fbpx
BJD SKY
BJD SKY

କରୋନାକୁ ଯୁଦ୍ଧରେ ହରାଇଲେ ମହିଳା, ମାତ୍ର ବ୍ଲାକ୍ ଫଙ୍ଗସ୍ ନେଲା ଜୀବନ

BJD

ନୂଆଦିଲ୍ଲୀ, ୧୪ା୫: କରୋନାର ଦ୍ୱିତୀୟ ଲହରରେ ବ୍ଲାକ ଫଙ୍ଗସର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ଜଣେ ମହିଳା କରୋନାକୁ ଯୁଦ୍ଧରେ ମାତ ଦେଇଛନ୍ତି । କିନ୍ତୁ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଛି । ଲକ୍ଷ୍ନୌର ଲୋହିଆ ଇନଷ୍ଟିଚ୍ୟୁଟର ହୋଲଡିଂ ଏରିଆରେ ଜଣେ ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ଆଖିରେ ଫୁଲା ଓ କଳା ଦାଗ ରହିଥିବାରୁ ଡାକ୍ତରମାନେ ମ୍ୟୁକୋର ମାଇକୋସିସ୍ ଆଶଙ୍କା କରି ସିଟି ସ୍କାନ କରିଥିଲେ । ମହିଳାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ସେ ବ୍ଲାକ ଫଙ୍ଗସର ଶିକାର ହୋଇଥିବା ରିପୋର୍ଟ ଆସିଥିଲା । ମହିଳାଙ୍କ ସୁଗାର ସମସ୍ୟା ଥିବା ସହ ସଂକ୍ରମଣ ବଢ଼ିଯାଇଥିବାରୁ ମହିଳାଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଥିଲା । ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ଲକ୍ଷ୍ନୌରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

Get real time updates directly on you device, subscribe now.