fbpx
BSKY
BJD MC SKY
BJD YOUTH SKY

ଦୁନିଆର ସବୁଠାରୁ ବଡ଼ ଆଇଫୋନ, ଆକାର ଏବଂ ଓଜନ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଆସିଲା ଦୁନିଆର ସବୁଠୁ ବଡ଼ ଆଇଫୋନ। ସାତ ଫୁଟ ଲମ୍ବା ଓ ଦୁଇ କ୍ୱିଣ୍ଟାଲରୁ ବି ଅଧିକ ଥିବା ଏହି ଫୋନ ଏବେ ସବୁଆଡେ ହଙ୍ଗାମା କରୁଛି। ଆଇଫୋନ ଏକ ଏମିତି ବ୍ରାଣ୍ଡ ଯାହାକୁ କିଣିବା ସମସ୍ତଙ୍କ ସ୍ୱପ୍ନ ଥାଏ। ଆଇଫୋନ ଯେବେ ପ୍ରଥମେ ୫ ଇଞ୍ଚର ବଡ଼ ସ୍କ୍ରିନ ସାଇଜର ଲଞ୍ଚ ହୋଇଥିଲା ସେହି ସମୟରେ ପୁରା ଦୁନିଆ ଏହାକୁ ନେଇ ଚର୍ଚ୍ଚା କରୁଥିଲା। ସାଧାରଣ ଭାବେ ଫୋନର ସ୍କ୍ରିନ ସାଇଜ ୬.୭ ଇଞ୍ଚ ଥାଏ। ଆଉ ଓଜନ ଅଧିକ ଭାବେ ୨୫୦ ଗ୍ରାମ ଥାଏ। କିନ୍ତୁ ଏହି ନୂଆ ଫୋନ ସମସ୍ତଙ୍କ ହୋସ୍ ଉଡାଇଛି। ଆଉ ଏକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହାକୁ ଅନ୍ୟ କେହି ନୁହେଁ ବରଂ ଜଣେ ୟୁଟ୍ୟୁବର ତିଆରି କରିଛନ୍ତି ।

ସୂଚନା ଅନୁସାରେ ୟୁଟ୍ୟୁବର ଟିମ ଗୋଟିଏ ଟିଭିକୁ ଲେଜର ସାହାଯ୍ୟରେ ଟଚ ସ୍କ୍ରିନରେ ପରିବର୍ତ୍ତନ କରି ଦେଉଛନ୍ତି । ଦୁନିଆର ସବୁଠୁ ବଡ଼ ଆଇଫୋନ ମାଥ୍ୟୁ ବୀମ ନାମକ ଜଣେ ୟୁଟ୍ୟୁବର ତିଆରି କରିଛନ୍ତି । ଏହା ସାତ ଫୁଟ ଲମ୍ବା ହୋଇଥିବା ବେଳେ ଏହାର ଓଜନ ୨୨୬ କିଲୋଗ୍ରାମ। ଏହା ସମ୍ପୂର୍ଣ୍ଣ ରୂପେ କାମ କରିବା ପାଇଁ ସକ୍ଷମ। ଏଥିରେ ସିମ କାର୍ଡ ରଖିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେ ମଧ୍ୟ ରହିଛି। ଯୁବକ ଜଣକ ଏହି ଆଇଫୋନକୁ ବ୍ୟବହାର କରିବା ସମୟରେ ଏକ ଭିଡ଼ିଓ ରେକର୍ଡ କରି ସେୟାର କରିଛନ୍ତି । ଏଥିରେ ସେ ହୋମ ସ୍କ୍ରିନ ସ୍କ୍ରୋଲ କରୁଥିବାର ଆପଣ ଦେଖିବାକୁ ପାଇବେ। ଏଥିରେ ବିଭିନ୍ନ ପ୍ରକାର ଗେମ ମଧ୍ୟ ଖେଳିପାରିବେ। ଏହି ଆଇଫୋନର କ୍ୟାମେରା ମଧ୍ୟ ଭଲ ଭାବେ କାମ କରୁଛି। ଏହା ପୂର୍ବରୁ ୬ ଫୁଟ ଆଇଫୋନର ରେକର୍ଡ଼ ଥିଲା। ଯାହାକି କିଛି ଦିନ ପୂର୍ବେ ଭାଙ୍ଗି ଯାଇଥିଲା। ୬ ଫୁଟ ଆଇଫୋନକୁ ZHC ନାମକ ଜଣେ ୟୁଟ୍ୟୁବର ତିଆରି କରିଥିଲେ ।

ତେବେ ଟେକ୍ନୋଲୋଜି ଦୁନିଆରେ ତ ଏସବୁ ସହଜରେ ସମ୍ଭବ ହୋଇପାରୁଛି। ବିଭିନ୍ନ ଉପାୟକୁ ଆପଣାଇ ଏମିତି କିଛି ଜିନିଷ ତିଆରି ହେଉଛି ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଯେତିକି ଲାଗୁଛି ଖୁସି ମଧ୍ୟ ମନେ ହେଉଛି। ନୂଆ ନୂଆ ଟେକ୍ନୋଲୋଜିରେ ଦୁନିଆ ଆଗକୁ ବଢ଼ୁଛି ।

Get real time updates directly on you device, subscribe now.