fbpx

ବିଶ୍ୱର ସବୁଠୁ ମହଙ୍ଗା ଔଷଧ: ଗୋଟିଏ ଡୋଜ୍ ଟୀକାର ମୂଲ୍ୟ ୨୯ କୋଟି ଟଙ୍କା

AAKASH

ନୂଆଦିଲ୍ଲୀ: ଦୁନିଆରେ ଦାମୀ କାର୍, ବାଇକ ଘର ଇତ୍ୟାଦି ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେଳ ସବୁଠାରୁ ମହଙ୍ଗା ଔଷଧ ବିଷୟରେ ଜାଣିଛନ୍ତି କି? ଇଏ ଏମିତି ଏକ ମେଡିସିନ ଯାହାର ସିଙ୍ଗଲ ଡୋଜ ବି କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ । ଏଥିରେ ଅନେକ ଗୁଡ଼ିଏ ରୋଗ ଉପରେ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରାଇଥାଏ ଏହି ମେଡିସନ୍ । ବିଭିନ୍ନ ରୋଗର ଚିକିତ୍ସା ହେଉଛି ଏହି ଦାମୀ ଔଷଧ ହେମଜେନିକ୍ସ । ଏକ ଭୟାନକ ରୋଗର ଦୁର୍ଲଭ ଔଷଧ ଭାବରେ ବିକ୍ରି ହେଉଛି ହେମଜେନିକ୍ସ ।

ଆମେରିକାର ୟୁନିକ୍ୟୋର କମ୍ପାନୀ ଦୁନିଆର ସବୁଠାରୁ ମୂଲବ୍ୟାନ୍ ଏହି ଔଷଧ ନିର୍ମାଣ କରିଥିବା ବେଳେ ଏହାର ବିତରଣ ସମ୍ପର୍କରେ ମଧ୍ୟ ସୂଚନା ଦେଇଛି । ତେବେ ହେମେଜେନିକ୍ସ ନାମକ ଏହି ଔଷଧ ହିମୋଫିଲିୟା-ବି ଭଳି ରୋଗ ପାଇଁ କାର୍ଯ୍ୟ କରିଥାଏ । ଏହା ଏକ ଜିନ୍ ଥେରାପି ହୋଇଥିବା ବେଳେ ଥରେ ଏହାକୁ ନେଲେ ହିମୋଫିଲିୟା ବି ରୋଗ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରନ୍ତି ବାଲି କମ୍ପାନୀ ଦାବି କରିଛି । ତେବେ ଏହାର ମୂଲ୍ୟ ୩୫ ଲକ୍ଷ ଡଲାର ବା ୨୯,୧୩,୭୩,୨୫୦ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଆମେରିକାର ଏହି ସଂସ୍ଥା ଇନଷ୍ଟିଚ୍ୟୁଟ ଫର୍ କ୍ଲିନିକାଲ ଆଣ୍ଡ ଇକୋନୋମିକ ରିଭ୍ୟୁ ମଧ୍ୟ ହେମଜେନିକ୍ସକୁ ଦାମୀ ଔଷଧ ଭାବରେ ଘୋଷଣା କରିଛି । ଏହି ସଂସ୍ଥା ପ୍ରାୟତଃ ଔଷଧ ଏବଂ ଅନ୍ୟ ମେଡିକାଲ ଉତ୍ପାଦଗୁଡ଼ିକର ମୂଲ୍ୟ ଆକଳନ କରିଥାଏ ।

କାହିଁକି ଏତେ ମୂଲ୍ୟବାନ୍ ଏହି ଔଷଧ?

ଜିନ୍ ଥେରାପି ପାଇଁ ଆସୁଥିବା ଅନ୍ୟ ପ୍ରଭାବୀ ଔଷଧ ଗୁନିକର ଦାମ୍ ମଧ୍ୟ ଉଚ୍ଚା ରହୁଛି । ଗତବର୍ଷ ନଭେମ୍ବରରେ ହେମଜେନିକ୍ସକୁ ଆମେରିକା ପ୍ରଶାସନର ଅନୁମତି ମିଳିଥିଲା । ଏହାପରେ ସିଏସଏଲ ବେହାରିଙ୍ଗ କହିଥିଲେ ଯେ, ହେମଜେନିକ୍ସର କ୍ଲିନିକାଲ, ସାମାଜିକ ଆର୍ଥିକ ତଥା ଇନୋଭେଟିଭ ଭାଲ୍ୟୁକୁ ନଜଜରରେ ରଖି ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଏହା ଏକ ସିଙ୍ଗଲ ଡୋଜ ଥେରାପି ହୋଇଥିବାରୁ ଔଷଧର ଖର୍ଚ୍ଚ ହିମୋଫିଲିୟା ବି’ର ଚିକିତ୍ସାରେ ପୂର୍ବରୁ ବ୍ୟବହାର ହୋଇଥିବା ଇଞ୍ଜେକ୍ସନରୁ କମ୍ ହିଁ ରହିବ । ତେବେ ଏହାର ଲାଇସେନ୍ସ ଏବଂ ମାର୍କେଟିଙ୍ଗ ପାଇଁ ସିଏସଏଲ ବେହାରିଙ୍ଗ ଏହି ଥେରାପିର ଡେଭଲପର ୟୁନିକ୍ୟୋରକୁ ୪୫ କୋଟି ଡଲାର ଦେଇଛନ୍ତି ।

Get real time updates directly on you device, subscribe now.