fbpx

୩ ମହିଳାଙ୍କ ସହ ଥିଲା ଅନୈତିକ ସମ୍ପର୍କ: ପ୍ରେମିକ ଜାଣିବା ପରେ ଏପରି ନେଲା ପ୍ରତିଶୋଧ, ଶୁଣିଲେ ରୁମ ଟାଙ୍କୁରୀ ଉଠିବ

ବାହା ହୋଇ ବି ୩ ଜଣ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ । କିନ୍ତୁ ଧରାପଡିବା ପରେ ମିଳିଲାନି କ୍ଷମା, ଚାଲିଗଲା ଜୀବନ । ଏପରି ଏକ ସଙ୍ଗୀନ ଘଟଣା ବ୍ରିଟେନରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ବ୍ରିଟେନର ଗ୍ୟାରି ୱିଲିୟମ୍ସ ନାମକ ଜଣେ ବ୍ୟକ୍ତି ବାହାହୋବ ସହ ୩ ସିକ୍ରେଟ୍ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । କିନ୍ତୁ କୌଣସି ବି ମହିଳାଙ୍କୁ ୱିଲିୟମ୍ସଙ୍କ ଏଭଳି କାର୍ଯ୍ୟ ବିଷୟରେ ଜଣାନଥିଲା । ୫୮ ବର୍ଷୀୟ ୱିଲିୟମ୍ସ ପତ୍ନୀଙ୍କୁ ଲୁଚାଇ ନିଜ ପ୍ରେମିକାମାନଙ୍କ ପାଖକୁ ଯାଇ ରାତି କାଟୁଥିଲେ ।

ସିକ୍ରେଟ୍ ମହିଳାଙ୍କ ମଧ୍ୟରେ ୪୬ ବର୍ଷୀୟା ଶେରିଡନ୍ ନାମକ ତାଙ୍କର ଜଣେ ପ୍ରେମିକା ଥିଲେ । ଶେରିଡନଙ୍କୁ ୱିଲିୟମ୍ସଙ୍କ ଏଭଳି କାର୍ଯ୍ୟକଳାପ ବିଷୟରେ ଜଣାପଡିବାକୁ ଖୀଷ୍ଟ୍ରମାସରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଉଭୟଙ୍କ ମୃତ ଦେହ ଘରୁ ଜବତ କରିଥିଲା ପୋଲିସ । ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ୱିଲିୟମ୍ସଙ୍କୁ ୫୦ରୁ ଅଧିକ ଥର ଛୁରିରେ ଆକ୍ରମଣ ହୋଇଛି । ୱିଲିୟମ୍ସଙ୍କୁ ହତ୍ୟା କରିବା ପରେ ଶେରିଡନ୍ ମଧ୍ୟ ସେହି ଘରେ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.