fbpx

ସ୍ୱାମୀଠୁ ଛାଡପତ୍ର ପାଇବା ପରେ ରାତାରାତି କୋଟିପତି ହେଲେ ମହିଳା

ଛାଡପତ୍ର ପାଇବା ପରେ କୋଟିପତି ହୋଇପାରିବେ କି ଜଣେ ମହିଳା? ଆପଣ କଳ୍ପନା କରିନଥିଲେ କି, କଥାଟି ସତ । ଜଣେ ମହିଳା ନିଜ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇବା ପରେ ରାତିରାତି କୋଟିପତି ହୋଇଛନ୍ତି । ତେବେ ଏକ ଟୀକା କମ୍ପାନୀର ଚେୟାରମ୍ୟାନ୍ ଡ୍ୟୁ ୱେମିନ୍ ତାଙ୍କ ପୂର୍ବତନ ପତ୍ନୀଙ୍କୁ ଗତ ମେ ୧୯ ତାରିଖରେ ଛାଡପତ୍ର ଦେଇଥିଲେ । ଛାଡପତ୍ର ପରେ କ୍ଷତିପୂରଣ ବାବଦକୁ ସେ ତାଙ୍କ ପତ୍ନୀ ୟୁଆନ୍ ଲିପିଙ୍ଗଙ୍କୁ କମ୍ପାନୀର ୧୬.୧୩ କୋଟିର ସେୟାର ଦେଇଥିଲେ । କିନ୍ତୁ ଏହି ସେୟାର ଟ୍ରାନ୍ସଫର ପରେ ଲିପିଙ୍ଗ ଦୁନିଆର ସବୁଠାରୁ ଧନୀ ମହିଳା ତାଲିକାରେ ସାମିଲ ହୋଇଗଲେ ।

ତେବେ ସୋମବାର ଦିନ ସେୟାର ବଜାର ବନ୍ଦ ହେବା ପରେ ସେହି ସେୟାର ଗୁଡିକର ମୂଲ୍ୟ ୩.୨ ବିଲିୟନ୍ ଡଲାର ବା ୨୪,୦୦୦ କୋଟି ଟଙ୍କା ଥିଲା । ଅନ୍ୟପଟେ ଡ୍ୟୁଙ୍କ ସମ୍ପତ୍ତି ବର୍ତ୍ତମାନ ପ୍ରାୟ ୩.୧ ଡଲାର ବା ୨୩.୨୫୦ କୋଟି ଟଙ୍କାକୁ ଖସି ଆସିଛି । ଏହିପରି ଭାବେ ଲିପିଙ୍ଗଙ୍କ ମହଙ୍ଗା ଛାଡପତ୍ର ତାଙ୍କୁ ରାତାରାତି କୋଟିପତି କରାଇଲା । ଏହା ଥିଲା ଏସିଆର ସବୁଠାରୁ ଧନୀ ଛାଡପତ୍ର ।

Get real time updates directly on you device, subscribe now.