fbpx
BSKY SKY
BSKY SKY

ଚମକ ଖେଳାଇ ଦେଲେ ସୂରଜ, ମାତ୍ର ୩ ଅଙ୍ଗୁଳିରେ ପରୀକ୍ଷା ଦେଇ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ

BSKY

ନୂଆଦିଲ୍ଲୀ:ସବୁ ଦୃଷ୍ଟିରୁ ସକ୍ଷମ ହୋଇ ବି ବେଳେ ବେଳେ ମଣିଷ କିଛି ନ କରି ପାରି ନିଜକୁ ଅସହାୟ ମନେ କରିଥାଏ । ଏଠି କିନ୍ତୁ ଆମେ ଏପରି ଜଣେ ଯୁବ ପ୍ରତିଭାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଦୁଇ ଗୋଡ ଓ ଗୋଟିଏ ହାତ ହରାଇ ମଧ୍ୟ ୨୦୨୨ ୟୁପିଏସସି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ନିଜର ଦୃଢ ମନୋବଳ ଓ ଅଦ୍ୟମ ନିଷ୍ଠା ବଳରେ ସୂରଜ ନାମକ ଏହି ଯୁବକ ୟୁପିଏସସି ପରୀକ୍ଷାରେ ୯୧୭ ର୍ୟାଙ୍କ ହାସଲ କରିଛନ୍ତି । ଉତ୍ତର ପ୍ରଦେଶ ମୈନପୁରୀର ସୂରଜ ଲୋକଙ୍କ ସାମ୍ନାରେ ଏକ ବଡ ଉଦାହରଣ ଭାବେ ଛିଡା ହୋଇ ପାରିଛନ୍ତି । ସୂରଜ ଏହା ଦେଖାଇ ଦେଇଛନ୍ତି କି ପରିସ୍ଥିତି ଯେତେ କଠିନ ହେଉ ପଛେ କେହି ପରିସ୍ଥିତି ସାମ୍ନାରେ ହାର ମାନିବା କଥା ନୁହେଁ । ସୂରଜଙ୍କର ଦୁଇ ଗୋଡ ଓ ଗୋଟିଏ ହାତ ନାହିଁ । ଅନ୍ୟ ଏକ ହାତରେ କେବଳ ୩ ଗୋଟି ଅଙ୍ଗୁଳି ରହିଛି । ଏହା ସତ୍ତେ୍ୱ ବି ସୂରଜ ସାହାସ ହାରି ନାହାନ୍ତି ।

ଏକ ଟ୍ରେନ୍ ଦୁର୍ଘଟଣାରେ ସୂରଜ ଦୁଇ ଗୋଡ ଓ ଗୋଟିଏ ହାତ ହରାଇ ଦେଇଛନ୍ତି । ଏହା ସତ୍ତେ୍ୱ ତାଙ୍କ ମନୋବଳ କେବେ ବି ଦୂର୍ବଳ ହୋଇ ନାହିଁ । ୟୁପିଏସସି ପରୀକ୍ଷାରେ ସଫଳତା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୂରଜଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅଖିଳେଶ ଟ୍ୱିଟ୍ କରି କହିଛନ୍ତି, “ମୈନପୁରୀରେ ଦିବ୍ୟାଙ୍କ ସୂରଜ ତିୱାରୀ ପ୍ରଥମ ଥରରେ ଆଇଏଏସ୍ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ପ୍ରମାଣିତ କରି ଦେଇଛନ୍ତି ଯେ, ସଂକଳ୍ପର ଶକ୍ତି ଅନ୍ୟ ସମସ୍ତ ଶକ୍ତି ଠାରୁ ବଡ । ସୂରଜଙ୍କର ସୂର୍ଯ୍ୟ ପରି ଏହି ଉପଲବ୍ôଧ ଲାଗି ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ତାଙ୍କ ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ ଏହା କାମନା କରୁଛି ।”

ୟୁପିଏସସି ପରୀକ୍ଷାରେ ସଫଳତା ପାଇବା ଲାଗି ସୂରଜ ୧୮ରୁ ୨୦ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରୁଥିଲେ । ଆହୁରି ବଡ କଥା ହେଉଛି ସୂରଜ ଏହି ସଫଳତା ବିନା କୌଣସି କୋଚିଂ କିମ୍ବା ଏକ୍ସଟ୍ରା କ୍ଲାସରେ ହାସଲ କରି ପାରିଛନ୍ତି । ଏକ ମଧ୍ୟମ ବର୍ଗ ପରିବାରରୁ ଆସିଥିବା ସୂରଜଙ୍କ ପିତା ରାଜେଶ ତିୱାରୀ ଜଣେ ଟେଲର ମାଷ୍ଟର । ତାଙ୍କର ଏକ ଛୋଟ ସିଲେଇ ଦୋକାନ ରହିଛି ଯେଉଁଥିରୁ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟିଥାଏ । ୨୦୧୭ରେ ଏକ ଟ୍ରେନ୍ ଦୁର୍ଘଟଣାରେ ସୂରଜ ନିଜର ଦୁଇ ଗୋଡ ଓ ଏକ ହାଥ ହରାଇ ଦେଇଥିଲେ ।

Get real time updates directly on you device, subscribe now.