World Environment Day 2023 ; କଇଁଛ ପିଠିରେ ପ୍ଳାଷ୍ଟିକ୍ ମୁକ୍ତ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସରେ ଜଣାଶୁଣା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୋମବାର ଦିନ ପୁରୀ ବେଳାଭୂମିରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ପାଇଁ ବର୍ତ୍ତା ଦେଇଛନ୍ତି । ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକ କିଭଳି ଭାବେ ସାମୁଦ୍ରିକ ଜୀବନ ଉପରେ କୁପ୍ରଭାବ ପକାଇଥାଏ, ତାହାକୁ ନେଇ କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି । ଏକ କଇଁଛର ବାଲୁକା ମୂର୍ତ୍ତି ଏବଂ ତା’ ପିଠିରେ ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକୁ ଏହି ବାଲୁକା କଳାରେ ଦେଖିବାକୁ ମିଳିଛି । ଏହାର ଏକ ଫଟୋ ଟ୍ୱିଟ୍ କରି ପରିବେଶ ଦିବସ ଉପରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତାଙ୍କର ଫଲୋର୍ସ ଏବଂ ଅନ୍ୟ ଟ୍ୱିଟର ବ୍ୟବହାରକାରୀମାନେ ଏହାକୁ ପସନ୍ଦ କରିଥିଲେ ଏବଂ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବାରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏଥରର ଥିମ୍ ରହିଛି ପ୍ଲାଷ୍ଟିକ ମୁକ୍ତ ପରିବେଶ । ନେଦରଲ୍ୟାଣ୍ଡର ସହଯୋଗରେ ଆଇଭୋରୀ କୋଷ୍ଟ ଦ୍ୱାରା ବିଶ୍ୱ ପରିବେଶ ଦିବସ ୨୦୨୩ ଆୟୋଜିତ ହୋଇଛି । ପ୍ଲାଷ୍ଟିକ ପ୍ରଦୂଷଣକୁ କିଭଳି ଦୂର କରାଯିବ, ତାହା ଉପରେ ପଦର୍ଶନ କରାଯାଉଛି । ଆଇଭୋରୀ କୋଷ୍ଟ ୨୦୧୪ ରେ ପ୍ଲାଷ୍ଟିକ ବ୍ୟାଗକୁ ନିଷିଦ୍ଧ କରିଥିଲା, ପୁନଃବ୍ୟବହାରଯୋଗ୍ୟ ପ୍ୟାକେଜିଂକୁ ପ୍ରୋତ୍ସାହିତ କରିଥିଲା ଏବଂ ସେମାନଙ୍କର ଅବିଜାନ୍ ସହର ଇକୋ-ସଚେତନ ଷ୍ଟାର୍ଟଅପ୍ ପାଇଁ ଏକ ହବ୍ ପାଲଟିଛି ।