fbpx

ଏକସଙ୍ଗେ ୫ ଶିଶୁଙ୍କୁ ଜନ୍ମଦେଲେ ମହିଳା, ବିବାହର ୭ ବର୍ଷ ପର୍ଯ୍ୟନ୍ତ ନଥିଲେ କୌଣସି ଛୁଆ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ମହିଳା ଏକସଙ୍ଗେ ଏକାଧିକ ଶିଶୁଙ୍କୁ ଜନ୍ମ ଦେଉଥିବା ଦେଖାଯାଇଥାଏ । ଏକାଥରକେ ଦୁଇ ବା ତିନି ଶିଶୁଙ୍କୁ ଯଦି କୌଣସି ମହିଳା ଜନ୍ମ ଦିଅନ୍ତି, ତେବେ ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥାଏ । ତେବେ ନିକଟରେ ରାଜସ୍ଥାନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କର ବିବାହର ୭ ପର୍ଯ୍ୟନ୍ତ କୌଣସି ସନ୍ତାନ ନଥିଲେ ।

ମାତ୍ର ଏହା ପରେ ମହିଳା ଜଣଙ୍କ ଏକାଥରକେ ସୁଧମୂଳ ଆଦାୟ କରି ଦେଇଥିଲେ । ମହିଳା ଜଣଙ୍କ ଏକସଙ୍ଗେ ୫ଟି ଶିଶୁକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଶୁଭ ସମୟକୁ ଦେଖିବା ପାଇଁ ମହିଳାଙ୍କୁ ଦୀର୍ଘ ୭ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ତେବେ ସନ୍ତାନଙ୍କ ମଧ୍ୟରେ ୩ ଜଣ କନ୍ୟା ଓ ଦୁଇଜଣ ପୁତ୍ର ରହିଥିବା ବେଳେ ସମସ୍ତେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

ତେବେ ୫ ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କର ବୟସ ଏବେ ମାତ୍ର ୨୫ ବର୍ଷ । ସମସ୍ତ ନବଜାତଙ୍କ ଓଜନ ୩୦୦-୬୦୦ ଗ୍ରାମ ମଧ୍ୟରେ ରହିଛି । ସମସ୍ତ ଶିଶୁଙ୍କୁ ଇନକ୍ୟୁବେଟରରେ ରଖାଯାଇଥିବା ବେଳେ ମାଆ ଦୁର୍ବଳ ଥିବାରୁ ତାଙ୍କୁ ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ସ (ଏସଏନସିୟୁ) ୱାର୍ଡରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବିବାହର ଅନେକ ବର୍ଷ ବିତିଯାଇଥିଲେ କୌଣସି ସନ୍ତାନ ହେଉ ନଥିବାରୁ ଦମ୍ପତି ଅନେକ ସ୍ଥାନରେ ଚିକିତ୍ସା କରାଉଥିଲେ । ଶେଷରେ ସେମାନଙ୍କ ଡାକ ଈଶ୍ୱର ଶୁଣିଛନ୍ତି ।

Get real time updates directly on you device, subscribe now.