fbpx

ମହିଳାଙ୍କର ଦାଢ଼ି-ନିଶ ବଢ଼ିବାରେ ଲାଗିଛି: ଜମା ଶେଭିଂ କରୁନାହାନ୍ତି, କାହିଁକି

ନୂଆଦିଲ୍ଲୀ: ସାଧାରଣ ଭାବେ ପୁରୁଷଙ୍କର ଦାଢ଼ି-ନିଶ ବଢ଼ିଥାଏ । ତେବେ ଏପରି କିଛି ମହିଳାଙ୍କ ଠାରେ ମଧ୍ୟ ପୁରୁଷଙ୍କ ପରି ଦାଢ଼ି-ନିଶ ଉଠିଥାଏ । ଆମ ଆଖପାଖରେ ରହୁଥିବା କିଛି ମହିଳାଙ୍କ ଠାରେ ମଧ୍ୟ ସାମାନ୍ୟ ଦାଢ଼ି-ନିଶ ଦେଖିବାକୁ ମିଳିଥାଏ । ତେବେ ଏପରି ଜଣେ ମହିଳା ଅଛନ୍ତି ଯାହାଙ୍କର କି ପୁରୁଷଙ୍କ ପରି ଲମ୍ବା ଲମ୍ବା ଦାଢ଼ି-ନିଶ ଉଠିଛି । ସବୁଠାରୁ ବଡ଼ କଥା ହେଉଛି ମହିଳା ଜଣଙ୍କର ତାଙ୍କର ଦାଢ଼ି-ନିଶ ଜମାରୁ କାଟନ୍ତି ନାହିଁ । ଶେଷରେ ସେ ନିଶ-ଦାଢ଼ିକୁ ନିଜର ପର୍ସନାଲିଟିର ଏକ ଅଂଶ ଭାବେ ଗ୍ରହଣ କରିନେଇଥିଲେ ।

ସୂଚନା ମୁତାବକ, ଲାରେ ପର୍କିନ୍ସ ନାମକ ଜଣେ ୪୦ ବର୍ଷୀୟା ମହିଳା ଆମେରିକାର କାଲିଫର୍ଣ୍ଣିଆରେ ରୁହନ୍ତି । ତାଙ୍କର ଚେହେରାରେ ପୁରୁଷଙ୍କ ପରି ଦାଢ଼ି-ନିଶ ଦେଖିବାକୁ ମିଳିଥାଏ । ପିଲାଦିନୁ ଲାରେଙ୍କୁ ପୋଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ନାମକ ଏକ ବିମାରୀ ଆକ୍ରାନ୍ତ କରିଥିଲା । ଏହି ବିମାରୀ କାରଣରୁ ତାଙ୍କର ପୁରୁଷଙ୍କ ପରି ଦାଢ଼ି-ନିଶ ଉଠିଥିଲା । ପୁରୁଷ ହରମୋନ ଆଣ୍ଡ୍ରୋଜେନ ବଢ଼ିବା କାରଣରୁ କେଶ ବୃଦ୍ଧି ପାଇଥାଏ ।

ତେବେ ଏହି ନିଶ-ଦାଢ଼ି ବଢ଼ିବାକୁ ନେଇ ଲାରେ ବହୁତ ଲଜ୍ଜିତ ଅନୁଭବ କରିଥିଲେ । ପରବର୍ତ୍ତୀ ସମୟରେ ସେ ଏହାକୁ ନିଜର ବ୍ୟକ୍ତିତ୍ୱର ଏକ ଅଂଶ ଭାବି ନେଇଥିଲେ । ଏନେଇ ଲାରେଙ୍କୁ ଅନେକ ବ୍ୟକ୍ତି ଟ୍ରୋଲ କରିଥିଲେ । ମାତ୍ର ଲାରେ ଏହାକୁ ଖାତିର ନକରି ମୁହଁତୋଡ଼ ଜବାବ ଦେଇଥିଲେ । ପୂର୍ବରୁ ଦାଢ଼ି-ନିଶକୁ ନେଇ ଚାପରେ ରହୁଥିବା ଲାରେ ଏବେ ବିନ୍ଦାସ ଜୀବନଯାପନ କରୁଛନ୍ତି । ସେ ମହିଳାଙ୍କ ସଶକ୍ତିକରଣ ନିମନ୍ତେ ନିଜର ଏକ ବ୍ରାଣ୍ଡ ଲଞ୍ଚ କରିଛନ୍ତି ।

Get real time updates directly on you device, subscribe now.