fbpx

ବିଧାନସଭା ପରିସରରେ ପହଞ୍ଚିଗଲା ଜଙ୍ଗଲୀ ହାତୀ, ସାରା ରାତି ପୋଲିସ ଅନିଦ୍ରା

Advertisement

ରାଞ୍ଚି: ଝାରଖଣ୍ଡ ରାଜଧାନୀ ରାଞ୍ଚିର ଜନବସତି ଅଞ୍ଚଳରେ ଶନିବାର ମଧ୍ୟ ରାତ୍ରୀରେ ଏକ ଜଙ୍ଗଲୀ ହାତୀ ପଶି ଆତଙ୍କ ଖେଳାଇଛି । ହାତୀଟି ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଝାରଖଣ୍ଡ ବିଧାନସଭା ନିକଟରେ ବୁଲିଥିଲା । ଜଙ୍ଗଲୀ ହାତୀକୁ ଦେଖି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ସୂଚନା ମିଳିବା ପରେ ପୋଲିସ ସାଇରନ୍ ବଜାଇ ଓ ବାଣ ଫୁଟାଇ ହାତୀକୁ ଜଙ୍ଗଲ ଆଡକୁ ଘଉଡାଇ ଦେଇଛନ୍ତି ।

ବନ ବିଭାଗ ଅନୁସାରେ ଶନିବାର ମଧ୍ୟ ରାତ୍ରୀରେ ଦଳରୁ ବାହାରି ଆସି ଏକ ଜଙ୍ଗଲୀ ହାତୀ ରାଞ୍ଚି ସହର ମଧ୍ୟରେ ପଶି ଯାଇଥିଲା । ହାତୀକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବନବିଭାଗ ଟିମ୍ ପୋଲିସ ସହ ମିଶି ସାଇରନ୍ ବଜାଇ ଓ ବାଣ ଫୁଟାଇ ହାତୀକୁ ଜଙ୍ଗଲକୁ ଘଉଡାଇ ଦେଇଥିଲା । ତେବେ ବିଳମ୍ବିତ ରାତ୍ରୀ ହୋଇଥିବାରୁ ଓ ସଡକରେ ଭିଡ ନ ଥିବାରୁ ହାତୀ କାହାକୁ କ୍ଷତି ପହଞ୍ଚାଇ ନାହିଁ ।

Get real time updates directly on you device, subscribe now.