fbpx

ଚାକିରୀ ଦେବୁ ବୋଲି କହି ଚଳନ୍ତା କାରରେ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶ ଆଗକୁ ବଢ଼ିବା ସହିତ ବିଭିନ୍ନ ପ୍ରାନ୍ତରୁ ଅପରାଧର ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଖୋଦ୍ ଜାତୀୟ ରାଜଧାନୀ ଦିଲ୍ଲୀରୁ ମହିଳାଙ୍କ ପ୍ରତି କରାଯାଇଥିବା ଏକ କ୍ରୁର ଅପରାଧର ଖବର ସାମନାକୁ ଆସିଛି । ଜଣେ ମହିଳାଙ୍କୁ ଚାକିରୀ ଦେବା ନାମରେ ଡାକିଥିଲେ ଯୌନ ରାକ୍ଷସ୍ । ଏହାପରେ ତାଙ୍କୁ ଚଳନ୍ତା କାର୍ ରେ ଦୁଷ୍କର୍ମ କରାଯାଇଛି । ଦିଲ୍ଲୀ ପୋଲିସ୍ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ମାମଲାର ତଦନ୍ତ ଆଗକୁ ବଢ଼ାଯାଇଛି ।

ପୋଲିସ୍ ସୁତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଛି । ପୀଡ଼ିତାଙ୍କୁ ଚାକିରୀ ଦେବା ନାମରେ ନେଇ ଆସିଥିଲେ । ଏହି ମାମଲାରେ ଅଗଷ୍ଟ ୧୬ ତାରିଖରେ ମହିଳା ଜଣକ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ବୟାନ ଆଧାରରେ ସେମାନଙ୍କୁ ପୋଲିସ୍ ଧରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.