fbpx
BSKY
BJD MC SKY
BJD YOUTH SKY

ଆଜି Play-Off ଟିକେଟ ପାଇବ କି ରାଜସ୍ଥାନ? ସଞ୍ଜୁ ସାମସନଙ୍କ ଆଗରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍

ନୂଆଦିଲ୍ଲୀ: ଆଜି ଆଇପିଏଲରେ ଦେଖିବାକୁ ମିଳିବ ଆଉ ଏକ ଘମାଘୋଟ ଲଢେଇ । ଟିମ ଇଣ୍ଡିଆର ଦୁଇ ଭବିଷ୍ୟତ ମଧ୍ୟରେ ହେବ କଡ଼ା ଟକ୍କର । ଉଭୟ ଦଳ ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଜିର ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ରହିବ ବୋଲି ଆଶା କରାଯାଉଛି । ବିଶେଷ କରି ଆଜିର ମ୍ୟାଚ ପରେ ହିଁ ଚଳିତ ସିଜନର ପ୍ରଥମ ପ୍ଲେ-ଅଫ୍ ଟିମ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହି ମ୍ୟାଚର ଗୁରୁତ୍ୱ ବଢିଯାଇଛି ।

ବର୍ତ୍ତମାନ ସୁଦ୍ଧା ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି କୋଲକାତା ନାଇଟ ରାଇଡର୍ସ । ୧୧ଟି ମ୍ୟାଚରୁ ୮ଟି ବିଜୟ ସହ କୋଲକାତା ଟପ୍ ରେ ରହିଥିବା ବେଳେ ଦ୍ୱିତୀୟରେ ରାଜସ୍ଥାନ ୧୦ଟି ମ୍ୟାଚରୁ ୮ଟି ବିଜୟ ହାସଲ କରିଛି । ତେବେ ରାଜସ୍ଥାନ ଆଜି ଟେବୁଲର ସପ୍ତମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏହି ମ୍ୟାଚ ଖେଳିବ । ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଦିଲ୍ଲୀ ବିପକ୍ଷ ଏହି ମ୍ୟାଚରେ ରାଜସ୍ଥାନ ବିଜୟଲାଭ କଲେ, ଶୀର୍ଷ ସ୍ଥାନ ହାସଲ କରିବା ସହିତ ସିଧାସଳଖ ପ୍ଲେଅଫ୍ ପାଇଁ ଉନ୍ନୀତ ହୋଇପାରିବ । ବର୍ତ୍ତମାନ ସୁଦ୍ଧା କୌଣସି ଦଳ ଏହି ପଏଣ୍ଟ ହାସଲ କରି ପାରିନାହିଁ । ସର୍ବଶ୍ରେଷ୍ଠ ଦଳ ଭାବରେ ରାଜସ୍ଥାନ ଏବଂ କୋଲକାତା ୧୬ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି ।

ତେବେ ରାଜସ୍ଥାନ ପ୍ଲେଅଫ୍ରେ ପହଞ୍ଚିବା ପରେ ବାକି ୩ଟି ସ୍ଥାନ ପାଇଁ ୪-୫ଟି ଦଳ ଭିତରେ ଲଢେଇ ଦେଖିବାକୁ ମିଳିବ । ରାଜସ୍ଥାନ ପରେ କୋଲକାତା ଟିକେଟ ମଧ୍ୟ ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି । ତେଣୁ ଶେଷ ୨ଟି ପୋଜିସନ୍ ପାଇଁ ଚେନ୍ନାଇ, ଲକ୍ଷେ୍ନø, ହାଇଦ୍ରାବାଦ ଏବଂ ଦିଲ୍ଲୀ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ତେବେ ଚେନ୍ନାଇ ବତ୍ତମାନ ଅନ୍ୟ ଦଳମାନଙ୍କ ଅପେକ୍ଷାରେ ରେସରେ ଆଗରେ ରହିଛି । ଚେନ୍ନାଇ, ଲକ୍ଷେ୍ନø ଏବଂ ହାଇଦ୍ରାବାଦ ୧୨ ପଏଣ୍ଟ ଲେଖାଏଁ ହାସଲ କରିଥିବାରୁ ଏହି ୩ ଦଳ ମଧ୍ୟରୁ ୨ଟି ଟିମ୍ ପ୍ଲେଅଫ୍ ପାଇଁ ଟିକେଟ ପାଇବ ।

Get real time updates directly on you device, subscribe now.