fbpx

(Video) ରାଜନୀତିରେ ଏଣ୍ଟ୍ରି ମାରିବେ ଧୋନୀ! ଆସିଲା ବଡ଼ ଅପଡେଟ୍

AAKASH

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସମସ୍ତେ ମିଷ୍ଟର କୁଲ ଭାବେ ଜାଣିଥାନ୍ତି । ଧୋନୀଙ୍କୁ ଅଧିନାୟକତ୍ୱ ଭାରତ ଦିନିକିଆରେ ବିଶ୍ୱବିଜୟୀ ହେବା ସହିତ ବହୁ ଟ୍ରଫି ହାସଲ କରିବାରେ ସଫଳ ହୋଇଛି । ୪୧ ବର୍ଷ ବୟସରେ ଉପନୀତ ହୋଇଥିଲେ ହେଁ ଏବେ ବି ଧୋନୀଙ୍କର ଜଲୱା ଜାରି ରହିଛି । ନିକଟରେ ସମାପ୍ତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫାଇନାଲରେ ଗୁଜରାଟକୁ ହରାଇ ଚେନ୍ନାଇକୁ ୫ମ ଥର ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଧୋନୀ ।

ତେବେ ଏହା ମଧ୍ୟରେ ଧୋନୀଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅତ୍ୟନ୍ତ ନମ୍ର, ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ୱ ଭାବେ ଧୋନୀ ସମସ୍ତଙ୍କ ହୃଦୟକୁ ଜୟ କରିପାରିଛନ୍ତି । ନିଜର ଦକ୍ଷ ନେତୃତ୍ୱ ବଳରେ ଧୋନୀ ପରାଜୟ ମନେହେଉଥିବା ମ୍ୟାଚରେ ଦଳକୁ ବିଜୟୀ କରାଇ ପାରିଛନ୍ତି । ତେଣୁ ଧୋନୀ ରାଜନୀତିରେ ମଧ୍ୟ ନେତୃତ୍ୱ ନେଇ ପାରିବେ । କ୍ରିକେଟରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିବା ପରେ ଧୋନୀ ନିଜର ଭବିଷ୍ୟତକୁ ନେ ଚିନ୍ତା କରିବାର ସମୟ ଆସିଯାଇଛି । ଆଇପିଏଲରେ ଚେନ୍ନାଇକୁ ଚାମ୍ପିୟନ କରାଇବା ପରେ ଭାବବିହ୍ୱଳ ହୋଇ ଏପରି କହିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

ଧୋନୀ ପରବର୍ତ୍ତୀ ଆଇପିଏଲରେ ଖେଳି ପାରନ୍ତି । ମାତ୍ର ସେ ହେଉଛନ୍ତି ଜଣେ ଭବିଷ୍ୟତର ଲିଡର । ତାଙ୍କ ପାଖରେ ନେତୃତ୍ୱ ନେବାର ସମସ୍ତ ଦକ୍ଷତା ରହିଛି । ଏହା ପୂର୍ବରୁ ମହିନ୍ଦ୍ରା ଗତ ୨୦୨୧ରେ ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି)ରେ ଚେନ୍ନାଇର ପ୍ୟାନେଲରେ କାର୍ଯ୍ୟ କରିଥିଲେ । ସେହି ସମୟରେ ସେ ଧୋନୀଙ୍କ ସୃଜନଶୀଳତାକୁ ଚିହ୍ନି ପାରିଥିଲେ । ଚଳିତ ବର୍ଷର ଆଇପିଏଲ ଫାଇନାଲରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୪ ରନ୍ କରିଥିଲା । ଏହାପରେ ଗୁଜରାଟକୁ ୧୫ ଓଭରରେ ୧୭୧ ରନ୍ ଟାର୍ଗେଟ୍ ଦିଆଯାଇଥିଲା । ଶେଷ ଦୁଇ ବଲରେ ୧୦ ରନ୍ ଆବଶ୍ୟକ ହେଉଥିବା ବେଳେ ରବିନ୍ଦ୍ର ଜାଡ଼େଜା ଛକା ଓ ଚୌକା ମାରି ଦଳକୁ ଜିତାଇଥିଲେ । ମ୍ୟାଚ ୱିନିଂ ଶଟ୍ ମାରିବା ପରେ ଜାଡ଼େଜା ସିଧାସଳଖ ଧୋନୀଙ୍କ ନିକଟକୁ ଆଲିଙ୍ଗନ କରିନେଇଥିଲେ । ଧୋନୀ ଜଣେ ପ୍ରକୃତ ସମ୍ମାନଯୋଗ୍ୟ ବ୍ୟକ୍ତିତ୍ୱ ଏହା ସମସ୍ତେ ଜାଣିପାରିଥିଲେ । ତେବେ ଧୋନୀ ଭବିଷ୍ୟତରେ ରାଜନୀତିରେ ସାମିଲ ହେଉଛନ୍ତି କି ନା ତାହା ପରେ ଜଣାପଡ଼ିବ ।

Get real time updates directly on you device, subscribe now.