ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜନ ବର୍ତ୍ତମାନ ପ୍ଲେଅଫ୍ ପର୍ଯ୍ୟାୟରେ ପାଦ ଦେଉଛି । ଗତବର୍ଷର ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ପ୍ରଥମ ଦଳ ଭାବରେ ପ୍ଲେଅଫ ପାଇଁ କ୍ୱାଲିଫାଏ କରି ସାରିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପର କିଙ୍ଗସ ସମେତ ଅନ୍ୟ ଟିମ ପ୍ଲେ-ଅଫ ପାଇଁ ଯୁଦ୍ଧ ଜାରି ରଖିଛନ୍ତି । ତେଣୁ ଧୋନୀବାହିନୀ(ଚେନ୍ନାଇ ସୁପର କିଙ୍ଗସ) ପ୍ଲେ-ଅଫକୁ ଉତ୍ତୀର୍ଣ୍ଣ ହେବାକୁ ନେଇ ଏବେ ସବୁଠୁ ବଡ ପ୍ରଶ୍ନ ଉଠିଛି ।
ସୂଚନା ଅନୁସାରେ, ଚେନ୍ନାଇ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୩ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ୭ଟି ମ୍ୟାଚରୁ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଦଳ ଶେଷ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ଖେଳିବାକୁ ଯାଉଛି । କିନ୍ତୁ ଯଦି ଧୋନୀବାହିନୀ ଏହି ମ୍ୟାଚ ମଧ୍ୟ ହାରିଯାଏ, ତେବେ ଏହାର ଫାଇଦା ଲକ୍ଷ୍ନୌ ସୁପର ଜିଆଣ୍ଟସ, ମୁମ୍ବାଇ ଇଣ୍ଡିଆନ୍ସ ତଥା ଅନ୍ୟ ଦଳମାନଙ୍କୁ ମିଳିଯାଇ ପାରେ । ଏହି ଦୁଇ ଦଳ ମଧ୍ୟ ନିଜର ଶେଷ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ଲକ୍ଷ୍ନୌ ଏବଂ ମୁମ୍ବାଇ ପଏଣ୍ଟ ଟେବୁଲର ତୃତୀୟ ତଥା ଚତୁର୍ଥ ନମ୍ବରରେ ରହିଛନ୍ତିି ।
କ’ଣ କହୁଛି ସମୀକରଣ?
ତେବେ ଯଦି ଉଭୟ ଟିମ୍ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିନିଅନ୍ତି, ତେବେ ସେମାନେ ଚେନ୍ନାଇକୁ ଅତିକ୍ରମ କରି ପ୍ଲେଅଫରେ ପହଞ୍ଚିପାରନ୍ତି । ତେବେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିପାରେ । କାରଣ ଆରସିବି ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୧୨ ପଏଣ୍ଟ ହାସଲ କରିଛି । ଯଦି ବାଙ୍ଗାଲୋର ଉଭୟ ମ୍ୟାଚରେ ବିଜୟୀ ହୁଏ, ତେବେ ଚେନ୍ନାଇ ପ୍ଲେଅଫରୁ ବାଦ୍ ପଡିଯିବ ।
ତେବେ ଚେନ୍ନାଇ ଶେଷ ମ୍ୟାଚ ହାରିଲେ ମଧ୍ୟ ପ୍ଲେଅଫ ଟିକେଟ ହାସଲ କରିପାରିବ । ଯଦି ଲକ୍ଷେ୍ନø କିମ୍ବା ମୁମ୍ବାଇ ଭିତରୁ କୌଣସି ଦଳ ଶେଷ ମ୍ୟାଚରେ ପରାସ୍ତ ହୁଅନ୍ତି । କିନ୍ତୁ ଯଦି ଉଭୟ ଦଳ ବିଜୟ ହାସଲ କରନ୍ତି, ତେବେ ବାଙ୍ଗାଲୋର ଉପରେ ରହିବ ସମସ୍ତଙ୍କ ନଜର । ସେହିପରି ଯଦି ବାଙ୍ଗାଲୋର ନିଜର ଶେଷ ଦୁଇଟି ମ୍ୟାଚରୁ ଗୋଟିଏ ବି ହାରିଯାଏ, ତେବେ ଚେନ୍ନାଇ ସିଧା ପ୍ଲେ-ଅଫ ପାଇଁ କ୍ୱାଲିଫାଏ କରିପାରିବ ।