fbpx

କ’ଣ କରୋନା ଜୀବାଣୁର ପ୍ରକୋପରୁ ବଞ୍ଚାଇବ ମଦ୍ୟପାନ? ଜାଣନ୍ତୁ WHOର ଉତ୍ତର

ଭାରତରେ ନିଜର କାୟା ବିସ୍ତାର କରୁଥିବା କରୋନା ଜୀବାଣୁରେ ସଂକ୍ରମିତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି, ଯାହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୟ ଯୋଗୁଁ ଲୋକମାନେ ଇଣ୍ଟରନେଟରେ ବ୍ୟାପୁଥିବା ଗୁଜବକୁ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଏହି ଗୁଜବ ମଧ୍ୟରେ ମାରାତ୍ମକ କରୋନାକୁ ଏଡାଇବା ପାଇଁ ମଦ୍ୟପାନ କରିବା ଜରୁରି ବୋଲି ଖବର ବ୍ୟାପିବାରେ ଲାଗିଛି । କୁହାଯାଉଛି ଯେ, ମଦ୍ୟପାନ ଯୋଗୁଁ କରୋନା ଜୀବାଣୁ ମରିଯାଆନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା WHOର ମୁଖ୍ୟ ଟେଡ୍ରୋସ୍ଏଡେନାମ୍ ଗେବ୍ରିସସଙ୍କ କହିବା ମୁତାବକ, ଏହି ଖବର ସତ୍ୟ ନୁହେଁ । ଏହି ଗୁଜବଠାରୁ ଦୂରେଇ ରହିବା ପାଇଁ ସଙ୍ଗଠନ ପକ୍ଷରୁ କୁହାଯାଇଛି । କରୋନା ଭାଇରସକୁ ନେଇ ବ୍ୟାପୁଥିବା ମିଛ ଖବର ଓ ଗୁଜବ ବିଷୟରେ ଭୁଲ ଧାରଣାକୁ ଭାଙ୍ଗି WHO ପକ୍ଷରୁ କୁହାଯାଇଛି ଯେ, ଶରୀରରେ କରୋନା ଜୀବାଣୁ ଆସିବା ପରେ, କ୍ଲୋରିନ୍ ବା ମଦ ପିଇବା ଦ୍ୱାରା କୌଣସି ଜୀବାଣୁ ମରି ନଥାନ୍ତି । ଏପରି ପଦାର୍ଥ କପଡା, ଆଖି ଓ ପାଟି ପାଇଁ କ୍ଷତିକାରକ ହୋଇଥାଏ । କ୍ଲୋରିନ୍ ଓ ମଦର ବ୍ୟବହାର କୀଟାଣୁ ନାଶକ ପାଇଁ ଲାଭଦାୟକ, କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶରେ ଏହାର ବ୍ୟବହାର କରିବା ଉଚିତ୍ ।’

ସଙ୍ଗଠନ ଅନୁଯାୟୀ, ନୂଆ କରୋନା ଭାଇରସରୁ ବଞ୍ଚିବା ପାଇଁ ନିଜର ହାତକୁ ବାରମ୍ବାର ମଦ୍ୟପାନ ଆଧାରିତ ହ୍ୟାଣ୍ଡୱାଶରେ ଧୁଅନ୍ତୁ । ଏହାକୁ ପାଣି ବା ସାବୁନରେ ମଧ୍ୟ ଧୋଇପାରନ୍ତି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୦୪,୯୫୧ରୁ ଅଧିକ ଲୋକ କରୋନରେ ସଂକ୍ରମିତ ହୋଇଥିବା ବେଳେ ୩୫୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.