fbpx

ଜାମ୍ମୁ କାଶ୍ମୀରରୁ ପ୍ରତ୍ୟାହାର ହୋଇପାରେ ସେନା! ମନ୍ତ୍ରଣାଳୟ ସ୍ତରରେ ଚାଲିଛି ଆଲୋଚନା, ଜାଣନ୍ତୁ କ’ଣ ରହିଛି ଭାରତ ସରକାରଙ୍କ ପ୍ଲାନ୍

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବାର ପ୍ରାୟ ସାଢ଼େ ତିନି ବର୍ଷ ପରେ କେନ୍ଦ୍ର ସରକାର ବର୍ତ୍ତମାନ ଘାଟିରୁ ସେନା ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛନ୍ତି। ସ୍ୱତନ୍ତ୍ର ସ୍ଥିତି ହଟାଯିବା ପରେ ଜାମ୍ମୁ କାଶ୍ମୀରରେ ବହୁ ପରିମାଣରେ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା। ବର୍ତ୍ତମାନ ଖବର ଆସୁଛି ଯେ, ଉପତ୍ୟକାର ଭିତର ଭାଗରୁ ଭାରତୀୟ ସେନାକୁ ଧୀରେ ଧୀରେ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଯଦି ଏହା ଘଟେ, ତେବେ ଭାରତୀୟ ସେନାର ଉପସ୍ଥିତି କେବଳ ନିୟନ୍ତ୍ରଣ ରେଖା ମଧ୍ୟରେ ସୀମିତ ରହିବ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ ସୁରକ୍ଷା ବାହିନୀର ଅଧିକାରୀଙ୍କ ସୁତ୍ରରୁ କୁହାଯାଇଛି କି, କାଶ୍ମୀରର ଆଭ୍ୟନ୍ତରୀଣ ଅଞ୍ଚଳରୁ ସେନା ହଟାଇବା ପ୍ରସ୍ତାବକୁ ଦୁଇ ବର୍ଷ ଧରି ଆଲୋଚନା କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସୁରକ୍ଷା ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୋଲିସର ଯୋଗଦାନ ସହିତ ଏହି ଆଲୋଚନାରେ ଆଗକୁ ବଢିଛି। ଉପତ୍ୟକାରେ ଆଇନ ଶୃଙ୍ଖଳା ତଥା ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ଭାରତୀୟ ସେନା ସହିତ ନିୟୋଜିତ ସିଆରପିଏଫ୍ ପ୍ରତ୍ୟାହାର କରାଯାଇପାରେ।

ରିପୋର୍ଟ ଅନୁଯାୟୀ, ସେନା ଅଧିକାରୀ କହିଛନ୍ତି ଯେ ମନ୍ତ୍ରଣାଳୟ ସ୍ତରରେ ଏହି ବିଷୟରେ ଆଲୋଚନା ହେଉଛି ଏବଂ ଏହା ଶୀଘ୍ର ସମ୍ଭବ ହୋଇପାରେ। ଏହି ବିଷୟରେ ନିଷ୍ପତି ନିଆଯାଇ ସାରିଛି ବୋଲି କୁହାଯାଉଛି। ତେବେ ଏହି ନିଷ୍ପତ୍ତି ଉପରେ ଶେଷ ନିଷ୍ପତି ସରକାର ନେବେ। ସେ କହିଛନ୍ତି ଯେପର୍ଯ୍ୟନ୍ତ ନିଷ୍ପତ୍ତି ନିଆ ନ ଯାଏ ସେ ପର୍ଯ୍ୟନ୍ତ କୌଣସି ହଲଚଲ ଦେଖାଯିବ ନାହିଁ।

ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ସେନା ଜାମ୍ମୁ କାଶ୍ମୀରରେ ପ୍ରାୟ ୧.୩ ଲକ୍ଷ ସୈନିକ ନିୟୋଜିତ ଅଛନ୍ତି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଯିବା ପରଠାରୁ ଆତଙ୍କବାଦୀ ଘଟଣା ତଥା ସୁରକ୍ଷା ବାହିନୀର ମୃତ୍ୟୁ ସଂଖ୍ୟା ୫୦% ହ୍ରାସ ପାଇଛି। ପଥର ଫିଙ୍ଗିବା ଘଟଣା ଶେଷ ହୋଇଛି। ଭାରତୀୟ ସେନାର ଉପସ୍ଥିତି ଯୋଗୁଁ ଉପତ୍ୟକାର ଭିତର ଭାଗରେ ଶାନ୍ତି ପ୍ରତିଷ୍ଠା କରାଯାଇଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଜାମ୍ମୁ କାଶ୍ମୀର ପୋଲିସକୁ ହସ୍ତାନ୍ତର କରିବାର କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା ହେଉଛି।

Get real time updates directly on you device, subscribe now.