fbpx

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି! ଓଜନ କମିବା ଆଶାରେ ଜିମ୍ ଟ୍ରେନରଙ୍କୁ ମ୍ୟାରେଜ କଲେ ମହିଳା, ମାତ୍ର ଓଜନ ନ କମିବାରୁ ତଲାକ୍ ଦେବାକୁ ଅଡ଼ି ବସିଲେ

Advertisement

ନୂଆଦିଲ୍ଲୀ: ବୈବାହିକ ସମ୍ପର୍କକୁ ନେଇ ଆମ ସମାଜରେ ଅନେକ ସମୟରେ କିଛି ନୂଆ ଧରଣର ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଆଗ୍ରାରୁ ଆସିଛି ଏକ ଅଜବ ଧରଣର ଘଟଣା । ଓଜନ ହ୍ରାସ କରିବା ଲକ୍ଷ୍ୟରେ ଜଣେ ମହିଳା ଜଣେ ଜିମ୍ ଟ୍ରେନରଙ୍କୁ ବିବାହ କରିଥିଲେ । ମାତ୍ର ବିବାହ ପରେ ମହିଳାଙ୍କର ଓଜନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହାପରେ ମହିଳାଙ୍କୁ ଆଉ ବୁଝାଇବ କିଏ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ତଲାକ୍ ଦେବାକୁ ଅଡ଼ି ବସିଥିଲେ ।

ଖବର ମୁତାବକ, ମହିଳାଙ୍କର ଓଜନ କମ୍ କରିଦେବେ ବୋଲି ବିବାହ ପୂର୍ବରୁ ଜିମ୍ ଟ୍ରେନର ଜଣଙ୍କ ପ୍ରତିଶ୍ରୁତି ଦେଇଥିଲେ । ବିବାହ ପୂର୍ବରୁ ମହିଳାଙ୍କର ଓଜନ ୭୫ କେଜି ରହିଥିଲା । ମାତ୍ର ବିବାହ ପରେ ମହିଳାଙ୍କର ଓଜନରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ଆଗ୍ରାମର ନ୍ୟୁ ଆଗ୍ରା ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଥିଲା । ଓଜନ ନ କମିବାରୁ ମହିଳା ଜଣଙ୍କ ଥାନାରେ ଅଭିଯୋଗ ଦାଖଲ କରିବା ସହିତ ପରିବାର ପରାମର୍ଶ କେନ୍ଦ୍ରରେ ପହଞ୍ଚିଥିଲେ । ଜିମ୍ ଟ୍ରେନର ତାଙ୍କର ବଡି ଦେଖି ବିବାହ କରିଥିଲେ ବୋଲି ମହିଳା ଜଣଙ୍କ କେନ୍ଦ୍ରର କାଉନସେଲରଙ୍କୁ କହିଥିଲେ ।

ମହିଳା ଜଣଙ୍କ କହିଥିଲେ, ବିବାହ ପରେ ତାଙ୍କର ଓଜନ କମ୍ କରିଦେବେ ବୋଲି ଜିମ୍ ଟ୍ରେନର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବିବାହ ପୂର୍ବରୁ ତାଙ୍କର ଓଜନ ଯେତିକି ଥିଲା ଆଜି ବି ସେତିକି ରହିଛି । ଜିମ୍ ଟ୍ରେନର ଓ ମହିଳାଙ୍କର ବିବାହକୁ ମାତ୍ର ଗୋଟିଏ ବର୍ଷ ପୂରି ନଥିବା ବେଳେ ଏବେ ଓଜନ ପାଇଁ ସେମାନଙ୍କର ସଂସାର ଭାଙ୍ଗିବାକୁ ବସିଛି । ମହିଳା ଜଣଙ୍କ ଜିମ୍ ଟ୍ରେନରଙ୍କ ସହିତ ରହିବେ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ଅନ୍ୟପଟେ ଜିମ୍ ଟ୍ରେନର ମହିଳାଙ୍କ ସହିତ ରହିବାକୁ ରାଜି ଅଛନ୍ତି । ଏପରି ସ୍ଥିତିରେ କାଉନସେଲର ପରବର୍ତ୍ତୀ ତାରିଖରେ ଦୁହିଁଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବେ ।

Get real time updates directly on you device, subscribe now.