ଉତ୍କଳ ହସ୍ପିଟାଲରେ ପାଳିତ ହେଲା ବିଶ୍ବ ଡାଇବେଟିକସ୍ ଡେ ଏବଂ ଶିଶୁ ଦିବସ

ଭୁବନେଶ୍ବର(ଓଡିଶା ଭାସ୍କର): ଉତ୍କଳ ହସ୍ପିଟାଲରେ ବିଶ୍ବ ଡାଇବେଟିକସ୍ ଡେ ଏବଂ ଶିଶୁ ଦିବସ ପାଳନ ହୋଇଯାଇଛି । ଭୁବନେଶ୍ବର ନିଳାଦ୍ରୀ ବିହାର ସ୍ତିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେସିଆଲିଷ୍ଟ୍ ଉତ୍କଳ ହସ୍ପିଟାଲରେ ବିଶ୍ବ ଡାଇବେଟିକସ ଡେ ଏବଂ ଶିଶୁ ଦିବସ ପାଳିତ ହୋଇଯାଇଛି ।

ବିଶ୍ଵ ଡାଇବେଟିକସ ଦିବସରେ ଆଜି ପ୍ରାତଃ ୬ଟା ସମୟରେ ସ୍ୱାସ୍ଥ୍ୟର ଉପକାର ପାଇଁ ଏକ ଯୁମ୍ବା କାର୍ଯକ୍ରମ ଉତ୍କଳ ହସ୍ପିଟାଲର ସାମ୍ନାରେ ଥିବା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଟାଇମ୍ସ ଅଫ ଇଣ୍ଡିଆର ଓଡ଼ିଶା ବ୍ୟୁରୋ ହେଡ ଅଶୋକ କୁମାର ପ୍ରଧାନ,  ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ପ୍ରଜ୍ଞାନ ରଞ୍ଜନ ଘଡେ଼ଇ, ଡା ସୁଧୀର କୁମାର ପଟ୍ଟନାୟକ, ଡ଼ା ମଧୁସ୍ମିତା ସାହୁ ଏବଂ ୟୁଟ୍ୟୁବର କମେଡିଆନ, ମିଷ୍ଟର ସନ୍ତୁ ପ୍ରମୁଖ ଉଦ୍ଘାଟନ କରିଥିଲେ । ପାଖା ପାଖି ୩୦୦ ଜଣ ପୁରୁଷ  ଓ ମହିଳା ଏହି ଜୁମ୍ବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜନସାଧାରଣଙ୍କୁ ସୁସ୍ଥତାର ବାର୍ତ୍ତା ଦେବା ଯାହାକି ଡାଇବେଟିକସ୍ ରୋଗରୁ ମୁକ୍ତ କରିପାରିବ । ଏହି ଅବସରରେ ଉତ୍କଳ ହସ୍ପିଟାଲ୍ ଦ୍ଵାରା ସଧାରଣ ଜନତାଙ୍କର ମାଗଣା  ଡାଇବେଟିକସ୍ ପରୀକ୍ଷା କରାଯାଇଥିଲା ।

ପରେ ପରେ ଉତ୍କଳ ହସ୍ପିଟାଲ  ପରିସରରେ ଶିଶୁ  ଦିବସ ଉପଲଷେ ପ୍ରାୟ ୮୦ ଜଣ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଓଟିଭିର ବ୍ୟୁଜିନେସ ଆସୋସିଏଟ୍, ଜେନେରାଲ ମ୍ୟାନେଜର ଲିତିସା ମଙ୍ଗତ ପଣ୍ଡା, ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ପ୍ରଜ୍ଞାନ ରଞ୍ଜନ ଘଡେଇ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ା ସଦାଶିବ ପାଢ଼ୀ, ଡ଼ା କାହୁଁ ପଣ୍ଡା, ମାନବସମ୍ବଳ ମୁଖ୍ୟ ସନ୍ଦୀପ ନାୟକ ଏବଂ କମେଡି କଳାକାର ରାଜୁ ଦାସ ପ୍ରମୁଖ ବିଯେତାମାନଙ୍କୁ ପୁରସ୍କୃତ କରିଥିଲେ ।