fbpx

୨ ଦିନ ପରେ ବିଶ୍ୱକୁ ମିଳିବ ପ୍ରଥମ କରୋନା ଟୀକା

କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଲୋକମାନେ ଏବେ ଏୟଏହାର ଟୀକାକୁ ଅପେକ୍ଷା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଅନୁଯାୟୀ, ସମଗ୍ର ବିଶ୍ୱରେ ଏହି ସମୟରେ ୨୧ରୁ ଅଧିକ କରୋନା ଟୀକାର କ୍ଲିନିକାଲ ପରୀକ୍ଷା ଚାଲିଛି । ଟୀକା ବିକସିତ କରିବାରେ ଋଷିଆ ଆଗରେ ଥିବା ଜଣାପଡିଛି ।

ରିପୋର୍ଟ ମୁତାବକ, ଋଷିଆ ୨ ଦିନ ପରେ ବା ଅଗଷ୍ଟ ୧୨ରେ ନିଜର ପ୍ରଥମ କରୋନା ଟୀକାର ପଞ୍ଜୀକରଣ କରାଇବ । ଋଷ ଅଧିକାରୀ ଓ ବିଶେଷଜ୍ଞମାନେ ଦାବି ଅନୁଯାୟୀ, ଏହା ବିଶ୍ୱର ପ୍ରଥମ କରୋନା ଟୀକା ହେବ । ଋଷିଆର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶକେ କହିଛନ୍ତି ଯେ, ଯଦି ମାନବ ପରୀକ୍ଷଣର ଶେଷ ପର୍ଯ୍ୟାୟ ସଫଳ ହୁଏ, ତେବେ ଅକ୍ଟୋବର ସୁଦ୍ଧା ଦେଶରେ ଲୋକଙ୍କୁ ଟୀକା ଦେବା ଆରମ୍ଭ ହେବ ।

Get real time updates directly on you device, subscribe now.