fbpx

ଟି-୨୦ ବିଶ୍ୱକପରେ ଖେଳିବେ ଭୁବନେଶ୍ୱର କୁମାର? ରଣଜୀ ଟ୍ରଫିରେ ଦମଦାର ବୋଲିଂ କରି ଦେଖାଇଲେ ଦମ୍

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଏବେ ଦଳରୁ ବାଦ୍ ପଡ଼ିଛନ୍ତି । ଟିମ ଇଣ୍ଡିଆରେ ସୁଯୋଗ ନ ମିଳିବାରୁ ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି ସ୍ୱିଙ୍ଗର ରାଜକୁମାର । ୬ ବର୍ଷ ପରେ ରଣଜୀ ଟ୍ରଫିକୁ ଓହ୍ଲାଇଥିବା ଭୁବନେଶ୍ୱର ନିଜର ଜଲୱା ଦେଖାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ବେଙ୍ଗଲ ବିପକ୍ଷ ମ୍ୟାଚରେ ଫାଷ୍ଟ କ୍ଲାସ କ୍ୟାରିୟରର ସର୍ବଶ୍ରେଷ୍ଠ ବୋଲିଂ କରିଛନ୍ତି ଭୁବନେଶ୍ୱର କୁମାର । ଏହି ମ୍ୟାଚରେ ୮ଟି ୱିକେଟ ନେଇ ଟିମ ଇଣ୍ଡିଆକୁ କମବ୍ୟାକ କରିବାର ବାଟ ଫିଟାଇ ଦେଇଛନ୍ତି ଭୁବି ।

ଚଳିତ ମାସ ଶେଷରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଦଳରେ ଦଳର ଷ୍ଟାର ବୋଲର ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ଦେଇନି ବିସିସିଆଇ । କିନ୍ତୁ ରଣଜୀ ଟ୍ରଫିର ବେଙ୍ଗଲ ବିପକ୍ଷ ମ୍ୟାଚରେ ନିଜର ବୋଲିଂର ଜଲୱା ଦେଖାଇଛନ୍ତି ଭୁବନେଶ୍ୱର । କାନପୁରରେ ଖେଳାଯାଉଥିବା ଏହି ମ୍ୟାଚରେ ମାତ୍ର ୬୦ ରନ୍ କରି ଆଉଟ ହୋଇଥିଲା ଉତ୍ତରପ୍ରଦେଶ । କିନ୍ତୁ ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ ଦଳକୁ ଏକ ମଜବୁତ ସ୍ତିତିରେ ପହଞ୍ଚାଇଥିଲା । ୨୨ ଓଭର ବୋଲିଂ କରି ଭୁବନେଶ୍ୱର ମାତ୍ର ୪୧ ରନ୍ ଦେଇଥିବା ବେଳେ ୮ଟି ୱିକେଟ ହାସଲ କରିଛନ୍ତି । ଭୁବିଙ୍କ ଏହି ପ୍ରଦର୍ଶନ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛି । ତେବେ ତାଙ୍କର ଏହି ସ୍ପେଲ ଟିମ ଇଣ୍ଡିଆର ଚୟନକର୍ତ୍ତାଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିବ । ତେଣୁ ଆଗାମୀ ଦିନରେ ତାଙ୍କୁ ପୁଣିଥରେ ଭାରତୀୟ ଜର୍ସିରେ ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି ଭୁବନେଶ୍ୱର କୁମାରଙ୍କ ପ୍ରଶଂସକ ।

ଟିମ ଇଣ୍ଡିଆ ପକ୍ଷରୁ ୨୦୧୮ ମସିହାରେ ଶେଷ ଟେଷ୍ଟ ଖେଳିଥିଲେ ଭୁବନେଶ୍ୱର କୁମାର । ଏହି କ୍ୟାରିୟରରେ ସେ ମୋଟ ୨୧ଟି ମ୍ୟାଚରେ ୬୩ ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ସୀମିତ ଓଭର କ୍ରିକେଟରେ ୨୦୨୨ ପରେ ସେ ଆଉ କୌଣସି ମ୍ୟାଚ ଖେଳିନାହାନ୍ତି । କିନ୍ତୁ ରଣଜୀ ମ୍ୟାଚରେ ତାଙ୍କର ଏଭଳି ପ୍ରଦର୍ଶନ ତାଙ୍କୁ ପୁଣିଥରେ ପଳରେ ଚୟନ କରିବା ପାଇଁ ସୁଯୋଗ ଦେଇପାରେ । ଆସନ୍ତା ଟି-୨୦ ବିଶ୍ୱକପରେ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଦଳରେ ସାମିଲ କରାଯିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.