fbpx

News across the Earth, news close to your heart, Read Odisha Bhaskar English

ଯୁବକ ମାନଙ୍କର ଏହି ଗୁଣରେ ଫସି ଯାଆନ୍ତି ମହିଳା: ଜାଣନ୍ତୁ କ’ଣ କହୁଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଗୁରୁତ୍ୱ ଅଧିକ। ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ ନିଜ ପାଇଁ ଭଲ ଜୀବନସାଥୀ ଖୋଜିବାକୁ ଚେଷ୍ଟା କରିଥାନ୍ତି। ତେବେ ମହିଳାଙ୍କୁ କିଭଳି ଜୀବନସାଥୀ ଆବଶ୍ୟକ ସେ ନେଇ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି। ଯେପରିକି:

  • ଶ୍ରୋତା ସ୍ବଭାବର ପୁରୁଷ:

ଚାଣକ୍ୟ କୁହନ୍ତି ପ୍ରତିଟି ମହିଳା ଚାହେଁ ତାର ଜୀବନସାଥୀ ତାର ପ୍ରତିଟି କଥା ଶୁଣନ୍ତୁ। ତାକୁ ବୁଝନ୍ତୁ। ମହିଳାମାନେ ଜୀବନସାଥୀଙ୍କ ଦୁଷ୍ଟକଷ୍ଟ ବାଣ୍ଟିବାରେ ନିଜର ଖୁସି ପାଇଥାନ୍ତି। ଏମିତିରେ ଯଦି ପୁରୁଷଟିଏ କେବଳ ନିଜ କଥା ଚିନ୍ତା କରେ ତେବେ ମହିଳାମାନେ ତାଙ୍କଠାରୁ ଦୂରେଇ ଯାଆନ୍ତି।

  • ସ୍ବଭାବରେ ଶାନ୍ତ ଏବଂ ସୁନ୍ଦର କଥା:

ଚାଣକ୍ୟ କୁହନ୍ତି ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ। ବିଶେଷକରି ଶାନ୍ତ ସ୍ବଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ। କାରଣ ଏଭଳି ପୁରୁଷ ଗମ୍ଭୀର ଏବଂ ଜ୍ଞାନୀ ହୋଇଥାନ୍ତି। ଏମାନେ କାହା ସହ ଖରାପ ବ୍ୟବହାର କରି ନ ଥାନ୍ତି। ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି। ଏଥିସହ ନିଜର କଥାରେ ସମସ୍ତଙ୍କ ମନ କିଣିନେଇଥାନ୍ତି।

  • ବ୍ୟକ୍ତିତ୍ୱର ଗୁରୁତ୍ୱ:

ଚାଣକ୍ୟ କୁହନ୍ତି ମହିଳା ଏବଂ ପୁରୁଷ ଚାହାନ୍ତି ସେମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହୋଇଥାନ୍ତୁ। ହେଲେ ମହିଳାଙ୍କ ଲାଗି ସାଥୀର ସୁନ୍ଦରତାରୁ ଅଧିକ ତାଙ୍କ ବ୍ୟକ୍ତିତ୍ୱର ଗୁରୁତ୍ୱ ରହିଛି। ପୁରୁଷଟିଏ ଯଦି ଗର୍ବୀ ହୋଇଥାଏ ନଚେତ ଲୋଭୀ, ଧ୍ରୁତ ତେବେ ମହିଳାମାନେ ତାଙ୍କଠାରୁ ଦୂରରେ ରୁହନ୍ତି। ଯେଉଁ ପୁରୁଷ ସଚ୍ଚୋଟ ଏବଂ ପରିଶ୍ରମୀ ହୋଇଥାନ୍ତି ସେମାନଙ୍କୁ ମହିଳାମାନେ ପସନ୍ଦ କରିଥାନ୍ତି। ଏଭଳି ଲୋକ ସମସ୍ତ କଷ୍ଟର ସମ୍ମୁଖୀନ ହୋଇପାରନ୍ତି।

Get real time updates directly on you device, subscribe now.