fbpx

ଟି-୨୦ ବିଶ୍ୱକପରେ ଖେଳିବେ ଋଷଭ ପନ୍ତ? ଏହି ଦିନ ଘୋଷଣା ହେବ ‘ଟିମ ଇଣ୍ଡିଆ’

ନୂଆଦିଲ୍ଲୀ: ୧୪ ମାସ ପରେ ଆଇପିଏଲ-୨୦୨୪ରେ କ୍ରିକେଟ ଦୁନିଆକୁ ଫେରିଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ । ଦିଲକଲୀ କ୍ୟାପିଟାଲ୍ସର ନେତୃତ୍ୱ ସହ କ୍ରିକେଟ ଜଗତକୁ ଦମଦାର କମବ୍ୟାକ କରିଛନ୍ତି ରିଷଭ । ବର୍ତ୍ତମାନ ଆଇପିଏଲରେ ଦମଦାର ବ୍ୟାଟିଂ ସହ ୱିକେଟ କିପିଙ୍ଗରେ ମଧ୍ୟ ସେ କମାଲ କରି ଦେଖାଇଛନ୍ତି । ତେଣୁ ଆସନ୍ତା ଟି-୨୦ ବିଶ୍ୱକପରେ ତାଙ୍କୁ ସୁଯୋଗ ମିଳିବା ଏକପ୍ରକାର ସୁନିଶ୍ଚିତ ବୋଲି ମଧ୍ୟ ଆଲୋଚନା ହେଉଛି । ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଟି-୨୦ ବିଶ୍ୱକପରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବା ନେଇ ସମ୍ଭାବନା ମଧ୍ୟ ବଢିଯାଇଛି । ଜୁନ୍ ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପନ୍ତ ଭାରତ ପାଇଁ ଖେଳିପାରିବେ କି ନାହିଁ, ସେ ନେଇ ଖୁବଶୀଘ୍ର ଦଳ ଘୋଷଣା କରିବ ଭାରତୀୟ କ୍ରିକେଟ ବୋର୍ଡ ।

ପ୍ରାୟ ୧୪ ମାସ ପରେ କ୍ରିକେଟକୁ ଫେରିଛନ୍ତି ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ତେବେ ଆଇପିଏଲ ପରେ ଖୁବଶୀଘ୍ର ରିଷଭ ଭାରତର ଟି-୨୦ ବିଶ୍ୱକପ ଜର୍ସିରେ ନଜର ଆସିପାରନ୍ତି । ଚଳିତ ଆଇପିଏଲର ପ୍ରଥମ ଦୁଇଟି ମ୍ୟାଚରେ ରିଷଭ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । କିନ୍ତୁ ତୃତୀୟ ଏବଂ ଚତୁର୍ଥ ମ୍ୟାଚରେ ନିଜ ପୁରୁଣା ଫର୍ମକୁ ଫେରିଛନ୍ତି ରିଷଭ । କୋଲକାତା ନାଇଟ ରାଇଡର୍ସ ସିଜନର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଏହାପରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ମଧ୍ୟ ଦମଦାର ବ୍ୟାଟିଂ କରି ଟି-୨୦ ବିଶ୍ୱକପ ପାଇଁ ନିଜକୁ ଫିଟ୍ ବୋଲି ଦର୍ଶାଇଛନ୍ତି । ଋଷଭ ଟିମ ଇଣ୍ଡିଆ ପାଇଁ ୨୦୨୨ ନଭେମ୍ବରରେ ଶେଷ ମ୍ୟାଚ କେଳିଥିଲେ । ଏହାପରେ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଚିକିତ୍ସିତ ରହିବାରୁ କ୍ରିକେଟରୁ ଦୂରେଇ ରହିଥିଲେ ।

 

View this post on Instagram

 

A post shared by Rishabh Pant (@rishabpant)

ଟି -୨୦ ବିଶ୍ୱକପକୁ ଧ୍ୟାନରେ ରଖି ଚୟନକର୍ତ୍ତା ଅନେକ ଖେଳାଳିଙ୍କ ଉପରେ ନଜର ରଖିଛି । ଏହି ଖେଳାଳିମାନଙ୍କ ତାଲିକାରେ ରିଷଭ ପନ୍ତଙ୍କ ନାମ ମଧ୍ୟ ସାମିଲ ରହିଛି । ତେଣୁ ଆଗାମୀ ଭବିଷ୍ୟତରେ ରିଷଭ ପନ୍ତଙ୍କ ଫିଟନେସ ଆଧାରରେ ତାଙ୍କୁ ବିଶ୍ୱକପରେ ସୁଯୋଗ ଦେବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ତରଫରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ ସେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଚଳିତ ମାସ ଶେଷରେ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିବ ଟିମ ଇଣ୍ଡିଆ। ଚୟନକର୍ତ୍ତାଙ୍କ ବୈଠକ ପରେ ୩୦ ଏପ୍ରିଲ୍ କିମ୍ବା ମେ ପ୍ରଥମ ଦିନରେ ବିଶ୍ୱକପ ପାଇଁ ଦଳ ଘୋଷଣା କରାଯିବ।

Get real time updates directly on you device, subscribe now.