fbpx

ପ୍ରମୁଖ ଅର୍ଥନୀତିଗୁଡ଼ିକୁ ପଛରେ ପକାଇବ ଭାରତ; ଆସିବ ଅଦ୍ଭୂତପୂର୍ବ ଅଭିବୃଦ୍ଧି, ବଢିବ ନିବେଶ ସୃଷ୍ଟି ହେବ ନିଯୁକ୍ତି

ନୁଆଦିଲ୍ଲୀ: ଚଳିତ ବର୍ଷ ୬% ହାହରେ ଅଭିବୃଦ୍ଧି କରିବ ଭାରତୀୟ ଅର୍ଥନୀତି । ଯାହା ବିଶ୍ୱର ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରୁ ସବୁଠାରୁ ଆଗରେ ରହିବ । ଭାରତ ଉପରେ ବର୍ତ୍ତମାନ ‘ସ୍ନୋ ବଲ୍’ ପ୍ରଭାବ ରହିଛି । ଏହା ପ୍ରଭାବରେ ଦେଶରେ ବିପୁଳ ମାତ୍ରାରେ ନିବେଶ ଆସିବା ସହିତ ବଡ଼ ମାତ୍ରାରେ ନିଯୁକ୍ତି ସୃଷ୍ଟି ହେବ ବୋଲି ୱାଲର୍ଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌) ଅଧ୍ୟକ୍ଷ ବର୍ଜ ବ୍ରେଣ୍ଡ କହିଛନ୍ତି ।

‘ସ୍ନୋ ବଲ୍‌’ର ଅର୍ଥ ହେଉଛି କି କୌଣସି ଘଟଣା ପାଇଁ ଅନେକ ବଡ଼ ଘଟଣା ଘଟିବା । ସ୍ନୋ ବଲ୍ ଯେବେ ଆସେ ଏହା ବଡ଼ ହୋଇ ହୋଇ ଯାଏ । ବର୍ତ୍ତମାନ ସମୟରେ ଭାରତରେ ଏହା ଘଟୁଛି । ଏହି ପ୍ରଭାବ ସହିତ ଭାରତୀୟ ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ । ଏହି ପ୍ରକ୍ରିୟାରେ ବହୁ ପୁଞ୍ଜି ବିନିଯୋଗ ଏବଂ ଅନେକ ଚାକିରି ସୃଷ୍ଟି ହେବ ।

ବ୍ରାଣ୍ଡେ କହିଛନ୍ତି, ସେ ଭାରତର ଆର୍ôଥକ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଆଶାବାଦୀ । ତେବେ ବିଶ୍ୱ ଅଭିବୃଦ୍ଧି ଉପରେ ତାଙ୍କର ବିପରୀତ ମତ ରହିଛି । ସେ କହିଛନ୍ତି, ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧି ଅଧିକ ପୁଞ୍ଜି ବିନିଯୋଗ ଏବଂ ବଡ଼ ଧରଣର ନିଯୁକ୍ତି ସୃଷ୍ଟି କରିବ । ଆଗାମୀ ବର୍ଷଗୁଡିକରେ ଏହା ବହୁତ ଦ୍ରୁତ ଅଭିବୃଦ୍ଧି ହେବ ଏବଂ ଆପଣ ଏକ ପରିସ୍ଥିତି ଦେଖିବେ ଯେଉଁଠାରେ ଅଧିକ ଲୋକେ ଦାରିଦ୍ର୍ୟରୁ ମୁକ୍ତି ପାଇବେ । ଯୁବକମାନଙ୍କ ପାଇଁ ଅଧିକ ସୁଯୋଗ ମିଳିବ ।

ଭାରତ ଗସ୍ତରେ ଆସିଥିବା ବ୍ରାଣ୍ଡେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ ଅଗ୍ରଣୀ କମ୍ପାନୀର କାର୍ଯ୍ୟନିର୍ବାହୀମାନଙ୍କୁ ଭେଟିଥିଲେ । ଏହି ପରିପ୍ରେକ୍ଷିରେ ସେ ଏହା ମଧ୍ୟ କହିଛନ୍ତି ଯେ, ବୀଶ୍ୱର ଅନେକ ଦେଶଗୁଡ଼ିକ ଭାରତଠାରୁ ଶିଖିବାର ଆବଶ୍ୟକତା ରହିଛି । ଏହା ବିଶ୍ୱର ସର୍ବବୃହତ ଗଣତନ୍ତ୍ର ହୋଇଥିବା ବେଳେ ଏଠାରେ ଉଦ୍ୟୋଗୀ ଏବଂ ନବପ୍ରବର୍ତ୍ତକଙ୍କ ପାଇଁ ଏକ ମୁକ୍ତ ସମାଜ ଓ ବାକ୍ ସ୍ୱାଧିନତା ରହିଛି ।

ଭାରତରେ ଷ୍ଟାର୍ଟଅପଗୁଡ଼ିକ ଲାଗି ଏକ ବିରାଟ ଏବଂ ଦଢ଼ ଇକୋସିଷ୍ଟମ୍ ରହିଛି । ଅନ୍ୟ ଅଭିବୃଦ୍ଧିଶୀଳ ଦେଶଗୁଡ଼ିକ ତୁଳନାରେ ଏ କ୍ଷେତ୍ରରେ ଭାରତ ଢେର ଆଗୁଆ ରହିଛି । ଅନ୍ୟ ଦେଶ ଏ କ୍ଷେତ୍ରରେ ଭାରତଠାରୁ ପ୍ରେରଣା ନେବା ଆବ୍ୟଶକ ।

ଚଳିତ ବର୍ଷ ଭାରତ ୬% ହାରରେ ଅଭିବୃଦ୍ଧି କରିବ । ଭାରତର ଅଭିବୃଦ୍ଧିକୁ ଅନ୍ୟ କୌଣସି ଚାପ ପ୍ରଭାବିତ କରିପାରିବ ନାହିଂ । ୨୦୨୩ରେ ୫.୮% ଏବଂ ୨୦୨୪ରେ ଭାରତ ୬.୭% ଅଭିବୃଦ୍ଧି କରିବ ବୋଲି ଜାତିସଂଘ ଆକଳନ କରିଛି । ଏବେ ଘରେ।।ଇ ବଜାରର ଚାହିଦା ଉନ୍ନତ ରହିବ । ତେବେ ଉଚ୍ଚ ସୁଧହାର ଏବଂ ବିଦେଶ ବଜାର ଚାହିଦା ପ୍ରବାବିତ ରହିବା ଯୋଗୁ ଏହା ଘରୋଇ ବଜାର ଉପରେ ପ୍ରଭାବ ପକାଇପାରେ । ଏଭଳି ସ୍ଥିତିରେ ସଂସ୍କାର ଧାରା ଜାରି, ଭିତ୍ତିଭୁମିରେ ଅଧିକ ନିବେଶ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।

Get real time updates directly on you device, subscribe now.