fbpx
BJD
BJD SKY
BJD SKY

ଘରେ ପଶି ମହିଳାଙ୍କ ଗଳାକାଟିଲା ଦୁର୍ବୃତ୍ତ: ଚାଲିଛି ତଦନ୍ତ

ମୁନିଗୁଡ଼ା: ଜଣେ ମହିଳାଙ୍କୁ ଘରେ ପଶି ଗଳାକାଟି ହତ୍ୟା କରିବା ଖବର ସାମ୍ନାକୁ ଆସିଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟମୁନିଗୁଡ଼ା ଗାଁରେ । ତେବେ ମହିଳାଙ୍କ ଘରୁ ତାଙ୍କର ଗଳାକଟା ମୃତଦେହ ଉଦ୍ଧାର କରାଯିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ମହିଳା ଜଣକ ହାଟମୁନିଗୁଡ଼ାରେ ଘରେ ଏକୁଟିଆ ରହୁଥିଲେ । ଏହି ଏକୁଟିଆ ରହୁଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିଥିଲା । ଏହାପରେ ସେ ମହିଳାଙ୍କର ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛି । ତେବେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ମୁନିଗୁଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ଏହି ହତ୍ୟା ମାମଲାକୁ ନେଇ କୌଣସି ସ୍ପଷ୍ଟତା ନ ମିଳିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.