fbpx

ନକଲି ଭାବି ଫିଙ୍ଗିବାକୁ ଯାଉଥିଲେ ମହିଳା, ଏବେ ନିଲାମୀରେ ପାଇବେ ଏତେ’ କୋଟି

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ବଜାରରେ ଅନେକ ପ୍ରକାରର ନକଲି ଜିନିଷ ଦେଖିବାକୁ ମିଳୁଛି । ଫଳରେ ଅନେକ ସମୟରେ ଅସଲି ଜିନିଷକୁ ମଧ୍ୟ ନକଲି ବୋଲି ଭାବିନେଇଥାନ୍ତି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ । ଯେଉଁଠାରେ ମହିଳା ଜଣକ ପାଖରେ ଏକ ମୂଲ୍ୟବାନ ହୀରା ରହିଥିଲା କିନ୍ତୁ ସେ ତାକୁ ନକଲି ଭାବି ଏହାକୁ ଗୁରତ୍ୱ ଦେଉନଥିଲେ ଏବଂ ତାକୁ ଫିଙ୍ଗିବାକୁ ଯାଉଥିଲେ ।

ତେବେ ମହିଳାଙ୍କୁ ସେତେବେଳେ ଝଟକା ଲାଗିଥିଲା ଯେତେବେଳେ ସେ ତାଙ୍କ ଅଳଙ୍କାରଗୁଡ଼ିକୁ ବିକିବାକୁ ଜଣେ ନିଲାମକର୍ତାଙ୍କ ପାଖକୁ ଯାଇଥିଲେ, ଆଉ ସେଠାରେ ଏହି ହୀରାର ନିଲାମ ୨ ମିଲିୟନ ବା ୨୦,୪୫,୨୮,୮୦୦ ଟଙ୍କାରେ ଲଗାଯାଇଥିଲା । ଯେଉଁ ହୀରାକୁ ସେ ନକଲି ଭାବି ଫିଙ୍ଗିବାକୁ ଯାଉଥିଲେ ତାହାର ମୂଲ୍ୟ ୨୦ କୋଟିରୁ ବି ଅଧିକ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମହିଳା ।

ପ୍ରକୃତରେ ମହିଳା ଜଣକ ନିଜର ପୁରୁଣା ଅଳଙ୍କାର ବ୍ୟାଗ ନେଇ ନିଲାମକର୍ତ୍ତାଙ୍କ ପାଖରେ ପହଞ୍ଚିଥିଲେ । ସେଥିରେ ସେହି ହୀରାର ମୁଦି ମଧ୍ୟ ରହିଥିଲା ଯାହାକୁ ସେ ନକଲି ବୋଲି ଭାବୁଥିଲେ । ତେବେ ନିଲାମକର୍ତ୍ତା ପରୀକ୍ଷଣ ପରେ ପୁଷ୍ଟି କରିଥିଲେ ଯେ ଏହା ୩୪ କ୍ୟାରେଟର ହୀରା । ମହିଳା ୨୦ କୋଟି ଦାମ ଶୁଣି ଖୁସିରେ ନାଚି ଯାଇଥିଲେ । ସେପଟେ ନିଲାମକର୍ତ୍ତା କହିଛନ୍ତି ଏହାକୁ ନଭେମ୍ବର ୩୦ରେ ନିଲାମ କରାଯିବ । ସେ ଆହୁରି କହିଥିଲେ ଯେ ହୀରାର ମାଲିକଙ୍କୁ ଏହା ମନେ ନାହିଁ ସେ କେବେ ଏହାକୁ ହାସଲ କରିଥିଲେ ।

Get real time updates directly on you device, subscribe now.