଇଥିଲେ ଏବଂ ପିଲାଙ୍କର ରକ୍ଷଣା ବେକ୍ଷଣ ମାମଲା କୁ ନେଇ ତାଙ୍କ ଉପରେ ଚାପ ପକାଉଥିଲେ । ଏହାପରେ ତାଙ୍କର ଅତ୍ୟାଚାର ବଢିବାକୁ ଲାଗିଲା ।

ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଡିଏମ ସ୍ୱାମୀ ତାଙ୍କୁ ଚଳନ୍ତା କାର ଭିତରୁ ଠେଲି ଦେଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ମା ଗୁରୁତର ଆହତ ହୋଇଥିଲେ।ଏହି ମାମଲାରେ ସହରର ଡିଏସପି ରାମ ନରେଶ ପାସୱାନ ଫୋନରେ କହିଛନ୍ତି ଯେ ଏହି ମାମଲାରେ ଏଫଆଇଆର ପଞ୍ଜିକୃତ ହୋଇଛି । ଅନୁସନ୍ଧାନ କରାଯାଉଛି, ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ।

Get real time updates directly on you device, subscribe now.