fbpx
BSKY
BJD MC SKY
BJD YOUTH SKY

ଭାରତରେ ଫେସବୁକକୁ ବନ୍ଦ କରିଦେବା କି, ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ସାଉଦୀ ଆରବ ଜେଲରେ ରହିଥିବା ଭାରତୀୟ ନାଗରିକଙ୍କ ମାମଲାର ତଦନ୍ତରେ ରାଜ୍ୟ ପୋଲିସକୁ ସହଯୋଗ ନ କରାଯିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ବନ୍ଦ କରାଯିବା ନେଇ ଅର୍ଡର ଇସ୍ୟୁ କରାଯାଇପାରେ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି । ଦକ୍ଷିଣ କନ୍ନଡ଼ ଜିଲ୍ଲାର ମାଙ୍ଗାଲୁରୁ ନିକଟସ୍ଥ ବିକର୍ଣ୍ଣାକାଟ୍ଟେର ବାସିନ୍ଦା କବିଥାଙ୍କ ପକ୍ଷରୁ ଆଗତ କରାଯାଇଥିବା ପିଟିସନର ଶୁଣାଣି କରିବା ଅବସରରେ ଜଷ୍ଟିସ ଏସ. ଦୀକ୍ଷିତଙ୍କ ଖଣ୍ଡପୀଠ ଏହି ଚେତାବନୀ ଦେଇଛନ୍ତି ।

ଏଥିସହିତ ସୂଚନା ସହିତ ସମ୍ପୂର୍ଣ୍ଣ ରିପୋର୍ଟ ଗୋଟିଏ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ବେଞ୍ଚ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଭାରତୀୟ ନାଗରିକଙ୍କୁ ଭୁଲ କେସରେ ଗିରଫ କରାଯିବା ମାମଲାରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ରିପୋର୍ଟ ମଗା ଯାଇଛି । ମାଙ୍ଗାଲୁରୁ ପୋଲିସ ମଧ୍ୟ ଏହି ଘଟଣାର ସଠିକ ତଦନ୍ତ କରିବା ସହିତ ରିପୋର୍ଟ ଦାଖଲ କରିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ କରାଯିବ ।

କବିଥା ତାଙ୍କ ପିଟିସନରେ ଦର୍ଶାଇଛନ୍ତି, ତାଙ୍କର ୫୨ ବର୍ଷୀୟ ସ୍ୱାମୀ ଶୈଲେଶ କୁମାର ସାଉଦୀ ଆରବର ଏକ କମ୍ପାନୀରେ ୨୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ । ଅନ୍ୟପକ୍ଷରେ କବିତା ତାଙ୍କର ଜନ୍ମସ୍ଥାନରେ ପିଲାଙ୍କ ସହିତ ରହୁଥିଲେ । ୨୦୧୯ରେ ନାଗରିକ ସଂଶୋଧନ ଆକ୍ଟ (ସିଏଏ) ଓ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନଆରସି)କୁ ସପୋର୍ଟ ପାଇଁ ଶୈଲେଶ ଫେସବୁକରେ ଏକ ମେସେଜ୍ ଦେଇଥିଲେ । ମାତ୍ର ଜଣେ ଅଜଣା ବ୍ୟକ୍ତି ତାଙ୍କ ନାମରେ ଏକ ଫେକ୍ ଫେସବୁକ ଆକାଉଣ୍ଟ ଖୋଲିଥିଲେ ଏବଂ ସାଉଦି ଆରବ ରାଜା ଓ ଇସଲାମ ବିରୋଧରେ ଖରାପ ପୋଷ୍ଟ ଶେୟାର କରିଥିଲେ । ଏହା ଜାଣିବା ପରେ କବିଥାଙ୍କ ସ୍ୱାମୀ ତାଙ୍କ ପରିବାରଙ୍କୁ ଜଣାଇବା ପରେ କବିଥା ମାଙ୍ଗାଲୁରୁ ପୋଲିସରେ ଅଭିଯୋଗ କରିଥିଲେ । ଏହି ମାମଲାରେ ସାଉଦ ପୋଲିସ ଶୈଲେଶଙ୍କୁ ଗିରଫ କରି ଜେଲଦଣ୍ଡ ଦେଇଥିଲା ।

Get real time updates directly on you device, subscribe now.